ଏୟାର ଫୋର୍ସ ର ୱିଙ୍ଗ କମାଣ୍ଡର ଠାରୁ ନେଇ ସୁପର ମଡେଲ ପର୍ଯ୍ୟନ୍ତ, ଦେଖନ୍ତୁ କଣ କାମ କରନ୍ତି Bollywood ର ଏହି 15 ହିରୋଇନଙ୍କ ଭାଇ

 ଭଉଣୀ ଜୀବନରେ ଭାଇର ସ୍ଥାନ ଅଲଗା ରହିଥାଏ । ଯେବେ ଆମକୁ ସୁରକ୍ଷା ଦରକାର କିମ୍ବା ହୃଦୟର କଥା କହିବାକୁ ହୁଏ ତେବେ ଜଣେ ଭଉଣୀ ତା ଭାଇକୁ କହିଥାଏ । ଭାଇ ଭଉଣୀ ଭିତରେ ଯେତେ ଝଗଡା ହୋଇଥିଲେ ବି ଦୁହିଁଙ୍କ ଭିତରେ ପ୍ରେମର ସମ୍ପର୍କ ରହିଥାଏ । ଆଜି ଆମେ ଆପଣଙ୍କୁ ବଲିଉଡର ଏମିତି କିଛି ଅଭିନେତ୍ରୀଙ୍କ ଭାଇମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜେ ବଞ୍ଚିବା ପାଇଁ କିଛି ବି କାମ କରିପାରନ୍ତି ।

ମୌନୀ ରଏ : ଟିଭି ସିରିଏଲରେ ଅଭିନୟ କରୁଥିବା ମୌନୀ ରଏ ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ତାଙ୍କ ଛୋଟ ଭାଇଙ୍କ ନାମ ମୁଖର ରଏ ଯିଏ ବର୍ତ୍ତମାନ ଛାତ୍ରଭାବେ ପାଠ ପଢୁଛନ୍ତି ।

ହୁମା କୁରେଶୀ : ବଲିଉଡ ଦୁନିଆରେ ନିଜର ନୂଆ ଜାଗା କରିଥିବା ଅଭିନେତ୍ରୀ ହୁମା କୁରେଶୀଙ୍କ ବଡ ଭାଇଙ୍କ ନା ସାକିବ ସଲିମ ଅଟେ । ସାକିବ ହୁମାଙ୍କ ଭଳି ବଲିଉଡରେ ଅଭିନୟ କରୁଛନ୍ତି । 

ପ୍ରିୟଙ୍କା ଚୋପ୍ରା : ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିର୍ଦ୍ଧାଥ କିଛି ଦିନ ତଳେ ନିଜ ନିର୍ବନ୍ଧକୂ ନେଇ ମିଡିଆ ଆଗରେ ଆସିଥିଲେ । ସିଦ୍ଧାର୍ଥ ପେଷାରେ ଜଣେ ବହୁତ ବଡ ବ୍ୟବସାୟୀ ଅଟନ୍ତି । 

ଉର୍ବଶୀ ରୋଟଲା : ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରୋଟଲାଙ୍କ ସାନ ଭାଇ ୟଶରାଜ ରୋଟଲା ଅଟନ୍ତି । ସେ ବର୍ତ୍ତମାନ ଛାତ୍ର ଭାବେ ପାଠ ପଢୁଛନ୍ତି ।

ଜେନେଲିଆ ଡ଼ିସୋଜା : ଜେନେଲିଆ ଡିସୋଜା ବର୍ତ୍ତମାନ ଫିଲମରେ ଅଭିନୟ କରୁନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫୋଟୋ ଓ ଭିଡିଓ ଭାଇରାଲ ହେଉଛି । ଜେନେଲିଆଙ୍କ ବଡ ଭାଇ ନେଗେଲ ଡିସୋଜା ବମ୍ବେର ଷ୍ଟେଟ ବ୍ଯାଙ୍କରେ ଚାକିରି କରିଛନ୍ତି । 

