ଘର ପରିବାରର ୯ ଟି କଥା, ଯାହା ଦ୍ଵାରା ୩ ଦିନରେ ହିଁ ବଦଳି ଯାଏ ଭାଗ୍ୟ

ସାଧାରଣତଃ ଲୋକମାନେ ଏକ ସୁଖମୟ ଜୀବନ ଯାପନ କରିବା ପାଇଁ ବହୁତ କଷ୍ଟ କରିଥାନ୍ତି । ହେଲେ ଘର ଗୃହସ୍ଥିରେ ଏମିତି କିଛି ଭୁଲ ହୋଇ ଯାଇଥାଏ, ଯାହାଫଳରେ ସେମାନେ ତାଙ୍କର ସ୍ଵପ୍ନକୁ ପୂରଣ କରିପାରନ୍ତି ନାହିଁ । ଏହି ଭୁଲ ଗୁଡିକ ଦେଖିବା ପାଇଁ ବହୁତ ସରଳ ଓ ସାମାନ୍ୟ ଅଟେ ହେଲେ ଏହି ଭୁଲ ପାଇଁ ସେହି ପରିବାରରେ ରହୁଥିବା ଲୋକମାନଙ୍କର ଭାଗ୍ୟ ଖରାପ ଦିଗକୁ ଗତି କରିଥାଏ ।

ହେଲେ ଆମେ ଆଜି ଆପଣଙ୍କୁ ଏପରି ୯ ଟି କଥା କହିବୁ, ଯାହାକୁ ଆପଣ କାର୍ଯ୍ୟକାରୀ କରିଲେ, ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟ ବଦଳି ଯିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ସୂର୍ଯ୍ୟାସ୍ତ ସମୟରେ ଘରର କୌଣସି ସଦସ୍ୟକୁ କ୍ଷୀର ଜାତୀୟ ଦ୍ରବ୍ୟ ଓ ପିଆଜ ଦିଅନ୍ତୁ ନାହିଁ । ଏହା ଦ୍ଵାରା ଘରର ସୁଖ ସମୃଦ୍ଧି ସମାପ୍ତ ହୋଇ ଯାଇଥାଏ ।

୨. ମାସକୁ ଥରେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମିଠା ନେଇ ବାଣ୍ଟିବା ଉଚିତ ହୋଇଥାଏ । ଏହାକୁ ଆପଣଙ୍କ ସାଥି ଓ ଅନ୍ୟ କର୍ମଚାରିମାନଙ୍କୁ ଦେବା ଉଚିତ ହୋଇଥାଏ । ଏହାଦ୍ଵାରା ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହୋଇଥାଏ ।

୩. ରାତିରେ ଅଇଁଠା ବାସନକୁ ସେମିତି ପକାଇ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଧନହାନି ହୋଇଥାଏ । ତେଣୁ ସବୁବେଳେ ରାତିରେ ଅଇଁଠା ବାସନକୁ ଧୋଇଦେବା ଉଚିତ ।

୪. ଘରର ମୁଖ୍ୟ ଦ୍ଵାର ପାଖରେ ଡଷ୍ଟବିନ ରଖିବା ଉଚିତ ନୁହେଁ । ଏହାଦ୍ଵାରା ଆପଣଙ୍କର ଶତୃତା ପଡୋଶୀ ମାନଙ୍କ ସହ ହୋଇଯାଇଥାଏ ।

୫. ଘରେ ସବୁଦିନ ସକାଳ ସମୟରେ କୌଣସି ଧାର୍ମିକ ଗ୍ରନ୍ଥ ବା ମନ୍ତ୍ରର ଉଚାରଣ କରିବା ଉଚିତ । ଏହାଦ୍ଵାରା ଘର ପରିବାରରେ ଆସୁଥିବା ସଙ୍କଟ ଦୂର ହୋଇଯାଇଥାଏ ।

୬. ମାସକୁ ଥରେ ମିଶ୍ରି ଯୁକ୍ତ ଖିରୀ ବନାଇବା ଉଚିତ ଓ ଏହାକୁ ପରିବାର ସହ ସେବନ କରିବା ଉଚିତ । ଏହା ଦ୍ଵାରା ଦରିଦ୍ରତା ଦୂର ହୋଇଥାଏ ଓ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

୭. ବେଡ ଉପରେ ବସି କେବେ ଖାଦ୍ୟ ଖାଇବା ଉଚିତ ନୁହେଁ । ଏହାଦ୍ଵାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ।

୮. ଯେତେବେଳେ ଆପଣ ଫଳ ଖାଇବେ ତା’ର ଚୋପାକୁ ଡସ୍ଟବିନରେ ପକାନ୍ତୁ ନାହିଁ । ଏହି ଚୋପାକୁ କୌଣସି ଗାଈ ବା ଅନ୍ୟ ପ୍ରାଣୀକୁ ଖାଇବା ପାଇଁ ଦିଅନ୍ତୁ । ଏହା ଦ୍ଵାରା ତୁରନ୍ତ ଧନଲାଭ ହୋଇଥାଏ ।

୯. ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ରୋଷେଇ ଘରେ ଏକ ବାଲ୍ଟି ପାଣି ଭରି ରଖିଦିଅନ୍ତୁ । ଏହା ଦ୍ଵାରା ଆପଣ ବହୁତ ଶୀଘ୍ର କରଜ ମୁକ୍ତ ହୋଇଯିବେ ।

ତେବେ ଏହି ସବୁ ଉପାୟକୁ ବ୍ୟବହାର କରି ନିଜର ପାରିବାରିକ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିଦିଅନ୍ତୁ ।