ଯେଉଁ ବିଛଣାରେ ଶୋଉଛନ୍ତି ତାହା ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି ୩ଟି ଜିନିଷ, ଆରମ୍ଭ ହୋଇଯାଏ ବର୍ବାଦୀ

ବାସ୍ତୁ ଶାସ୍ତ୍ର ଏକ ଏମିତି ଜିନିଷ ଅଟେ ଯାହା ଆମ ଘରର ପଜିଟିଭ ଉର୍ଜାର ମାତ୍ରାକୁ  ବଢାଇବାରେ ଓ ନକରାତ୍ମକ ଉର୍ଜାକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଘରେ ସୁଖ, ଶାନ୍ତି ଓ ଟଙ୍କା ଆମଦାନୀ ବନି ରହିବା ପାଇଁ ଘରେ ସକରାତ୍ମକ ପରିବେଶ ରହିବା ବହୁତ ଜରୁରୀ ଅଟେ । ଯଦି ଆପଣଙ୍କ ଘର ବାସ୍ତୁ ଅନୁରୂପ ନାହିଁ ତେବେ ଆପଣଙ୍କ ଘରେ ନେଗେଟିଭ ଏନର୍ଜୀ ବଢିଯିବ ଓ ପରିବାର ବର୍ବାଦୀ ଆଡକୁ ଅଗ୍ରସର ହେବ ।

ଏମିତିରେ ଆଜି ଆମେ ଆପଣଙ୍କୁ ବିଛଣା ସହ ଜଡିତ କିଛି ବାସ୍ତୁ ବିଷୟରେ କହିବାକୁ ଯାଉଛୁ । ଆପଣ ଯେଉଁଠି ଶୋଇଥାନ୍ତି ତାହା ତଳେ କିଛି ଖାସ ଜିନିଷ ରଖିବା ଠାରୁ ବଞ୍ଚନ୍ତୁ । ଯଦି ଆପଣ ଏହିଭଳି କରୁ ନାହାନ୍ତି ତେବେ ଆପଣଙ୍କ ଘରେ ସବୁ ଖରାପ ଊର୍ଜା ସମାହିତ ହୋଇପାରେ । ଏହାର ପ୍ରଭାବ ଆପଣଙ୍କ ଘରର ଉନ୍ନତି ଓ ଶାନ୍ତି ଉପରେ ବି ପଡିପାରେ । ସେଥିପାଇଁ ଏହି ଜିନିଷ ଗୁଡିକୁ ଶୋଇବା ସମୟରେ ବିଛଣା ତଳେ ଭୁଲରେ ବି ରଖନ୍ତୁ ନାହିଁ ।

ଜୋତା ଚପଲ :

ବିଛଣା ତଳେ ଭୁଲରେ ବି ଜୋତା ଚପଲ ରଖିବା ଉଚିତ ନୁହେଁ । କିଛି ଲୋକମାନେ ଜାଗା ଅଭାବରୁ କିମ୍ବା ଜାଣି ଶୁଣି ଜୋତା ଚପଲକୁ ବିଛଣା ତଳେ ରଖି ଦିଅନ୍ତି । ଖାସକରି ଘରର ସ୍ଳିପର ପ୍ରାୟତଃ ବିଛଣା ତଳେ ପଡିଥାଏ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ନିଜର ଅଭ୍ୟାସକୁ ଚେଞ୍ଜ କରି ଦିଅନ୍ତୁ । କାରଣ ଜୋତା କିମ୍ବା ଚପଲ ବିଛଣା ତଳେ ରଖି ଶୋଇବା ଦ୍ଵାରା ରାତିରେ ଆପଣଙ୍କ ଭିତରେ ନେଗେଟିଭ ଊର୍ଜା ସମାହିତ ହୋଇଥାଏ ।

ପାଦପୋଛା :

ପାଦପୋଛା ଯାହା ଉପରେ ଆମେ ଗୋଡ ପୋଛିଥାଉ । ଏହାକୁ ପ୍ରାୟତଃ ଲୋକମାନେ ନିଜର ବିଛଣା ପାଖରେ ରଖିବାକୁ ପସନ୍ଦ କରାନ୍ତି । ଯାହା ଦ୍ଵାରା ବିଛଣା ଉପରେ ଚଢିବେ ତ ଗୋଡରେ ଲାଗିଥିବା ଧୁଳି କିମ୍ବା ପାଣିକୁ ଏହି ପାଦପୋଛାରେ ପୋଛି କରି ବିଛଣାକୁ ଉଠିବେ । ଏହାକୁ ବିଛଣାର କିଛି ଦୂରରେ ରଖିବା ଭଲ ଅଟେ । କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ଏହା ଯେପରି ବିଛଣା ତଳକୁ ନ ଯିବ । ଏହିଭଳି କରିବା ଦ୍ଵାରା ବହୁତ ନେଗେଟିବ ଏନର୍ଜୀ ଆସିଥାଏ । ସେଥିପାଇଁ ପାଦପୋଛାକୁ ବିଛଣା ତଳକୁ ଯିବାକୁ ଦିଅନ୍ତୁ ନାହିଁ ।

ଘରେ ଫାଟ :

ଆପଣ ଯେଉଁଠି ଶୟନ କରୁଛନ୍ତି, ସେହି ଘରେ ଫାଟ ରହିବା ଭଲ ନୁହେଁ, ଏହା ଛଡା ଯେଉଁ ବିଛଣାରେ ଶୋଇଛନ୍ତି ତାହା ବି ଭଙ୍ଗା ନ ଥିବା ଦରକାର । ଏହା ସହିତ ଯେଉଁ ଚଟାଣରେ ଶୋଉଛନ୍ତି କିମ୍ବା ବିଛଣା ରଖୁଛନ୍ତି ସେହି ଚଟାଣର କୌଣସି ଅଂଶ ଭାଙ୍ଗି ନ ଥିବା ଦରକାର । ବାସ୍ତୁ ଅନୁସାରେ ଏହିଭଳି ଭଙ୍ଗା ଜାଗାରେ ଶୋଇବା ଦ୍ଵାରା ଦରିଦ୍ରତା ଆସିଥାଏ ।

ଏହା ଘରେ ଟଙ୍କାର ଖର୍ଚ୍ଚ କରାଇଥାଏ । ଦୁର୍ଘଟଣା ହୋଇଥାଏ, ରୋଗ ବି ହୋଇଥାଏ । କହିବାକୁ ଗଲେ ଏହା ଖରାପ ଶକ୍ତିକୁ ଆକର୍ଷିତ କରିଥାଏ । ସେଥିପାଇଁ ଘରେ ଯଦି ଫାଟ ଅଛି ତେବେ ତାହାକୁ ତୁରନ୍ତ ଠିକ କରି ଦିଅନ୍ତୁ ।