ମହାଭାରତ ର ଶ୍ରୀ କୃଷ୍ଣ କରିଛନ୍ତି 2-2 ଟି ବିବାହ ଓ ଯାହାଙ୍କର ଅଛନ୍ତି 4 ଟି ପିଲା, ଜାଣନ୍ତୁ ତାଙ୍କୁ କିପରି ମିଳିଥିଲା ସିରିଏଲ ରେ ଏଣ୍ଟ୍ରି

ଦେଶର ଐତିହାସିକ ଓ ସାଂସ୍କୃତିକ କଥାକୁ ନେଇ “ରାମାୟଣ” ଓ “ମହାଭାରତ” ଧାରାବାହିକ ହୋଇଥିଲା । ଏହି ଦୁଇଟି ଧାରାବାହିକ ଦେଖିବାକୁ ଲୋକ ମାନେ ବହୁତ ଆଗ୍ରହ କରୁଥିଲେ ।

ଏହି ଧାରାବାହୀକରେ ଅଭିନୟ କରିଥିବା କଳାକାର ମାନଙ୍କୁ ଆଜି ବି ଲୋକ ମାନେ ତାଙ୍କର ଅସଲ ନାଁ ରେ ନ ଜାଣି ସିରିଏଲରେ ରଖା ଯାଇଥିବା ନାଁ ଅନୁସାରେ ମନେ ରଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ “ମହାଭାରତ” ସିରିଏଲରେ “ଶ୍ରୀକୃଷ୍ଣ”ଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ନିତୀଶ ଭାରଦ୍ଵାଜଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ ।

ଅଭିନେତା ନିତୀଶ ଭାରଦ୍ଵାଜ ବର୍ତ୍ତମାନ ୫୮ ବର୍ଷର ହେଲେଣି ସୁଦ୍ଧା ସେ ଅନେକ ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି । ସେ ହାଲିୟା ଦୋରର ବେବ ସିରିଜରେ “ସମାନ୍ତର”ରେ ନଜର ଆସିଛନ୍ତି । ସେ ଆଜି ଯାଏଁ ଯେଉଁ ସବୁ ସିରିଏଲ ବା ଫିଲ୍ମରେ କାମ କରିଛନ୍ତି ତାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି । ତାଙ୍କର ଅଭିନୟ ପରି ଅଧିକ ରୁଚି ରହିଛି । ସେ ଅଭିନୟ ଦୁନିଆରେ ପାଦ ଦେବା ପୂର୍ବରୁ ରେଶ କୋର୍ସରେ ଆସିଷ୍ଟାନ୍ତ ବେତରୀନେରିୟନ ଭାବେ କାମ କରିଥିଲେ ।

ଅଭିନୟ କରିବା ପୂର୍ବରୁ ସେ ଯେଉଁ ଚାକିରି କରୁଥିଲେ ତାହା ପସନ୍ଦ ନ ଥିଲା । ଏହା ପରେ ସେ ଚାକିରି ଛାଡି ଅଭିନୟ ଦୁନିଆରେ ପାଦ ଦେଇଥିଲେ । ଏହା ପରେ ସେ କଠିନ ପରିଶ୍ରମ କରି ସଫଳତା ହାସଲ କରିଥିଲେ । କଲେଜ ଟାଇମରୁ ସେ ଅଭିନୟ ପ୍ରତି ଇଛୁକ ଥିଲେ । କଲେଜରେ ସେ ନାଟକ ଓ ନିର୍ଦେଶନା ଦେବାକୁ ଅଧିକ ପସନ୍ଦ କରୁଥିଲେ । ସେ ନିଜର କଳାକୁ ପ୍ରଦର୍ଶନ କରିବା ପାଇଁ ଏକ ଥିଏଟର ଗ୍ରୁପରେ ଯୋଗ ଦେଇଥିଲେ ।

ତାଙ୍କର ଅଭିନୟ କରିବରା ଦେଖି ତାଙ୍କ ପରିବାର ଲୋକେ ବିରୋଧ କରିଥିଲେ କାରଣ ଅଭିନୟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବା କଠିନ ଅଟେ ବୋଲି ତାଙ୍କ ପରିବାର ଲୋକେ ଅବଗତ ଥିଲେ । ପ୍ରଥମେ ସେ ମରାଠୀ ଥିଏଟରରେ ଅଭିନୟ ଆରମ୍ବ କରିବା ପରେ “ଆଙ୍ଖ ଥିଏଟର” ଗ୍ରୁପରେ ସାମିଲ ହୋଇ ହିନ୍ଦୀ ନାଟକରେ କାମ କରିଥିଲେ ।

