ଡିଭୋର୍ସ ପରେ ସ୍ଵାମୀ ଙ୍କ ଟଙ୍କାରେ ରାଜ କରୁଛନ୍ତି Bollywood ର ଏହି 5 ଜଣ ହିରୋଇନ, 1 ନମ୍ବର Actress ରହି ସାରିଛନ୍ତି Salaman ଙ୍କ ଗର୍ଲଫ୍ରେଣ୍ଡ

ଏମିତି ବହୁ ଥର ଦେଖାଯାଇଛି ବଲିଉଡର ଅନେକ କଳାକାର ଛାଡ଼ପତ୍ର ପରେ ମଧ୍ୟ ସାମ୍ନାକୁ ଆସିଛନ୍ତି । କାହାର ଲଭ୍ ସମ୍ବନ୍ଧ ଚର୍ଚ୍ଚା ବଲିଉଡର ଗଳି ଗଳି ଖବର ହୋଇ ବୁଲୁଥାଏ । ତେବେ ଅନ୍ୟ ପକ୍ଷରେ କେହି ମାନସିକ ଚିନ୍ତାରେ ମଧ୍ୟ ରୁହେ ଏବଂ ସନ୍ୟାସର ଜୀବନ ବିତାଇବାକୁ ଲାଗିଥାଏ । ଆଜି ଆମେ ବଲିଉଡର ସେହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ଛାଡ଼ପତ୍ର ପରେ ମଧ୍ୟ ବହୁ ଚର୍ଚ୍ଚାରେ ରହିଥିଲେ । ହଁ ଆଜ୍ଞା ଏମାନେ ତାଙ୍କର ଏମିତି ଜୀବନ ବଞ୍ଚି ସାରିଛନ୍ତି ଯାହା ସବୁବେଳେ ଚର୍ଚ୍ଚାରେ ରହିଥାଏ ।

ଏମାନଙ୍କ ସମ୍ପର୍କ ଚର୍ଚ୍ଚାରେ ରୁହେ, ଏମାନଙ୍କ ବିବାହ ଏବଂ ଛାଡ଼ପତ୍ର ଦେବା ମଧ୍ୟ । ଏହି ଲିଷ୍ଟରେ ଆସନ୍ତି ସାହାରୁଖ୍ ଖାଁଙ୍କ ହିରୋଇନ୍ ଏବଂ ସଲମାନ୍ ଖାନ୍ ଙ୍କ ପୂର୍ବରୁ ଥିବା ଗାର୍ଲଫ୍ରେଣ୍ଡର । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମେ ଯିଏ ସେ ହେଉଛନ୍ତି ସଲମାନ୍ ଖାନ୍ ଙ୍କ ଏକ୍ସ ସଙ୍ଗୀତା ବିଜଲାନୀ । ସଙ୍ଗୀତା ବିଜଲାନୀ ସଲମାନ୍ ଙ୍କୁ ବିବାହ କରିବାକୁ ଯାଉଥିଲେ । ବାହାଘର କାର୍ଡ ମଧ୍ୟ ବଣ୍ଟା ଯାଇଥିଲା ହେଲେ ଶେଷ ସମୟରେ ଦୁହିଁଙ୍କ ବାହାଘର ଭାଙ୍ଗି ଯାଇଥିଲା । ତାପରେ ଖବର ଆସିଲା ବିବାହ ଆଉ ହୋଇ ପାରିବ ନାହିଁ । ତାପରେ ସେ କ୍ରିକେଟର ଆଜାରୁଦ୍ଦୀନଙ୍କ ପ୍ରେମରେ ପଡି ଯାଇଥିଲେ ଯାହା ବହୁତ ଚର୍ଚ୍ଚାର ବିଷୟ ହୋଇଥିଲା ।

