ତାରକ ମେହତା କା ଉଲ୍ଟା ଚଷମାରେ ପୁଣି ଫେରିଛନ୍ତି ଦୟା ବେନ୍, ଖୁସିରେ ନାଚି ଉଠିଲେ ଫ୍ୟାନ୍ସ

ସବ ଟିଭିରେ ଆସୁଥିବା ଫେମସ ସୋ ବିଷୟରେ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର ଅଛି । ସମସ୍ତଙ୍କ ପ୍ରିୟ ଦୟା ବେନ୍ ଯିଏ ୨୦୧୭ରେ ସୋ ଛାଡି ଚାଲିଯାଇଥିଲେ । ସେ ବହୁତ ଶୀଘ୍ର ସୋ ରେ ଫେରୁଛନ୍ତି । ବହୁତ ଦିନ ହେବ ସେ ସୋ କୁ ଫେରୁଥିବାର ଆପଣ ମାନେ ଶୁଣିଥିବେ । କିନ୍ତୁ ସେ ଫେରି ନ ଥିଲେ । ଦୟା ବେନଙ୍କର ବହୁତ ଫ୍ୟାନ୍ସ ଅଛନ୍ତି । ଫ୍ୟାନମାନେ ତାଙ୍କର କେବେଠାରୁ ଅପେକ୍ଷା କରିଛନ୍ତି ।

ଏମିତି କି କିଛି ଲୋକ ଦୟାଙ୍କର ସୋ ଛାଡିବା ପରେ ସୋ ଦେଖିବା ବନ୍ଦ କରିଦେଲେ । କହିବାକୁ ଗଲେ ଦୟା ସୋ ର ଜୀବନ ଥିଲେ, ତାଙ୍କ ପାଇଁ ସୋ ବହୁତ ପପୁଲାର ହୋଇଯାଇଥିଲା ।

ତେବେ ଦିଶା ବକାନିଙ୍କର ଫ୍ୟାନ ମାନଙ୍କର ଲାମ୍ବା ସମୟର ଅପେକ୍ଷା ସରିବାକୁ ଯାଉଛି । କାରଣ ଦୟା ବହୁତ ଶୀଘ୍ର ସୋକୁ ଫେରୁଛନ୍ତି । ଏହି ଖବର ପାଇ ତାଙ୍କର ଫ୍ୟାନମାନେ ବହୁତ ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ତାରକ ମେହତା କା ଉଲ୍ଟା ଚଷମାର ବହୁତ ପ୍ରକାରର ପ୍ରମୋ ଦେଖା ଯାଇଛି । କିନ୍ତୁ ବର୍ତ୍ତମାନ ଯେଉଁ ପ୍ରମୋ ଦେଖାଯାଉଛି ସେଥିରୁ ଜଣା ପଡିଯାଉଛି କି ସୋ ରେ ଦୟା ଫେରୁଛନ୍ତି ।

 

ଦିଶା ହଠାତ ଏହି ସୋ କୁ ଛାଡିଦେଇଥିଲେ, ଏହି ବିଷୟରେ ବହୁତ କମ ଲୋକ ଜାଣିଥିଲେ । ତାଙ୍କର ସୋ ଛାଡିବାର କାରଣ ଏହା ଥିଲା କି, ସେ ମା’ ହେବାକୁ ଯାଉଥିଲେ ୨୦୧୭ରେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା । ତାଙ୍କର ଝିଅ ବର୍ତ୍ତମାନ ୨ ବର୍ଷର ହୋଇଗଲାଣି ।

ତାରକ ମେହତା ସୋ ର ପୁରା ଟିମ ଦୟାଙ୍କର ଆସିବା ଖୁସିରେ ଗୋକୁଳ ଧାମରେ ଉତ୍ସବ ପାଳନ କରୁଛନ୍ତି । ସୋସାଇଟିରେ ପର୍ବର ପ୍ରସ୍ତୁତି ଜୋର ସୋରରେ ଚାଲିଛି । ଫ୍ୟାନମାନେ ଦିୟାଙ୍କର ଫେରିବା ଖୁସିରେ ତାଙ୍କ ଅପେକ୍ଷାରେ ରହିଛନ୍ତି । ଦିୟାଙ୍କର ସୋ କୁ ଫେରିବା ପରେ ସୋରେ ପୁଣି ଜୀବନ ଆସିଯାଇଛି ।