ଆଦିତ୍ୟଙ୍କ ସହ ନେହା କକ୍କଡଙ୍କ ବିବାହରେ ଲାଗିଲା ମୋହର, ୧୪ ଫେବୃୟାରୀରେ କରିବେ ବିବାହ

ବଲିଉଡ୍ ଗାୟିକାଙ୍କ ମଧ୍ୟରୁ ନେହା କକ୍କଡ ହେଉଛନ୍ତି ଜଣେ ଲୋକପ୍ରିୟ ଗାୟିକା । ନେହା ନିଜର ଗୀତ ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି । ଏହି କିଛି ଦିନ ହେବ ଇଣ୍ଡିଆନ ଆଇଡଲରେ ତାଙ୍କର ହି ଚର୍ଚ୍ଚା ହେଉଛି । ଏହି ସୋ ରେ ଥିବା ହୋଷ୍ଟ ଆଦିତ୍ୟ ନାରାୟଣ ଓ ନେହାଙ୍କର ବିବାହକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ନେହା କକ୍କଡଙ୍କର ଏକ ପୋଷ୍ଟ ଆସିଥିଲା । ଯେଉଁଥିରେ ସୋସିଆଲ ମିଡିଆର ୟୁଜର୍ସ ମାନେ କହିଛନ୍ତି ନେହା ତାଙ୍କ ବିବାହ ଉପରେ ମୋହର ଲଗାଇଛନ୍ତି ।

 

ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଆଦିତ୍ୟ ନାରାୟଣ ଓ ନେହା କକ୍କଡଙ୍କ ବିବାହ ଇଣ୍ଡିଆନ ଆଇଡଲର ସେଟରେ ହିଁ ଠିକ ହୋଇଛି । ହେଲେ ସୋସିଆଲ ମିଡିଆରେ ମଧ୍ୟ ନେହା ତାଙ୍କ ବିବାହର ମୋହର ଲଗାଇଛନ୍ତି । ନେହା କିଛି ଦିନ ତଳେ ନିଜର ଇଂଷ୍ଟା ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଓ ସେହି ଫଟୋର କ୍ୟାପ୍ସନରେ ଲେଖିଥିଲେ ‘୧୪ ଫେବୃୟାରୀ’ ।

ବର୍ତ୍ତମାନ ଏହା ସମୟ ଆସିଲେ ଜଣା ପଡିବ । ହେଲେ ନେହା ତାଙ୍କ କ୍ୟାପ୍ସନରେ ଯେଉଁ ଡେଟ ଲେଖିଛନ୍ତି, ସେହି ଡେଟ ଇଣ୍ଡିଆନ ଆଇଡଲରେ ତାଙ୍କ ବିବାହ ଡେଟ ବୋଲି କୁହାଯାଇଥିଲା ।

ନେହାଙ୍କର ଏହି ପୋଷ୍ଟ ଦେଖି ଜଣା ପଡୁଛି କି ସେ ତାଙ୍କର ବିବାହକୁ ନେଇ କିଛି ଇସାରା କରିଛନ୍ତି । ଅନ୍ୟ ତରଫରେ ଆଦିତ୍ୟ ନାରାୟଣ ମଧ୍ୟ ତାଙ୍କ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଓ କ୍ୟାପ୍ସନରେ ଲେଖିଛନ୍ତି ‘ମୋ ହାର୍ଟର ଅଧା ଅଂଶ’ ।

ଏହି ଫଟୋକୁ ଦେଖି ଲାଗୁଛି ତାଙ୍କ ବିବାହର ତାରିଖ ପକା ହୋଇଯାଇଛି । ହେଲେ ୧୪ ଫେବୃୟାରୀ ତ କିଛି ଦିନ ବାକି ଅଛି, ଯାହା ସମୟ ଆସିଲେ ଜଣା ପଡିଯିବ ।