ସ୍ବାମୀଙ୍କ ସହ ମାଳଦୀପ ରେ ଛୁଟି କାଟୁଛନ୍ତି Jhillik, ଭାଇରାଲ ହେଉଛି Video

ମାଳଦ୍ଵୀପ ଏମିତି ଏକ ଜାଗା ଯେଉଁଠାକୁ ଗଲେ ବ୍ୟକ୍ତି ନିଜକୁ ବି ଭୁଲିଯାନ୍ତି ବୋଲି କୁହାଯାଏ । ଜୀବନରେ ଥରେ ହେଲେ ବି ପ୍ରାକୃତିକ ସୌନ୍ଦର୍ଜ୍ୟରେ ଭରପୁର ଏହି ଜାଗାକୁ ଯିବାକୁ ସମସ୍ତେ ଇଚ୍ଛା ରଖିଥାନ୍ତି । ଖାସ୍ କରି ହଲିଉଡ ଠୁ ନେଇ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମାଳଦ୍ଵୀପରେ ଯାଇ ଛୁଟି କଟାଉଥିବାର ପ୍ରାୟତଃ ଦେଖିବାକୁ ମିଳେ । ଏବେ ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜୀଙ୍କୁ ମଧ୍ୟ ମାଳଦ୍ଵୀପରେ ସମୟ ବିତାଉ ଥିବାର ଦେଖିବାକୁ ମିଳିଛି ।

ଝିଲିକଙ୍କୁ କିଏ ବା ନ ଜାଣେ ! ପଶ୍ଚିମବଙ୍ଗରେ ଜନ୍ମ ହୋଇଥିବା ଏହି ନାୟିକା ଓଡିଆ ଫିଲ୍ମ ଜଗତରେ ନିଜ ସୌନ୍ଦର୍ଜ୍ୟ ଓ ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ଝିଲିକ ପ୍ରଥମେ ବଙ୍ଗାଳୀ ଫିଲ୍ମରୁ ନିଜ ଫିଲ୍ମ କ୍ଯାରିୟର ଆରମ୍ଭ କରିଥିଲେ । ଏହାପରେ ୨୦୧୩ ରେ ସେ ଓଡିଆ ଫିଲ୍ମ ‘ଟାର୍ଗେଟ’ ରୁ ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ । ପରଦା ଉପରେ ଝିଲିକଙ୍କ ଚୁଲବୁଲି ଅନ୍ଦାଜକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ ।

ଏହା ପରେ ଆଉ ପଛକୁ ଫେରି ଦେଖି ନଥିଲେ ଝିଲିକ । ଗୋଟିଏ ପରେ ଗୋଟିଏ ଓଡିଆ ଫିଲ୍ମରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଥିଲେ । ଝିଲିକ ଆଖିରେ ଆଖିରେ, ଲେଖୁ ଲେଖୁ ଲେଖିଦେଲି, ସୁପର ମିଛୁଆ, ଜବରଦସ୍ତ ପ୍ରେମିକା, ଲଭ ୟୁ ହମେଶା, ଜଗା ହାତରେ ପଘା, ଅଗସ୍ତ୍ୟା ଓ ବେବି ଭଳି ସୁପରହିଟ୍ ଫିଲ୍ମ ମାନଙ୍କରେ କାମ କରିଛନ୍ତି । ୨୦୧୯ ମସିହାରେ ଫିଲ୍ମ ‘ଦିସ ଇଜ ମାୟା ରେ ବାୟା’ ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

ଏହାପରେ ଗତ ବର୍ଷ ତଥା ୨୦୨୦ ମାର୍ଚ୍ଚ ମାସରେ ଝିଲିକ MLA ପ୍ରୀତିରଞ୍ଜନ ଘଡେଇଙ୍କୁ ବିବାହ କରିଥିଲେ । ଝିଲିକଙ୍କ ବିବାହ ଚିଲିକାରେ ଏକ ପ୍ରାଇଭେଟ ସେରିମେନିରେ ହୋଇଥିଲା । ତେବେ ନିକଟରେ ଝିଲିକଙ୍କୁ ସ୍ଵାମୀଙ୍କ ସହ ମାଳଦ୍ଵୀପରେ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି । ଝିଲିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସବୁ ଫଟୋ ଏବଂ ଭି-ଡି-ଓ ଅଫଲୋଡ କରିଛନ୍ତି ।

ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆସୁଛି । ଝିଲିକ ସ୍ବାମୀଙ୍କ ସହ ମାଲଦ୍ଵୀପରେ ବିତାଉଥିବା ସମୟକୁ ଖୁବ ଉପଭୋଗ କରୁଥିବାର ଆପଣ ଏହି ଭି-ଡି-ଓ-ରେ ଦେଖି ପାରୁଥିବେ । ଆପଣଙ୍କୁ ଝିଲିକ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।