ମା’ ଲକ୍ଷ୍ମୀ କୁହନ୍ତି ଘରର ମୁଖ୍ୟ ଦ୍ଵାରରେ ରଖି ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ, ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେନି- Vastu Tips

ଜୀବନରେ ଧନ ସବୁ ମନୁଷ୍ୟର ଆବଶ୍ୟକ ହୋଇଥାଏ । ଧନ ବୀନା ମନୁଷ୍ୟ କିଛି ବି କରିପାରେ ନାହିଁ । ଧନ ଦ୍ଵାରା ଜୀବନ ରେ ଖୁସି ହାସଲ କରାଯାଇଥାଏ । ଆପଣ ତ ଜାଣିନ୍ତି ଯେ ମା ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା । କେତେବେଳ ଏହି ଜାଗାରେ ଥାଆନ୍ତି ତ ଆଉ କେତେବେଳେ ଅନ୍ୟ ଜାଗାରେ ରହିଥାଆନ୍ତି । କିନ୍ତୁ ମା ଲକ୍ଷ୍ମୀ କାହାକୁ କଷ୍ଟ ଦିଅନ୍ତି ନାହିଁ । ସେ ଯଦି ପ୍ରସନ୍ନ ହୋଇଯାଆନ୍ତି ତେବେ ଜୀବନରେ ଖୁସି ଭରି ଦିଅନ୍ତି । କିନ୍ତୁ ମା ଲକ୍ଷ୍ମୀଙ୍କୁ କିପରି ଆକ୍ରୁଷ୍ଟ କରାଇବେ ବା ତାଙ୍କୁ ଆଶୀର୍ବାଦ ଲାଭ କରିବେ ।

ଯାହା ଦ୍ଵାରା କି  ମା ଲକ୍ଷ୍ମୀ ଦୁଇଟି ହାତରେ ଧନ , ସମ୍ପତି ଓ ଖୁସି ବି ବର୍ଷଣ କରିଦେବେ । ତେବେ ଆଜି ଆସନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କୁ ଆକ୍ରୁଷ୍ଟ କାରିବା ଓ ଆଶୀର୍ବାଦ ଲାଭ କରିବାର ଉପାୟ । ମା ଲକ୍ଷ୍ମୀ ଶ୍ରୀ ହରିଙ୍କ ସହିତ ରହିଥାଆନ୍ତି ।

ଆପଣ ମାନେ ଜଣା ଅଜାଣରେ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି କିନ୍ତୁ ଆପଣ ପ୍ରଥମେ ଶ୍ରୀ ହରୀଙ୍କୁ ପୂଜା କରନ୍ତୁ ତାପରେ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ତା ସହିତ ଗଣେଶ ଭଗବାନଙ୍କୁ ପୂଜା କରିବେ । ଆଗେ ଗଣେଶ ଭଗବାନଙ୍କୁ ତାପରେ ଶ୍ରୀ ହରିଙ୍କୁ ତାପରେ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଆପଣ ଘରର ମୁଖ୍ୟ ଦୁଆରକୁ ସବୁବେଳେ ସଫା ସୁନ୍ଦର ରଖନ୍ତୁ । କାହିଁକି ନା ଯେତେବେଳ ଆପଣ କୌଣସି ଘରର ମୁଖ୍ୟ ଦୁଆର ଦେଇକି ଯାଆନ୍ତି ସେତେବେଳେ ଆପଣ କୁହନ୍ତି ଏହାର ଘରଟି କେତେ ସୁନ୍ଦର ।

ସେଥିପାଇଁ ଆପଣ ଘରର ମୁଖ୍ୟ ଦୁଆରକୁ ସବୁବେଳେ ସଫା ସୁତୁରା ରଖନ୍ତୁ । ସୋମବାର କି ଗୁରୁବାର ଦିନ ଆମ୍ବର ପତର ଲଗାନ୍ତୁ । ସବୁ ସପ୍ତାହ କିମ୍ବା ପନ୍ଦରଦିନରେ ଥରେ ଆମ୍ବ ପତର ବଦଳାନ୍ତୁ । ଘରର ମୁଖ୍ୟ ଦୁଆରର ଡାହାଣ ଆଡକୁ ଗୋଟେ କଳସରେ ନିୟମିତ ରୂପରେ ପାଣି ଭରିକି ରଖନ୍ତୁ । ଯଦି ସେଥିରେ ଗୋଲାପର ପାଖୁଡା କିମ୍ବା ଗେଣ୍ଡୁ ଫୁଲର ପାଖୁଡା ସେଥିରେ ପକେଇଦିଅନ୍ତୁ । ଏଇଟା ମା ଲକ୍ଷ୍ମୀଙ୍କୁ ପସନ୍ଦ ଅଟେ । ସବୁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ କ୍ଷୀରରେ ଯେ କୌଣସି ଜିନିଷ ବନେଇ କି ଭୋଗ ଲଗାନ୍ତୁ ।

