କିଶୋର କୁମାରଙ୍କର ପତ୍ନୀଙ୍କ ସହ ହୋଇଥିଲା ମିଥୁନ ଚକ୍ରବର୍ତ୍ତିଙ୍କର ବିବାହ, କିଶୋର କୁମାର ଏମିତି ନେଇଥିଲେ ତାଙ୍କ ଠାରୁ ପ୍ରତିଶୋଧ

ବଲୀଉଡରେ ନିଜର ଡିସ୍କୋ ଡାନ୍ସ ଦ୍ଵାରା ଫେମସ ମିଥୁନ ଚକ୍ରବର୍ତ୍ତି ବଲୀଉଡର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ସେ ନିଜର ପ୍ରଥମ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରୀୟ ପୁରସ୍କାର ବି ପାଇଥିଲେ । କହିଦେଉଛୁ କି ୧୬ ଜୁନରେ ମିଥୁନ ନିଜ ୬୭ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଏହି ଜନ୍ମଦିନ ଅବସରରେ ଆମେ ଆପଣଙ୍କୁ ତାଙ୍କ ଜୀବନ ସହ ଜଡିତ ଏକ କାହାଣୀ ବିଷୟରେ କହିବୁ, ଯାହାକୁ ବୋଧେ କେହି ଜାଣି ନାହାନ୍ତି ।

ବଲୀଉଡରେ ମିଥୁନ ଫିଲ୍ମ ‘ମୃଗୟା’ ରୁ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଥିଲା । କିନ୍ତୁ ଏହି ଫିଲ୍ମ ପରେ ମିଥୁନ ବହୁତ ସମୟ ହେବ ହଜି ଯାଇଥିଲେ । କହିବାକୁ ଗଲେ ତାଙ୍କୁ କୌଣସି କାମ ମିଳୁ ନ ଥିଲା । ଏହି କଥା ନିଜେ ମିଥୁନ ବିବିସି କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ ।

କହିଦେଉଛୁ କି ବର୍ତ୍ତମାନ ତାଙ୍କର ଏକ ଫିଲ୍ମ ‘ଦୀ ତାଶକଂଦ ଫାଇଲ୍ସ’ ରିଲିଜ ହୋଇଛି । ଯାହାକି ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମୁର୍ତ୍ୟୁର ଅସଲ କାରଣକୁ ଖୋଜିବା ଉପରେ ହୋଇଛି । କହିବାକୁ ଗଲେ ବଲୀଉଡରେ ମିଥୁନଙ୍କୁ ନିଜର ଡାନ୍ସ ଦ୍ଵାରା ହିଁ ପରିଚୟ ମିଳିଥିଲା । ୮୦ ଦଶକରେ ସେ ଜଣେ ଜଣାଶୁଣା ଅଭିନେତା ଥିଲେ । ସେ ନିଜର କ୍ୟାରିୟରରେ ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି ।

ମିଥୁନଙ୍କର ପର୍ସନଲ ଲାଇଫ ବିଷୟରେ କହିଲେ ୧୯୭୯ରେ ସେ ସେହି ସମୟର ସପୋର୍ଟିଂଗ ଆକ୍ତ୍ରେସ ରହିତୋବା ଯୋଗିତା ବାଲୀଙ୍କ ସହ ବିବାହ କରି ନେଇଥିଲେ । କହିଦେଉଛୁ କି ଯୋଗିତା ବାଲୀ କିଶୋର କୁମାରଙ୍କର ତୃତୀୟ ପତ୍ନୀ ଥିଲେ ଓ ଏହା ସତ୍ତ୍ୱେ ବି ସେ ମିଥୁନଙ୍କ ସହ ଦ୍ଵିତୀୟ ବିବାହ କରି ଥିଲେ । କିନ୍ତୁ  କିଶୋର କୁମାରଙ୍କୁ ଏହି କଥା ପସନ୍ଦ ଆସିଲା ନାହିଁ ।

ମିଡିଆ ରିପୋର୍ଟ ଅନୁସାରେ ମିଥୁନଙ୍କର ବିବାହ ପରେ  କିଶୋର କୁମାର ବହୁତ ରାଗି ଯାଇଥିଲେ ଓ ସେ ମିଥୁନଙ୍କ ପାଇଁ ଗୀତ ଗାଇବା ଛାଡି ଦେଇଥିଲେ ।