ଅଧା ସତ କହି ପୁଣି ଥରେ ଫସିଗଲେ Kapil Sharma, କିଛି ଏମିତି କହି Kapil ଙ୍କ ମୁହଁ ବଙ୍କା କରିଦେଲେ ଅଭିନେତା Anupam Kher

କମେଡି କିଙ୍ଗ କପିଲ ଶର୍ମାଙ୍କୁ ଅଧା ସତ କହିବା ପୁଣି ଥରେ ଭାରି ପଡିଛି । ଦିଗଜ ଅଭିନେତା ଅନୁପମ ଖେର ପୁଣି ଥରେ କପିଲ ଶର୍ମାଙ୍କୁ ସିଧାସଳଖ ମୁହଁତୋଡ ଜବାବ ଦେଇଛନ୍ତି । ନିକଟରେ ଫିଲ୍ମ “ଦି କାଶ୍ମୀର ଫାଇଲ” ରିଲିଜ ହୋଇଛି । ଆଉ ରିଲିଜ ହେବା ପରେ ଫିଲ୍ମଟି ରାଜନୈତିକ ବିବାଦରେ ଛନ୍ଦି ହୋଇଯାଇଛି । ଅନ୍ୟପଟେ ଅନେକ ସଂଖ୍ଯାରେ ଲୋକମାନେ ଫିଲ୍ମଟିକୁ ଦେଖୁଛନ୍ତି ଓ ପସନ୍ଦ କରୁଛନ୍ତି ମଧ୍ୟ ।

ତେବେ ବଲିଉଡର ପ୍ରାୟ ପ୍ରତ୍ଯେକ ଫିଲ୍ମ ରିଲିଜ ହେବା ପୂର୍ବରୁ କପିଲ ଶର୍ମାଙ୍କ କମେଡି ଶୋ’ରେ ଏହାର କଳାକାର ମାନେ ପ୍ରମୋଶନ କରିବାକୁ ଆସନ୍ତି । କିନ୍ତୁ କାଶ୍ମୀର ଫାଇଲର ପ୍ରମୋଶନ କପିଲଙ୍କ ଶୋ’ରେ ହୋଇ ନଥିଲା । ଯାହାକୁ ନେଇ ଅନେକ ବିବାଦ ଉଠିଛି । ଟାଇମ୍ସ ନାଓରେ ସାକ୍ଷାତକାର ଦେଉଥିବା ବେଳେ କାଶ୍ମୀର ଫାଇଲର ଅଭିନେତା ଅନୁପମ ଖେର କହିଥିଲେ କି କପିଲ କେବଳ ତାଙ୍କୁ ହିଁ ଫିଲ୍ମର ପ୍ରମୋଶନ ପାଇଁ ନିମନ୍ତ୍ରଣ କରିଥିଲେ ।

କିନ୍ତୁ ସେ ଶୋ’କୁ ଯିବାକୁ ମନା କରି ଦେଇଥିଲେ କାରଣ ଏହା କମେଡି ଶୋ ଏବଂ ତାଙ୍କ ଫିଲ୍ମ ବହୁତ ସେନ୍ସିଟିଭ ଫିଲ୍ମ ହୋଇଥିବାରୁ ସେ ସେଠାରେ ଏହାର ପ୍ରମୋଶନ କରିବାକୁ ଚାହୁଁ ନଥିଲେ । ଏହାପରେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଖୁଲାସା କରିଥିଲେ କି ଯେହେତୁ ସେ ବଡ ଷ୍ଟାର ନୁହନ୍ତି ସେଥିପାଇଁ କପିଲ କେବଳ ଅନୁପମ ଖେରଙ୍କୁ ଫିଲ୍ମର ପ୍ରମୋଶନ ପାଇଁ ନିମନ୍ତ୍ରଣ କରିଥିଲେ ।

ତାଙ୍କୁ କିମ୍ବା ଫିଲ୍ମର ଅନ୍ୟ କଳାକାରଙ୍କୁ ସେ ଶୋ’କୁ ଆସିବା ପାଇଁ ନିମନ୍ତ୍ରଣ କରି ନଥିଲେ । ତେବେ ଏହାପରେ କପିଲ ନିଜ ଟ୍ବିଟର ଆକାଉଣ୍ଟରେ ଅନୁପମ ଖେରଙ୍କ ସାକ୍ଷାତକାରର ଏକ କ୍ଲିପ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଅନୁପମ ଖେର କହୁଥିବାର ଦେଖିବାକୁ ମିଳିଛି କି କପିଲ ତାଙ୍କୁ ଶୋ’କୁ ଡ଼ାକିଥିଲେ କିନ୍ତୁ ସେ ନିଜେ ସେଠାକୁ ଯିବାକୁ ମନା କରି ଦେଇଥିଲେ ।

କିନ୍ତୁ ବିବେକ ଅଗ୍ନିହୋତ୍ରୀଙ୍କ କଥା ସେ ଶେୟାର କରି ନଥିଲେ । କପିଲ କ୍ୟାପସନରେ ଅନୁପମ ଖେରଙ୍କୁ ସତ ସାମ୍ନାକୁ ଆଣିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । କାରଣ ବିବାଦ ଉଠିଥିଲା କି କପିଲ “ଦି କାଶ୍ମୀର ଫାଇଲ” କୁ ପ୍ରମୋଟ କରିବା ପାଇଁ ମନା କରି ଦେଇଥିଲେ । ହେଲେ ଏମିତି ପୋଷ୍ଟ କରି କପିଲ ନିଜ ପାଇଁ ନିଜେ ଗାତ ଖୋଳିଛନ୍ତି ।

କାରଣ ତାଙ୍କ ଟ୍ବିଟ ର ଅନୁପମ ରିପ୍ଲାଇ ଦେଇ ଲେଖିଛନ୍ତି, “ଡିୟର କପିଲ ଶର୍ମା, ଆଶା କରୁଛି ତୁମେ ଅଧା ସତ ନଲେଖି ପୁରା ସତ ଲେଖିଥାନ୍ତ । ସାରା ଦୁନିଆ ଉତ୍ସବ ପାଳନ କରୁଛି । ଆଜି ରାତି ତୁମେ ବି ପାଳନ କର । ତୁମ ପାଇଁ ଢେର ସାରା ଭଲପାଇବା ଓ ପ୍ରେମ ।”

କପିଲ ଅଧା ସତ ପୋଷ୍ଟ କରି ଖସିଯିବାକୁ ଚେଷ୍ଟା କରୁଥିଲେ କିନ୍ତୁ ତାଙ୍କୁ ଅନୁପମ ଖେର ଛାଡି ନଥିଲେ । ଲାଗୁଛି ଆଜିକାଲି କପିଲଙ୍କ ଦିନ କିଛି ଭଲ ଚାଲୁନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।