ଏହାପରେ ସେ ଆଜାରୁଦ୍ଦୀନଙ୍କୁ ବିବାହ କରିବାକୁ ଧର୍ମ ମଧ୍ୟ ପରିବର୍ତ୍ତନ କରିଥିଲେ । ଏହି ସମ୍ପର୍କ ଅଧିକ ଦୀନ ଧରି ରହିଲା ନାହିଁ । ୧୦ ବର୍ଷ ପରେ ସେ ଆଜାରୁଦ୍ଦୀନଙ୍କୁ ଛାଡ଼ପତ୍ର ଦେଇଥିଲେ । ଛାଡ଼ପତ୍ର ଏବେ ସେ ବହୁତ ଖୁସିରେ ଅଛନ୍ତି । ଏବେ ସେ ସଲମାନ୍ ଖାନ୍ ଙ୍କ ବହୁତ ଭଲ ସମ୍ପର୍କ ରଖିଛନ୍ତି ।

୨- ମହିମା ଚୈାଧ୍ରୀ- ସାହାରୁଖ୍ ଖାଁଙ୍କ କୋ ଷ୍ଟାର ରହିଥିବା ମହିମା ଚୈାଧ୍ରୀ ପରଦେଶ୍ ରେ କାମ କରିଥିଲେ । ମହିମା ଚୈାଧ୍ରୀ ନିଜ ଫିଲ୍ମ କ୍ୟାରିୟରରେ ସବୁଠାରୁ ଅଧିକ ପପୁଲାର ରହିଛନ୍ତି । ସେ ବବି ମୁଖାର୍ଜୀଙ୍କୁ ୨୦୦୬ ରେ ବିବାହ କରିଥିଲେ । ବାହାଘର ପୂର୍ବରୁ ସେ ଗର୍ଭବତୀ ହୋଇ ଯାଇଥିଲେ । ତାପରେ ସେ ଝିଅକୁ ଜନ୍ମ ଦେଇଥିଲେ । ଏହାପରେ ସେ ଦୁଇ ଜଣଙ୍କର ଛାଡ଼ପତ୍ର ହୋଇଗଲା‌ । ଏବେ ମହିମା ଚୈାଧ୍ରୀ ନିଜ ଝିଅକୁ ନେଇ ବହୁତ ଖୁସିରେ ରହୁଛନ୍ତି ।

୩- ଅଭିଷେକ ବଚ୍ଚନଙ୍କ ସହ କରିଶ୍ମା କପୁରଙ୍କ ସହ ନିର୍ବନ୍ଧ ହେବା ପରେ ମଧ୍ୟ ବାହାଘର ଭାଙ୍ଗି ଯାଇଥିଲା । ତାପରେ କରିଶ୍ମା ଦିଲ୍ଲୀର ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । ଏହି ଦୁଇ ଜଣ ବହୁ ଆଗରୁ ନିଷ୍ପତ୍ତି ନେଇଥିଲେ ଛାଡ଼ପତ୍ର ପାଇଁ କିନ୍ତୁ ଏହା ୨୦୧୬ ମସିହାରେ ହୋଇଥିଲା । ଏବେ କରିଶ୍ମା ନିଜ ଦୁଇ ସନ୍ତାନଙ୍କ ସହ ବହୁ ଖୁସିରେ ଅଛନ୍ତି ।

୪- ଜେନୀଫର୍ ବିଙ୍ଗେ ଯିଏ କରନ୍ ସିଂ ଗ୍ରୋଭରଙ୍କୁ ୨୦୧୦ ମସିହାରେ ବିବାହ କରିଥିଲେ । ଏହି ଦୁଇ ଜଣଙ୍କ ସମ୍ପର୍କ ବେଶି ଦିନ ଯାଏ ରହିଲା ନାହିଁ ଯାହାଫଳରେ ୨୦୧୨ ରେ ଏମାନେ ଛାଡ଼ପତ୍ର ଦେଇଥିଲେ । ଏବେ ଜେନୀଫର୍ ନୀଜ କ୍ୟାରିୟର ସହ ବହୁତ ଖୁସିରେ ଅଛନ୍ତି ।

୫- ମନୀଷା କୋରିଆଲା ଯିଏ ସମ୍ରାଟ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ । ଏହି ସମ୍ପର୍କ ମଧ୍ୟ ବେଶି ଦିନ ରହିଲା ନାହିଁ, ଯାହାଫଳରେ ମନୀଷା ଛାଡ଼ପତ୍ର ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।