ଯଦି ଆପଣ ଚାହିଁବେ କଞ୍ଚା ଦୁଧରେ କେସର ଟିକେ ପକେଇକି ଭୋଗ ଲଗାନ୍ତୁ । ତାକୁ ପ୍ରସାଦ ରୂପରେ ଗ୍ରହଣ କରନ୍ତୁ । ଆପଣଙ୍କ ଜୀବନରେ ଶୁଭ ମଙ୍ଗଳ ଜିନିଷ ବଢେଇ ଦେବେ । ତୁଲସୀଙ୍କୁ ଯେତେବେଳେ ପାଣି ଦେଉଛନ୍ତି ସେତେବେଳେ ସେଥିରେ କ୍ଷୀର ପକେଇକି ଓ ହଳଦୀ ପକେଇକି ଅର୍ପଣ କରନ୍ତୁ । ଯାହା ଦ୍ଵାରା ତୁଲସୀ ଗଛ ବଢିବ ଏବଂ ଧନ ଦୌଲତ ମଧ୍ୟ ବଢିବ । ଚାଉଳ ମା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ ।

କୌଣସି ଶୁକ୍ରବାର ଦିନ, ପୁର୍ଣିମା ଓ ଅଷ୍ଟମୀ ତିଥିରେ ଆପଣ କୌଣସି ଗୋଟେ ରୂପା ଡବାରେ କିଛି ଗୋଟା ଚାଉଳ ରଖି ସେଥିରେ ଲାଲ କପଡା ଗୁଡାଇ ଲକ୍ଷ୍ମୀ ଙ୍କୁ ଅର୍ପଣ କରି ଧନ ରଖୁଥିବା ସ୍ଥାନରେ ରଖନ୍ତୁ । ପୂଜା ସମୟରେ ହାତ ରେ ବାନ୍ଧୁଥିବା ସୂତାକୁ ସୋମବାର , ମଙ୍ଗଲ ବାର ଓ ଶନିବାର ଦିନ ମନ୍ଦିରରେ ମନସ୍କାମନା ଜଣାଇ ବାନ୍ଧି ଦିଅନ୍ତୁ । ଆପଣଙ୍କ ସବୁ ମନୋସ୍କାମନା ପୂରଣ ହୋଇଯିବ ।

ଜୀବନରେ ଯଦି ଧନର କୌଣସି ଅଭାବ ରହେ ତେବେ କିଛି ହଳଦୀ ର ପୁଟୁଳି ବାନ୍ଧି ମା ଲକ୍ଷ୍ମୀ ଓ ବିଷ୍ଣୁଙ୍କ ଚରଣରେ ଅର୍ପଣ କରି ତାକୁ ଆଣି ଧନ ରଖୁଥିବା ସ୍ଥାନରେ ରଖନ୍ତୁ ଏହା ଦ୍ଵାରା ଆପଣଙ୍କୁ କୌଣସି ଧନ ସମ୍ବନ୍ଧୀୟ ସମସ୍ୟା ରହିବ ନାହିଁ । ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି ପାଇଁ ଆପଣ ଘର ଦୁଆରରେ ସିନ୍ଦୁର ଓ ଘିଅର ନଚେତ ଚାଉଳ ଓ ହଳଦୀ ର ମିଶ୍ରଣ କରି ସ୍ଵସ୍ତିକ ଚିହ୍ନ କରନ୍ତୁ ଏହା ଦ୍ଵାର ଧନ ସମ୍ପତି ବୃଦ୍ଧି ହେବା ସହ ମନ ସମ୍ମାନ ବୃଦ୍ଧି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।