Bollywood ର ଏହି 4 ଜଣ ଷ୍ଟାର ଙ୍କ ସାମ୍ନାରେ ମୁଣ୍ଡ ନୂଆଁନ୍ତି Salman Khan, ନମ୍ବର 2 ଙ୍କୁ ତ ସେ ନିଜର ପିତା ମାନିଥାନ୍ତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ସଲମାନ ଖାଁ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ସେ ବଲିଉଡ ର ଜଣେ ସୁପ୍ରସିଦ୍ଧ କଳାକାର ଅଟନ୍ତି। ବଲିଉଡ ର ସମସ୍ତ କଳାକାର ଏହି ଅଭିନେତା ଙ୍କ ବହୁତ ଇଜ୍ଜତ କରନ୍ତି ଏବଂ ତାଙ୍କୁ ମାନନ୍ତି। ଅଭିନେତା ସଲମାନ ଖାଁ ସର୍ବଦା ଅନ୍ୟର ସାହାଯ୍ୟ କରନ୍ତି। କିନ୍ତୁ ଯାହା ସହିତ ସେ ଶତ୍ରୁତା କରିଥାନ୍ତି ତା’କୁ ଲିଭାଇଥାନ୍ତି।

କିନ୍ତୁ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନଙ୍କ ଆଗରେ ସଲମାନ ଖାଁ ନିଜର ମୁଣ୍ଡ ନୂଆଇଥାନ୍ତି ଏବଂ ତାଙ୍କୁ ବହୁତ ଇଜ୍ଜତ କରନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଅମିତାବ ବଚ୍ଚନ- ବଲିଉଡ ଇଣ୍ଡଷ୍ଟ୍ରୀ ର ବିଗ୍ ବି ଙ୍କୁ ତ ସମସ୍ତେ ଇଜ୍ଜତ କରନ୍ତି। କିନ୍ତୁ ସଲମାନ ଖାଁ ଙ୍କ ସହିତ ଅମିତାବ ବଚ୍ଚନ ଙ୍କ କିଛି ଖାସ ସମ୍ପର୍କ ଥିବା। ଏହି ଯୋଡ଼ି ଏକାଠି ଅନେକ ଫିଲ୍ମ ରେ କାମ କରିଛନ୍ତି।କେତେକ ଫିଲ୍ମ ରେ ବାପ ପୁଅ ଯୋଡ଼ି ରେ ମଧ୍ୟ ଏହି ଦୁଇ ଅଭିନେତା ଙ୍କୁ ଦେଖିବାକୁ ମିଳିଛି। ସଲମାନ ଖାଁ ରିଅଲ ଲାଇଫ ରେ ମଧ୍ୟ ଯେବେବି ଅମିତାବ ବଚ୍ଚନ ଙ୍କୁ ଦେଖନ୍ତି ତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତି।ଏହି ଯୋଡ଼ି ଙ୍କୁ ଫିଲ୍ମ ବାଗବାନ, ଗଡ୍ ତୁସୀ ଗ୍ରେଟ ହୋ, ହେଲୋ ବ୍ରଦର, ବାବୁଲ ଭଳି ଅନେକ ଫିଲ୍ମ ରେ ଦେଖିବାକୁ ମିଳିଛି।

୨. ଧର୍ମେନ୍ଦ୍ର- ବଲିଉଡ ଇଣ୍ଡଷ୍ଟ୍ରୀ ର ଆଇରନ ମ୍ୟାନ ଭାବରେ ପରିଚିତ ଏହି ଅଭିନେତା ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି। ସଲମାନ ଖାଁ ଏହି ଅଭିନେତା ଙ୍କ ଛୋଟ ବେଳୁ ଫାନ ଅଟନ୍ତି ଏବଂ ତାଙ୍କର ବହୁତ ଇଜ୍ଜତ କରନ୍ତି। ଧର୍ମେନ୍ଦ୍ର ଙ୍କୁ ସେ ନିଜର ପିତା ସମାନ ମାନିଥାନ୍ତି । ଏହି ଯୋଡ଼ି ଫିଲ୍ମ ୟମଲା ପଗଲା ଦିୱାନା, ପ୍ୟାର କିୟା ତୋ ଡର୍ନା କ୍ୟା ଭଳି ଫିଲ୍ମ ରେ ଏକାଠି କାମ କରିଛନ୍ତି। ଏହା ଛଡା ଧର୍ମେନ୍ଦ୍ର ଙ୍କ ଫିଲ୍ମ ଟେଲ ମି ଓ ଖୁଦା ରେ ସଲମାନ ଗେଷ୍ଟ ହିସାବରେ ଯୋଗ ଦେଇଥିଲେ ଏବଂ ଏଥିପାଇଁ କୌଣସି ଚାର୍ଜ ମଧ୍ୟ ନେଇ ନଥିଲେ।

୩. ରଜନୀ କାନ୍ତ- ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଭଗବାନ ମାନା ଯାଉଥିବା ଏହି ଅଭିନେତା ଙ୍କୁ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀ ଇଜ୍ଜତ କରିଥାଏ। କିନ୍ତୁ ସଲମାନ ଖାଁ ଏହି ଅଭିନେତା ଙ୍କୁ ବହୁତ ଖାସ ମାନନ୍ତି। ସେ ନିଜର ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ସେ ରଜନୀକାନ୍ତ ଙ୍କ ପାଦ ଧୂଳି ସହ ସମାନ ଅଭିନୟ ମଧ୍ୟ କରି ପାରିବେ ନାହିଁ। ଏହି ଯୋଡ଼ି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫିଲ୍ମ ରେ କାମ କରି ନାହାନ୍ତି କିନ୍ତୁ ସଲମାନ ଖାଁ ରଜନୀକାନ୍ତ ଙ୍କ ସହିତ ଫିଲ୍ମରେ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି।

୪. ମିଥୁନ ଚକ୍ରବର୍ତ୍ତୀ- ବଲିଉଡ ଇଣ୍ଡଷ୍ଟ୍ରୀ ର ଡ୍ୟାନ୍ସ କିଙ୍ଗ ଭାବରେ ଏହି ଅଭିନେତା ଚର୍ଚ୍ଚିତ ଅଟନ୍ତି। ଏହି ଅଭିନେତା ଅନେକ ରିଆଲିଟି ସୋ ର ଜଜ୍ ମଧ୍ୟ ରହି ସାରିଛନ୍ତି। ସଲମାନ ଖାଁ ଏହି ଅଭିନେତା ଙ୍କୁ ବହୁତ ଇଜ୍ଜତ କରନ୍ତି। ସେ ନିଜର ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ସେ ମିଥୁନ ଚକ୍ରବର୍ତ୍ତୀ ଙ୍କ ସହିତ କାମ କରିବାକୁ ଚାହାନ୍ତି। ମିଥୁନ ମଧ୍ୟ ସଲମାନ ଖାଁ ଙ୍କୁ ନିଜର ପୁଅ ଭଳି ଭାବନ୍ତି।ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଯୋଡ଼ି ଫିଲ୍ମ ୟୁବ୍ରାଜ, ଲକି, ବୀର ଓ କିକ ଭଳି ଫିଲ୍ମ ରେ ଏକାଠି କାମ କରି ସାରିଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।