ସୁଶାନ୍ତଙ୍କ ଶେଷ ଫିଲ୍ମ ଦେଖି ଭାବୁକ ହୋଇଗଲେ ଅଙ୍କିତା ଲୋଖଣ୍ଡେ, କହିଲେ ‘ଶେଷ ଥର…’

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ହଟସ୍ଟାରରେ ରିଲିଜ ହୋଇ ସାରିଛି । କହିବାକୁ ଗଲେ ଏହା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ଥିଲା । ଯାହାର ଶୁଟିଙ୍ଗ ସେ ବହୁତ ଦିନ ପୂର୍ବେ ହିଁ ଶେଷ କରି ଦେଇଥିଲେ । କହିବାକୁ ଗଲେ ଏହି ଫିଲ୍ମକୁ ଦେଖି ସମସ୍ତେ ଭାବୁକ ହୋଇ ଯାଇଛନ୍ତି । ଏହା ସହିତ ବଲୀଉଡ ଷ୍ଟାରମାନେ ବି ଭାବୁକ ହୋଇ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ମନ୍ତବ୍ୟ ଦେଉଛନ୍ତି ।

ଏହି କ୍ରମରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେନ୍ଡ ଅଙ୍କିତା ଲୋଖଣ୍ଡେ ବି ଫିଲ୍ମକୁ ନେଇ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋସ୍ଟ ଶେୟାର କରିଛନ୍ତି । ଅଙ୍କିତା ଫିଲ୍ମ ଆରମ୍ଭ ହେବା ପୂର୍ବରୁ ନିଜର ଇଂସ୍ଟାଗ୍ରାମରେ ଫିଲ୍ମର ଏକ ମୋଶନ ପୋସ୍ଟର ଶେୟାର କରିଥିଲେ । ସେ ଏହି ପୋସ୍ଟକୁ ଶେୟାର କରି ଲେଖିଥିଲେ କି – ‘ପବିତ୍ର ରିସ୍ତା ଠାରୁ ନେଇ ଦିଲ ବେଚାରା ପର୍ଯ୍ୟନ୍ତ’, ‘ଶେଷ ଥର ପାଇଁ ।‘

ସୁଶାନ୍ତଙ୍କ ଫିଲ୍ମ ଶୁକ୍ରବାର ଦିନ ୭.୩୦ରେ ଡିଜ୍ନୀ ପ୍ଲସ ହଟସ୍ଟାର ରେ ରିଲିଜ କରି ଦିଆ ଯାଇଥିଲା । ଫ୍ୟାନ ଫିଲ୍ମର ବିଭିନ୍ନ ସିନ୍ସକୁ ଶେୟାର କରୁଛନ୍ତି ଓ ଫିଲ୍ମ ଦେଖି ଭାବୁକ ହୋଇ ସୁଶାନ୍ତୁଙ୍କୁ ମନେ ପକାଉଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନମାନେ ଫିଲ୍ମର ଆରମ୍ଭ ସିନକୁ ଅଧିକ ଶେୟାର କରୁଛନ୍ତି । ଏହି ଫିଲ୍ମକୁ ଦେଖିବା ପରେ ମନୁ ପଞ୍ଜାବୀ ବି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋସ୍ଟ ଶେୟାର କରିଛନ୍ତି ।

ଯେଉଁଥିରେ ସେ ଲେଖିଲେ କି – ଲଭ ୟୁ ସୁଶାନ୍ତ ସିଂହ ରାଜପୁତ । ତୁମକୁ ମନେ ପକାଉଛି । ଦୁଖ ବି ଲାଗୁଛି । ଆରମ୍ଭରୁ ହିଁ ଆଖିରୁ ଲୁହ ନେଇ ଆସିଲ । ଏହା ଠିକ ନୁହେଁ । ମନୁ ପଞ୍ଜାବୀ ଏହା ଛଡା ଫିଲ୍ମର ଅନ୍ୟ ଏକ ସିନ ଶେୟାର କରିଛନ୍ତି । ଏଥିରେ ସୁଶାନ୍ତ ସିଂହ ରାଜପୁତ ଖୁସିରେ ନଜର ଆସୁଛନ୍ତି ।

କହିଦେଉଛୁ କି ସୁଶାନ୍ତଙ୍କ ଫିଲ୍ମ ଦିଲ ବେଚାରା ଡିଜ୍ନୀ ପ୍ଲସ ହଟସ୍ଟାରରେ ରିଲିଜ ହୋଇ ଯାଇଛି । ଏହାର ସୂଚନା ଡିଜ୍ନୀ ପ୍ଲସ ହଟସ୍ଟାର ଓ ମୁକେଶ ଛାବଡ଼ା ଦେଇଥିଲେ । ଖାସ କଥା ଏହା ଅଟେ କି ଯଦି ଆପଣଙ୍କ ପାଖରେ ଡିଜ୍ନୀ ପ୍ଲସ ହଟସ୍ଟାରର ସବ୍ରସ୍କ୍ରିବ୍ସନ ନାହିଁ ତେବେ ବି ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଡିଜ୍ନୀ ପ୍ଲସ ହଟସ୍ଟାରର ସବସ୍କ୍ରାଇବର ଓ ନନ ସବସ୍କ୍ରାଇବର ଦୁଇ ଜଣ ହିଁ ଏହି ଫିଲ୍ମକୁ ଦେଖି ପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।