ମଲ୍ଲିକା ସେରାୱତ : ମଲ୍ଲିକା ସେରାୱତ ତାଙ୍କର ପ୍ରଥମ ଫିଲ୍ମ “ମର୍ଡର”ରେ ବଲିଉଡରେ ନିଜର ନୂଆ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଭାଇଙ୍କ ନାଁ ବିକ୍ରମ ଲାମ୍ବା ଯିଏ କି ଜଣେ ଭଲ ବ୍ୟବସାୟୀ ଅଟନ୍ତି ।

ଏଈଶ୍ବରୀୟା ରାୟ : ବଲିଉଡରେ ନିଜର ଅଲଗା ପରିଚୟ ବନେଇଥିବା ଏଈଶ୍ବରୀୟା ରାୟ ଜଣେ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ତାଙ୍କ ଭାଇଙ୍କ ନାଁ ଆଦିତ୍ୟ ରାୟ ଯିଏ ଜଣେ ଭଲ ବିଜନେସମ୍ୟାନ ଅଟନ୍ତି ।

ଅନୁଷ୍କା ଶର୍ମା : ବଲିଉଡର ଟପ ଅଭିନେତ୍ରୀ ଓ ବିରାଟ କୋହଲିଙ୍କ ସ୍ତ୍ରୀ ଭାବେ ଅନୁଷ୍କା ଶର୍ମା ପରିଚିତ । ତାଙ୍କ ଭାଇ କର୍ନେଶ ଶର୍ମା ମର୍ଚେଟ ନେବିରେ କାମ କରୁଛନ୍ତି । 

ରାଣୀ ମୁଖାର୍ଜୀ : ବଲିଉଡର “ମରଦାନି” ରାଣୀ ମୁଖାର୍ଜୀଙ୍କ ଭାଇ ରାଜୁ ମୁଖାର୍ଜୀ ବଲିଉଡରେ ଡାଇରେକ୍ଟର ଓ ପ୍ରଡ୍ୟୁସର ଭାବେ କାମ କରନ୍ତି ।

ସୁସ୍ମିତା ସେନ : ମିସ ୟୁନିଭର୍ସରେ ବିଉଟି କୁଇନ ଭାବେ ସୁସ୍ମିତା ସେନ ପରିଚିତ । ତାଙ୍କ ଭାଇ ରାଜୀବ ସେନ ଏୟାରର୍ଫୋସରେ କମାଣ୍ଡର ଭାବେ କାମ କରୁଛନ୍ତି । 

ପ୍ରୀତି ଜିନଟା : ବଲିଉଡର ବବଲି ଗର୍ଲ ପ୍ରୀତି ଜିନଟାଙ୍କ ଭାଇ ଦୀପଙ୍କର ଜିନଟା ଜଣେ ମିଲିଟାରୀ ଅଫିସର ଅଟନ୍ତି । ପ୍ରୀତି ବଲିଉଡ ଦୁନିଆରେ ସୁନ୍ଦର ଅଭିନେତ୍ରୀ ଭାବେ ପରିଚିତ ।

କଙ୍ଗନା ରନୌତ : “ମହିଳା ପ୍ରଧାନ” ଫିଲ୍ମରେ ନିଜର ନୂଆ ନାଁ କରିଥବା କଙ୍ଗନା ରନୌତଙ୍କ ଭାଇ ଅକ୍ଷିତ ରନୌତ ଜଣେ ଭଲ ବ୍ୟବସାୟୀ ଓ କଣ୍ଟ୍ରାକ୍ଟର କାମ କରନ୍ତି ।

ସନି ଲିୟୋନ : ବଲିଉଡର ହିରୋଇନ ସନି ଲିୟୋନଙ୍କ ଭାଇ ସନ୍ଦିପ ବୋହରା ବ୍ୟବସାୟ କରନ୍ତି । 

ଜେକଲିନ ଫର୍ନାଣ୍ଡିସ : ବଲିଉଡର ଅଭିନେତ୍ରୀ ଓ ଶ୍ରୀ ଲଙ୍କାର ବିଉଟି କୁଇନ ଜେକଲିନଙ୍କ ଭାଇ ୱାରେନ ଜେନ ଭଲ ମଡ଼େଲର ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।