ଏମାନେ ହେଲେ Ollywood ର ଲୋକପ୍ରିୟ ଅଭିନେତା Siddhanta Mahapatra ଙ୍କ ପୁଅ ଓ ଝିଅ, ଆଗରୁ କେବେ ବି ଦେଖି ନଥିବେ…

ବନ୍ଧୁଗଣ ଆପଣ ମାନେ ଓଡିଆ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଆମ ଓଡିଶା ସମେତ ଓଡିଶା ବାହାରେ ଓଡିଆ ସିନେମାର ଚାହିଦା ଅଧିକ ରହିଛି । ଓଡିଆ ଫିଲ୍ମ କୁ ଓଡିଶା ଲୋକେ ପସନ୍ଦ କରିବା ସହ ଓଡିଶା ବାହାରର ଲୋକେ ମଧ୍ୟ ପସନ୍ଦ କରୁଛନ୍ତି । ବଲିଉଡ ଭଳି ଓଡିଆ ଫିଲ୍ମ ର କ୍ରେଜ ପ୍ରାୟତ ଅନେକଙ୍କ ଠାରେ ଦେଖିବାକୁ ମିଳୁଛି । ଆପଣ ମାନେ ଜାଣିଥିବେ ଓଡିଆ କଳାକାର ମାନେ ନିଜେ ଅଭିନୟ କରିବା ସହ ନିଜର ପିଲା ମାନଙ୍କୁ ମଧ୍ୟ ଅଭିନୟ ଦୁନିଆରେ ଅଭିନୟ କରିବା ପାଇଁ ପ୍ରେରଣା ଦେଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଙ୍କ ପୁଅ ଓ ଝିଅ ଆଗାମୀ ସମୟରେ ଓଡିଆ ଜଗତରେ ପାଦ ଦେବାକୁ ଯାଉଛି ତାହା ବିଷୟରେ କଣ ରହିଛି ସଂପୂର୍ଣ୍ଣ ବିବରଣୀ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ମହାପାତ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ।

ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ସେ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ଶୁଟିଙ୍ଗ ସେଟ ରୁ ଭଲ ପାଇ ଦୁହେଁ ବିବାହା ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦୁହିଙ୍କର ବିବାହ ୨୦୦୩ ମସିହାରେ ବିବାହ ହୋଇଥିଲା । ଆଉ ବାହାଘର ପରେ ମାମା ମିଶ୍ର ଓଲିଉଡ ଜଗତରୁ ପୂରାପୂରି ଦୂରେଇ ଯାଇଛନ୍ତି ।

ଅଭିନେତ୍ରୀ ମାମା ମିଶ୍ର ନିଜର ପରିବାର ପ୍ରତି ଅଧିକ ଗୁରୁତ୍ଵ ଦେବାର ମଧ୍ୟ ନଜର ଆସୁଛନ୍ତି । କିନ୍ତୁ ସିଦ୍ଧାର୍ଥ ନିଜର ଅଭିନୟ କ୍ଯାରିୟର ଏବେ ବି ଜାରି ରଖିଛନ୍ତି । ବର୍ତ୍ତମାନ ସେ ଏକ ଓଡିଆ ସିରିଏଲର ନିଜର ଅଭିନୟ ଜାରି ରଖିଛନ୍ତି । ଆଉ ପୂର୍ବ ରୁ ସେ ୯୦ ଦଶକୃ ବହୁତ ସାରା ଓଡିଆ ଫିଲ୍ମ ରେ ଦମଦାର ଅଭିନୟ କରି ଲୋକଲୋଚକୁ ଆସିଛନ୍ତି । ପ୍ରାୟ ୧୦ ବର୍ଷ କାଳ ଓଡିଆ ଇଣ୍ଡଷ୍ଟ୍ରି ରେ ରାଜ କରିଥିଲେ ।

ଏହା ପରେ ସେ ରାଜନୀତି ରେ ପାଦ ଦେଇଥିଲେ । ଆଉ ରାଜନୀତି ପରେ ସେ ଓଡିଆ ସିରିଏଲ ରେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ସେ ୪୦୦ରୁ ଅଧିକ ଓଡିଆ, ହିନ୍ଦୀ, ବଙ୍ଗାଳୀ ଓ ତେଲୁଗୁ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି । ସିଦ୍ଧାର୍ଥ ଓ ମାମାଙ୍କର ଦୁଇଟି ପୁଅ ଓ ଝିଅ ଅଛନ୍ତି ଯାହାଙ୍କର ନାଁ ହେଉଛି ସାଇ ସମର୍ଥ ଓ ସାଇ ଶ୍ରଦ୍ଧା । ସିଦ୍ଧାର୍ଥ ଙ୍କ ଦୁଇ ପୁଅ ଝିଅ ନିଜର ପାଠ ପଢା ସାରିବା ପରେ ଆଗାମୀ ସମୟରେ ଓଲିଉଡ ଜଗତରେ ପାଦ ଦେବାକୁ ଯାଉଛନ୍ତି ବୋଲି ସିଦ୍ଧାର୍ଥ ଏକ ଇଣ୍ଟରଭିୟୁ ରେ କହିଥିଲେ ।

ସିଦ୍ଧାର୍ଥଙ୍କ ପୁଅଙ୍କୁ ବର୍ତ୍ତମାନ ସମୟରେ ୧୮ ବର୍ଷ ହୋଇଥିବା ବେଳେ ତାଙ୍କ ଝିଅଙ୍କୁ ୧୫ ବର୍ଷ ହୋଇ ସାରିଛି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସିଦ୍ଧାର୍ଥଙ୍କ ପୁଅ ଓ ଝିଅ କେମିତି ଲାଗିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।