ସୋମବାର ଅର୍ଥାତ ୬ ଜାନୁୟାରୀରେ କରନ୍ତୁ ଏହି ଉପାୟ, ଖୋଲିଯିବ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ୟକ୍ତି ଯଦି ତା’ ଜୀବନରେ କିଛି ଭଲ କାର୍ଯ୍ୟ କରେ, ତେବେ ତା’ର ସବୁ ପୁରୁଣା ପାପ ଧୋଇ ହୋଇଯାଏ । ତା’ର ଜୀବନ ଖୁସିରେ ଭରିଯାଇଥାଏ । ଆସନ୍ତା ୬ ଜାନୁୟାରୀ ସୋମବାର ଦିନ ସର୍ବସମ୍ମତ ପୁତ୍ରଦା ଏକାଦଶୀ ପଡୁଛି । ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ଏହି ଦିନ ବ୍ରତ ଓ ଭଗବାନ ବିଷ୍ଣୁଙ୍କର ବିଧି ଅନୁସାରେ ପୂଜା କରିଲେ ବ୍ୟକ୍ତି ତା’ର ଜୀବନରେ କରିଥିବା ସମସ୍ତ ପାପର ଅନ୍ତ ହୋଇଥାଏ ଓ ବ୍ୟକ୍ତିର ଜୀବନ ସୁଖ ସମୃଦ୍ଧିରେ ଭରିଯାଏ ।

ଜ୍ୟୋତିଷଙ୍କ ଅନୁସାରେ ଯଦି ଏହି ଦିନରେ କୌଣସି ବ୍ୟକ୍ତି କିଛି ବିଶେଷ ଉପାୟ କରିବେ ତେବେ ତା’ର ଭାଗ୍ୟର ସବୁ ତାଲା ଖୋଲିଯିବ ଓ ତା’କୁ ସୁହା ସମୃଦ୍ଧି ପ୍ରାପ୍ତି ହେବ ।

୬ ଜାନୁୟାରୀରେ କରନ୍ତୁ ଏହି ଉପାୟ

*-ହିନ୍ଦୁ ଧର୍ମରେ ଦକ୍ଷିଣାବର୍ତ୍ତୀ ଶଙ୍ଖର ବହୁତ ମହତ୍ଵ ରହିଛି । ଏହାର ବ୍ୟବହାର କରିବା ଦ୍ଵାରା ପୂଜାରେ କିଛି ବିଶେଷ ଫଳ ମିଳିଥାଏ । ଏକାଦଶୀ ଦିନରେ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭରି ତାହା ଦ୍ଵାରା ଭଗବାନ ବିଷ୍ଣୁଙ୍କଙ୍କର ଅଭିଷେକ କରନ୍ତୁ ।

*-ମାନ୍ୟତା ଅନୁଯାୟୀ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ଖିରୀ, ହଳଦିଆ ଫଳ ବା ହଳଦିଆ ରଙ୍ଗର ମିଠା ଭୋଗ ଲଗାନ୍ତୁ ।

*-ଗାଈର କଞ୍ଚା କ୍ଷୀରରେ କେସର ମିଶାଇ ଭଗବାନ ବିଷ୍ଣୁଙ୍କର ଅଭିଷେକ କରନ୍ତୁ ।

*-ଓସ୍ଥ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ମାନିଥାନ୍ତି । ମାନ୍ୟତା ଅନୁସାରେ ଏଥିରେ ସବୁ ଦେବା ଦେବୀଙ୍କର ନିବାସ ହୋଇଥାଏ । ଏହା ସହିତ ଭଗବାନ ବିଷ୍ଣୁ ମଧ୍ୟ ଓସ୍ଥ ଗଛରେ ବାସ କରିଥାନ୍ତି, ତେଣୁ ଏକାଦଶୀ ଦିନ ଓସ୍ଥ ଗଛରେ ଜଳ ଅର୍ପଣ କରନ୍ତୁ ।

*-ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରକୁ ଯାଇ ଅନ୍ନ ଦାନ କରନ୍ତୁ । ପରେ ଏହି ଅନ୍ନକୁ ଗରିବମାନଙ୍କୁ ବାଣ୍ଟିଦିଅନ୍ତୁ ।

*-ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ବହୁତ ପସନ୍ଦ ହୋଇଥାଏ । ସେଥିପାଇଁ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ ।

*-ଯେଉଁ ଲୋକ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀର ମାଳ ଅର୍ପଣ କରେ, ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ସେହି ଲୋକ ଉପରେ ରହିଥାଏ ।

*-ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ କୌଣସି ହଳଦିଆ ରଙ୍ଗର ଫୁଲ ଚଢାନ୍ତୁ ।