ଅବିକଳ Govinda ଙ୍କ ଆୱାଜରେ ଯୁବକ ଜଣକ ବିକ୍ରି କରୁଛନ୍ତି ଚଡ୍ଡି, ଏହା ସହ କରୁଛନ୍ତି ଆହୁରି 10 ରୁ ଅଧିକ ଅଭିନେତାଙ୍କ Mimicry, Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ଅନ୍ୟ ଜଣଙ୍କ କଥା କହିବା ଶୈଳୀ ଓ ସ୍ଵରକୁ ସ୍ପଷ୍ଟ ଭାବେ ନକଲ କରିବା କଳାକୁ ମିମିକ୍ରି ବୋଲି କୁହାଯାଏ । ଯାହା ସମସ୍ତଙ୍କ ପାଖେ ନଥାଏ । ଟିଭି ଶୋ ମାନଙ୍କରେ ଆପଣ ଅନେକ ମିମିକ୍ରି ଆର୍ଟିଷ୍ଟ ମାନଙ୍କୁ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ମିମିକ୍ରି ଆର୍ଟିଷ୍ଟଙ୍କ ବିଷୟରେ କହିବାକୁ ଯାଉଛୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ସୁପରଷ୍ଟାର ଗୋବିନ୍ଦାଙ୍କ ଠାରୁ ଆରମ୍ଭ କରି କିଙ୍ଗ ଖାନ ଶାହରୁଖଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆୱାଜକୁ ଅବିକଳ ନକଲ କରି ପାରନ୍ତି ଏହି ଦୁଇ ଯୁବକ ।

ଏହି ଯୁବକ ଦୁଇ ଜଣ ହେଉଛନ୍ତି ଚଡି ବିକାଳି ତଥା ଜେଣ୍ଟସ୍ ଅଣ୍ଡର ୱିୟର ଠାରୁ ଆରମ୍ଭ କରି ପ୍ଯାଣ୍ଟ ଓ ଗଞ୍ଜି ଆଦି ମଧ୍ୟ ବିକ୍ରି କରନ୍ତି । ରାସ୍ତା କଡରେ ଏକ ଛୋଟିଆ ଉଠା ଦୋକାନଟିଏ କରି ଏମାନେ ଚଡି ଗଞ୍ଜି ବିକି ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ଅନ୍ୟ ଚଡି ବିକାଳିଙ୍କ ଠାରୁ ଏମାନେ ଟିକେ ଅଲଗା । ଏମାନଙ୍କ ପାଖକୁ ଗ୍ରାହକ ଚୁମ୍ବକ ଭଳି ଟାଣି ହୋଇ ଆସନ୍ତି । ଆଉ ଏହାର କାରଣ ହେଉଛି ଏମାନଙ୍କ ଚଡି ବିକିଲା ଷ୍ଟାଇଲ ।

ଏକଦମ ବଲିଉଡ ଷ୍ଟାଇଲରେ ଏମାନେ ଚଡି କିଣିବା ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିଥାନ୍ତି । ବଡ ବଡ ଫିଲ୍ମ ଷ୍ଟାର ମାନଙ୍କର ଡାଇଲଗକୁ ମିମିକ୍ରି କରି ଏମାନେ ଗ୍ରାହକଙ୍କ ସହ କଥା ହୋଇଥାନ୍ତି ଓ ତାଙ୍କ ଦୋକାନ ଆଡକୁ ଟାଣି ହୋଇ ଆସିବା ପାଇଁ ବାଧ୍ୟ କରି ଦେଇଥାନ୍ତି । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କିପରି ସୁପରଷ୍ଟାର ଗୋବିନ୍ଦାଙ୍କ ମିମିକ୍ରି କରୁଛନ୍ତି ଏହି ଚଡି ବିକାଳି ।

କେବଳ ଗୋବିନ୍ଦା ନୁହେଁ ବରଂ ୧୦ ରୁ ଅଧିକ ବଲିଉଡ କଳାକାରଙ୍କ ଡାଇଲଗ ଓ କଥା କହିବା ଶୈଳୀର ଅବିକଳ ନକଲ କରୁଛନ୍ତି ଏହି ଦୁଇ ଯୁବକ । ଏହା ମଧ୍ୟରେ ଦୁଇ ଜଣ ରାଜନୈତିକ ନେତା ମଧ୍ୟ ଅଛନ୍ତି ସେମାନେ ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ସମାଜବାଦୀ ପାର୍ଟିର ନେତା ଅଖିଲେଶ ଯାଦବ । ଏହା ବ୍ଯତୀତ ମିଥୁନ ଚକ୍ରବର୍ତ୍ତୀ, ଶତ୍ରୁଘ୍ନ ସିହ୍ନା, ରାଜକୁମାର, କମେଡି କିଙ୍ଗ ଜନି ଲିଭର, ନାନା ପାଟେକର, ଧର୍ମେନ୍ଦ୍ର ଆଦି ବଡ ବଡ ଅଭିନେତାଙ୍କ ମଧ୍ୟ ମିମିକ୍ରି ଦେଖିବାକୁ ପାଇବେ ।

ଏହି ସମସ୍ତେ ଚଡି କିଣିବାକୁ ଆସିଲେ କିଭଳି ଭାବେ ଚଡି କିଣିବେ କିମ୍ବା ବିକିବେ ଏହାକୁ ମିମିକ୍ରି କରି ଦେଖାଉଛନ୍ତି ଏହି ଦୁଇ ଚଡି ବିକାଳି ଯୁବକ । ଯାହା ସମସ୍ତଙ୍କୁ ବେଶ ମଜାଦାର ଲାଗୁଛି । ଏହାର ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ନିଆଁ ଭଳି ଭା-ଇ-ରା-ଲ ହେଉଛି ଓ ଲୋକେ ଦୁଇ ଯୁବକଙ୍କୁ ବେଶ ପ୍ରଶଂସା କରୁଛନ୍ତି । ଆପଣଙ୍କୁ ବି ନିଶ୍ଚୟ ଭଲ ଲାଗିଥିବ ଏହି ଦୁଇ ଚଡି ବିକାଳିଙ୍କ କଳା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।