Breaking News – ରାଜ୍ୟର ଏହି 9 ଜିଲ୍ଲା ରଜ ପରେ ହେଇପାରେ Unlock, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ନାହିଁ ତ ?

ନମସ୍କାର ବନ୍ଧୁଗଣ । ଓଡିଶାରେ ଅନେକ ରାଜ୍ଯରେ କୋରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରାୟତ ଅନେକ ଜିଲ୍ଲା ମାନଙ୍କରେ କୋରୋନା ପଜେଟିଭ ହାର ୫% କମିଛି । ଏହାକୁ ଆଖି ଆଗରେ ରଖି ସରକାର ଅନଲକ ପ୍ରକ୍ରିୟା ଜାରି କରିବା ପାଇଁ ବିଚାର ବିମର୍ଶ କରୁଛନ୍ତି ।

ପ୍ରାୟତ ଓଡିଶାର ୯ଟି ଜିଲ୍ଲା ଗୁଡିକରେ ଅନଲକ ପ୍ରକ୍ରିୟା ଜାରି ହେବାର ସମ୍ଭାବନା ରହିଛି । ସେଥୀ ମଧ୍ୟରୁ ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡା, ଦେବଗଡ, ଗଞ୍ଜାମରେ ଗ୍ରୀନ ଜୋନ ଭାବେ କୋରୋନା ପଜେଟିଭ ହାର ପ୍ରାୟତ ୫% ରହିଛି । କୋରାପୁଟ, ନବରଙ୍ଗପୁର, ରାଏଗଡ, ନୟାଗଡ, ବୌଦ୍ଧ, କେନ୍ଦୁଝର, କେନ୍ଦ୍ରପଡା ଆଦି ଜିଲ୍ଲା ଗୁଡିକରେ ଆକ୍ଟିଭ କେସ ୧୦୦୧- ୨୫୦୦ ରହିଛି । ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ ଆଦି ଜିଲ୍ଲାରେ କୋରୋନା ପଜେଟିଭ ହାର ୫- ୭.୫% ରହିଛି ।

ଖୋର୍ଦ୍ଧାରେ ଆକ୍ଟିଭ କେସ ୧୦,୨୩୧ ରହିଥିବା ବେଳେ ପଜେଟିଭ ହାର ୧୨.୨% ରହିଛି । ସେହିପରି କଟକରେ ଆକ୍ଟିଭ କେସ ୬୫୬୮ ରହିବା ବେଳେ ପଜେଟିଭ କେସ ୧୨.୧% ରହିଛି । ଓଡିଶାରେ ରେଡ ଜୋନରେ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଙ୍ଘପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ଆଦି ଜିଲା ଗୁଡିକ ରହିଛନ୍ତି । ଯେଉଁ ୯ଟି ଜିଲା ଗୁଡିକରେ ଗ୍ରୀନ ଜୋନ କରା ଯାଇଛି ସେହି ଜିଲ୍ଲା ଗିଡିକରେ ପର୍ଯ୍ୟାୟ କ୍ରମେ କୋହଳ କରାଯାଇ ଅନଲକ ପ୍ରକ୍ରିୟା ଜାରି ହେବାର ସମ୍ଭାବନା ରହିଛି ।

ସଂପୂର୍ଣ୍ଣ ଭାବେ ଲକ ଡାଉନ ଉଠା ଯିବାର କୌଣସି ପ୍ରକାରର ସମ୍ଭାବନା ନାହି । ଯେଉଁ ୧୧ଟି ଜିଲ୍ଲା ଗୁଡିକରେ ରେଡ ଜୋନ ରହିଛି ସେହି ଜିଲ୍ଲା ଗୁଡିକରେ ଅନଲକ ପ୍ରକ୍ରିୟା ଲାଗୁ ହେବାର କୌଣସି ସମ୍ଭାବନା ନାହି । ଜୁନ ୮ରେ କୋଭିଡ ପଜେଟିଭ ସଂଖ୍ୟା ୫,୮୯୬ ରହିଥିଲା । ଜୁନ ୮ ସୁଧା କୋଭିଡ ଟେଷ୍ଟିଙ୍ଗ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ୬୮,୭୭୮ ରହିଥିଲା । ସେହିଭଳି ଜୁନ ୮ରେ କଅରୋନା ପଜେଟିଭ ହାର ୮.୫୫% ରହିଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଯଦି ଅନଲକ ପ୍ରକ୍ରିୟା ଜାରି ହୁଏ ତେବେ ଏହା ଏକ ଆଶ୍ବସ୍ତିକର ଖବର ଅଟେ ।

କିନ୍ତୁ ପର୍ଯ୍ୟାୟ କ୍ରମେ ଏହି ଅନଲକ ପ୍ରକ୍ରିୟା ଜାରି ହେବା ଉଚିତ । ଯଦି ଅତି ଜରୁରୀ ହୁଏ ତେବେ ମାସ୍କ ବ୍ୟବହାର କରି ବାହାରକୁ ଯିବା ଉଚିତ ବୋଲି କୃତିକାଳ ବିଶେଷଜ୍ଞ ଡାକ୍ତର ହରିଶ ଚୌଧୁରୀ ମତାମତ ଦେଇଛନ୍ତି ।

ଦୈନିକ ସଂକ୍ରମଣରେ ଟପ-୫ଟି ଜିଲ୍ଲା ରହିଛି ଯେମିତିକି କଟକ, ଖୋର୍ଦ୍ଧା, ଯାଜପୁର, ଅନୁଗୁଳ ଓ ମୟୂରଭଞ୍ଜ । ୫ଟି ଜିଲ୍ଲାରେ କୋଭିଡ ପଜେଟିଭ ହାର ଗତ ୨୪ ଘଣ୍ଟା ମଧ୍ୟରେ ୨୪୦୧ ରହିଛି । ତେଣୁ ତୃତୀୟ ଲହର ଆସୁ କି ନ ଆସୁ ଏଥିପାଇଁ ସମସ୍ତଙ୍କୁ ସାବାଧନ ରହିବା ସହ କୋଭିଡ-୧୯ର ସବୁ ନିୟମକୁ ମାନିବା ଉଚିତ ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।