ଗୋଡରୁ ବିକଳାଙ୍ଗ ହେବା ସତ୍ତ୍ୱେ ମଧ୍ୟ ବହୁତ ଭଲ କ୍ରିକେଟ ଖେଳୁଛି ଏହି ପିଲାଟି, ଭିଡିଓ ଦେଖି ମାରିବେ ତାଳି

କ୍ରିକେଟ ଏକ ଏମିତି ଖେଳ ଅଟେ ଯାହାକୁ ଭାରତରେ ସବୁ ପିଲାମାନେ ଖେଳନ୍ତି । ଆମ୍ଭେମାନେ ସମସ୍ତେ ନିଶ୍ଚୟ ଗୋଟିଏ ଥର ଜୀବନରେ ବ୍ୟାଟ ବଲ୍ ନିଜ ହାତରେ ଧରିଛୁ । କ୍ରିକେଟ ଦେଖି ଠାରୁ ନେଇ ଖେଳିବାର କ୍ରେଜ ଭାରତରେ ବହୁତ ଅଧିକ ଅଛି । ଆପଣ ଭାରତର ଯେକୌଣସି ଗାଁ ବା ସହରକୁ ଚାଲିଯାନ୍ତୁ ସେଠାରେ ଗଳି ବା ପଡିଆରେ କ୍ରିକେଟ ଖେଳ ହେଉଥିବ । କ୍ରିକେଟ ଏକ ଏମିତି ଖେଳ ଯେଉଁଥିରେ ହାତ ଓ ଗୋଡର ଠିକ ବ୍ୟବହାର ହେବା ନିହାତି ଦରକାର । ଯଦି କାହାର ହାତ ଗୋଡ ଖରାପ ବା ସେ ବିକଳାଙ୍ଗ ହୋଇଥିବ ସେ କେମିତି କ୍ରିକେଟ ଖେଳିବ ।

କିନ୍ତୁ ଏକ ଭିଡିଓ ଭାଇରାଲ ହେଉଛି ଯେଉଁ  ଭିଡିଓରେ ଆପଣମାନେ ଦେଖିପାରିବେ କି, ଗୋଡରୁ ବିକଳାଙ୍ଗ ହୋଇଥିବା ଫୋଟିଏ ପିଲା ନା କେବଳ ବ୍ୟାଟିଂ କରୁଛି ରନ୍ ବନେଇବା ପାଇଁ ସେ ତାର ହାତ ସାହାର୍ଯ୍ୟରେ ଦୌଡୁଛି । ଗୋଡ ଖରାପ ହୋଇଥିଲେ ମଧ୍ୟ ଏହି ପିଲାଟି କ୍ରିକେଟ ଖେଳୁଛି । ସେ ଏହି ଖେଳ ଖେଳିବା ପାଇଁ ନିଜର ୧୦୦ ପ୍ରତିଶତ ଚେଷ୍ଟା କରୁଛି ।

ତା ସହ ଖେଳୁଥିବା ଅନ୍ୟ ପିଲାମାନେ ମଧ୍ୟ କୌଣସି ମତଭେଦ କରୁନାହାଁନ୍ତି । ଏହି ଭିଡିଓକୁ ଟ୍ବିଟରରେ ସୁଧା ରମଣ ନାମର ଜଣେ ଆଇଏଫଏସ ଅଫିସର ସେୟାର କରିଛନ୍ତି ଓ କ୍ୟାପ୍ସନରେ ଲେଖିଛନ୍ତି, “ମୋ ପାଖରେ କହିବା ପାଇଁ କୌଣସି ଶବ୍ଦ ନହିଁ । ଯେଉଁମାନେ କ୍ରିକେଟକୁ ଭଲ ପାଆନ୍ତି ଓ ଯେଉଁମାନେ କ୍ରିକେଟ କୁ ପସନ୍ଦ କରନ୍ତି ନାହିଁ, ସେମାନେ ଏହି ପିଲାଟିକୁ କ୍ରିକେଟ ଖେଳୁଥିବାର ଦେଖିବା ଦରକାର । ମୋତେ ଏହି ଭିଡିଓଟି ଫେସବୁକରେ ମିଳିଥିଲା । ଏହି ପିଲାଟି ବିଷୟରେ ଆହୁରି ଜାଣିବା ମୋ ପାଇଁ ଖୁସିର କଥା ଅଟେ” ।

ଏହି ଭିଡିଓକୁ ବର୍ତ୍ତମାନ ହଜାର ହଜାର ଲୋକ ଦେଖିସାରିଛନ୍ତି । ସମସ୍ତେ ଏହି ପିଲାଟିର ପ୍ରଶଂସା କରିଛନ୍ତି । ଏହି ପିଲାଟି ଆମ ସମସ୍ତଙ୍କ ପାଇଁ ପ୍ରେରଣା ମଧ୍ୟ ହୋଇଛି । ଏହି  ପିଲା ତା’ର ଦୁର୍ବଳତାକୁ ତା ସ୍ଵପ୍ନ ମଝିରେ ଆଣି ନାହିଁ । ଯଦି ଆପଣଙ୍କୁ ମଧ୍ୟ ଏହି ଭିଡିଓ ଭଲ ଲାଗିଛି ତେବେ ଏହି ଭିଡିଓକୁ ସେୟାର କରିବାକୁ ଭୁଲିବେ ନାହିଁ । ଭିଡିଓରେ ଥିବା ପିଲାଟିର ନାମ ଓ ତାର ଘର ବିଷୟରେ କୌଣସି ସୂଚନା ମିଳିନାହିଁ । ଯଦି ଆପଣ ଏହି ପିଲାଟିକୁ ଜାଣିଥିବେ ତେବେ କମେଣ୍ଟରେ ନିଶ୍ଚିନ୍ତ ଜଣାଇବେ ।