ଏହା ସହ ସେ ବମ୍ବେ ଦୂରଦର୍ଶନରେ “ଅନାଉନ୍ସର ଅର ନ୍ଯୁଜ ରିଡର”ରେ କାମ କରିଥିଲେ । ଏହା ପରେ ସେ ୧୯୮୭ରେ ହିନ୍ଦୀ ଫିଲ୍ମ “ତ୍ରିସାଙ୍ଗିନୀ”ରେ ନାନା ପାଟେକରଙ୍କ ସହ ଅଭିନୟ କରିଥିଲେ । ଏହି ଫିଲ୍ମ ଜରିଆରେ ସେ ମହାଭାରତ ସିରିଏଲରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ରୋଲ ପାଇଥିଲେ । ନିତୀଶଙ୍କୁ ବିଆର ଚୋପଡାଙ୍କ ମହାଭାରତ ସିରିଏଲରେ ବିଦୁର ରୋଲରେ ଅଡିସନ ଦେବାକୁ ଡକା ଯାଇଥିଲେ ମଧ୍ୟ ପରେ ୨୪ ବର୍ଷର ନିତୀଶ ଶ୍ରୀକୃଷ୍ଣ ରୋଲ ପାଇଁ ସିଲେକ୍ଟ ହୋଇଥିଲେ ।

ନିତୀଶ ୨୪ ବର୍ଷ ପୂର୍ବେ ବିଜେପି ଟିକେଟରେ ଜାମସେଦପୁରର ସାଂସଦ ଭାବେ ଚୟନ ହୋଇଥିଲେ । ଏହା ପରେ ଏଠାରେ ୧୮ ମାସ କାମ କରିବା ପରେ ସେ ମଧ୍ୟପ୍ରଦେଶର ରାଜଗାଢ ନିର୍ବାଚନରେ ଜିତିଥିଲେ । ତାଙ୍କର ରିୟଲ ଲାଇଫରେ ସେ ଦୁଇଟି ବିବାହ କରିଛନ୍ତି । ୧୯୯୧ ଡିସେମ୍ବର ୨୭ରେ ମୋନିକା ସିଂଙ୍କ ସହ ପ୍ରଥମ ବିବାହ କରିଥିଲେ ମଧ୍ୟ ଦୁହେଁ ୨୦୦୫ରେ ଅଲଗା ହୋଇଥିଲେ । ଦୁହିଙ୍କର ପୁଅ ଓ ଝିଅ ଅଛନ୍ତି । ଏହା ପରେ ୨୦୦୮ରେ ନିତୀଶ ସ୍ମିତା ଗେଟଙ୍କ ସହ ଦିତୀୟ ବିବାହ କରିଥିଲେ । ନୀତିଶଙ୍କର ୪ଟି ପିଲା ଅଛନ୍ତି । 

ସେ ୨୦୧୬ରେ “ମୋହନଯୋଦଡେ” ଫିଲ୍ମରେ କାମ କରିବା ସହ “ପ୍ରେମ ଶକ୍ତି”, “ଯକ୍ଷ” ଭଳି ଫିଲମରେ ନଜର ଆସିଛନ୍ତି । ସେ ମେକ୍ସ ପ୍ଲେୟରରେ ରିଲିଜ ହୋଇଥିବା “ସମାନ୍ତର-୨”ରେ ସୁଦର୍ଶନ ଚକ୍ରବାଣୀ ଭୂମିକାରେ ଅଭିନୟ କରୁଛନ୍ତି ଯାହା ମରାଠୀ ଭାଷାର ଥ୍ରୀଲରୱେବ ସିରିଜ ଅଟେ । ନିତୀଶ ଏହି ସିରିଜରେ ନଜର ଆସୁଥିଲେ ମଧ୍ୟ ଓଟିଟି ପ୍ଳେଟଫାର୍ମସ ସହ ଏକ ଅଭିଯୋଗ ଅଛି । ନିତୀଶଙ୍କ କହିବା ନୁସାରେ ଓଟିଟି ପ୍ଳେଟଫାର୍ମସ ହିନ୍ଦୀ ଫିଲ୍ମରେ ଯେତେ ଟଙ୍କା ଖର୍ଚ୍ଚ କରାଯାଏ ସେତିକି ଟଙ୍କା ରିଜନଲ କଣ୍ଟେଟରେ ଇନଭେଷ୍ଟ କରାଯାଉ ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।