ବିବାହ କଲେ ଓଡିଆ ଫିଲ୍ମ ହିରୋଇନ ଆହାନା ବରାଳ, ଦେଖନ୍ତୁ କାହାକୁ କଲେ ସେ ବିବାହ ?

ବର୍ତ୍ତମାନ ସମୟରେ ବଲୀଉଡ ଅଭିନେତ୍ରୀମାନଙ୍କ ଭଳି ଓଲିଉଡ ଅଭିନେତ୍ରୀମାନେ ବି ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚାରେ ରହୁଛନ୍ତି । ଏମିତିରେ ବର୍ତ୍ତମାନ ସମୟରେ କେତେକ ଅଭିନେତ୍ରୀମାନେ ନିଜର ବିବାହକୁ ନେଇ ଚର୍ଚାରେ ରହୁଛନ୍ତି । କହିବାକୁ ଗଲେ କିଛି ଦିନ ପୂର୍ବେ ହିଁ ଅର୍ଚିତା ଓ ସବ୍ୟସାଚୀ ବିବାହ କରିଛନ୍ତି । ଏମିତିରେ ସେହି ସମୟରେ ଏହି ବିବାହର ଖବର ସବୁ ନ୍ୟୁଜ ଚ୍ୟାନେଲର ଟ୍ରେଣ୍ଡରେ ରହିଥିଲା ।

ଏମିତିରେ ବର୍ତ୍ତମାନ ସମୟରେ ପୁଣି ଥରେ ଜଣେ ଓଲିଉଡ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଲିଉଡ ଜଗତର ଜଣା ଶୁଣା ଅଭିନେତ୍ରୀ ଆହାନା ବରାଳ ।

ଆହାନା ବରାଳ ଓଲିଉଡର ବହୁତ ଫିଲ୍ମରେ କାମ କରିଛନ୍ତି ଓ ସେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ନିକଟରେ ପରିଚିତ ମଧ୍ୟ ହୋଇଛନ୍ତି । ଦର୍ଶକମାନେ ବି ଆହାନା ବରାଳଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଗତକାଲୀ ଅର୍ଥାତ ୧୨ ମାର୍ଚ୍ଚ ଶୁକ୍ରବାର ଦିନ ଆହାନା ବରାଳ ନିଜର ବୟଫ୍ରେନ୍ଡ ରାକେଶକୁ ବିବାହ କରିଛନ୍ତି । ଯଦି ତାଙ୍କର ଫିଲ୍ମି ଅଭିନୟ ବିଷୟରେ କଥାବାର୍ତ୍ତା କରିବା ତେବେ ତାଙ୍କର ହିଟ ଫିଲ୍ମ ଗୁଡିକ ହେଲା ବ୍ଳାକମେଲ, ଭୈରବ ।

ଆହାନା ବରାଳ ନିଜର ଅଭିନୟ ଦ୍ଵାରା ପ୍ରତ୍ୟକ ଓଡିଆଙ୍କର ହୃଦୟକୁ ଜିତିଛନ୍ତି । ବ୍ଳାକମେଲ, ଭୈରବ ଫିଲ୍ମରେ ସେ ସହ ଅଭିନେତ୍ରୀ ରୂପରେ ନଜର ଆସିଥିଲେ । କିନ୍ତୁ ଏହା ସତ୍ବେ ବି ସେ ଲୋକମାନଙ୍କର ଦ୍ରୁଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ । କହିଦେଉଛୁ କି କିଛି ଦିନ ତଳେ ହିଁ ଆହାନା ବରାଳ ଓ ରାକେଶଙ୍କର ନିର୍ବନ୍ଧ ହୋଇଥିଲା । ଯାହାର କିଛି ଫଟୋ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

କହିଦେଉଛୁ କି ଆହାନା ଓ ରାକେଶ ବହୁ ଦିନ ହେବ ପରସ୍ପରକୁ ଭଲ ପାଉଥିଲେ ଓ ଶେଷରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଏହା ସହିତ କିଛି ଦିନ ପୂର୍ବେ ଆହାନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ଶେୟାର କରି କହିଥିଲେ କି ସେ ରାକେଶକୁ ଭଲ ପାଉଛନ୍ତି । ସେହିଭଳି ରାକେଶ ବି ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଭଲ ପାଇବା କଥା ସମସ୍ତଙ୍କୁ କହିଥିଲେ ।

ଯଦି ଆହନାଙ୍କ ଫିଲ୍ମ କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତେବେ ସେ ଆସନ୍ତା କିଛି ବର୍ଷ ମଧ୍ୟରେ ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିବେ । ଏହା ସହିତ ସେ ଲକ୍ଷ ରଖିଛନ୍ତି କି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଜଣେ ମୁଖ୍ୟ ଅଭିନେତ୍ରୀ ହେବେ । ଏମିତିରେ ଆମ ସମସ୍ତଙ୍କ ତରଫରୁ ଆହାନା ଓ ରାକେଶଙ୍କୁ ତାଙ୍କର ନୂଆ ଜୀବନ ପାଇଁ ଶୁଭକାମନା ।