ବିରାଟ କହିଥିଲେ କି ଷ୍ଟାଡିୟମରେ ଯେପରି ନ ଲାଗେ ଧୋନି-ଧୋନୀ ର ନାରା, ଏବେ ଗାଙ୍ଗୁଲି କହିଲେ, ମୋତେ…

ଭାରତ_ୱେଷ୍ଟ ଇଣ୍ଡିଜ ମଧ୍ୟରେ ୬ ଡିସେମ୍ବର ରେ ଏକ 3 ଟିକିଆ ଟି-20 ମ୍ୟାଚର ସିରିଜର ପ୍ରଥମ ଟି-20 ମ୍ୟାଚ ଖେଳାଯାଇଥିଲା । ଯାହା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଚାଲିଛି । ଗୁରୁବାର ଦିନ ଭାରତର କ୍ଯାପଟେନ ବିରାଟ କୋହଲି ପ୍ରେସକଂଫରେନ୍ସ କୁ ସମ୍ବୋଧିତ କରି କହିଥିଲେ କି, ଷ୍ଟାଡିୟମରେ ଧୋନୀ-ଧୋନୀ ର ନାରା ଯେମତି ନ ଲାଗେ ।

Image courtesy: Google

ଏହା ଦ୍ଵାରା ଭାରତୀୟ ଟିମ୍ ର ଯୁବ ୱିକେଟକିପର୍/ବ୍ୟାଟ୍ସ ମ୍ୟାନ  ଋଷଭ ପନ୍ତ ଙ୍କ ଉପରେ ବହୁତ ପ୍ରଭାବ ପଡୁଛି । ଏହା ହେବା ଦ୍ଵାରା ଋଷଭ ପନ୍ତଙ୍କର ମନୋବଳ ବହୁତ ଦୁର୍ବଳ ହୋଇଯାଉଛି ଓ ତାଙ୍କୁ ଖେଳକୁ ସୁଧାରିବାର ମଉକା ମଧ୍ୟ ଦିଆଯାଉନି । କୋହିଲି କହିଛନ୍ତି କି ଧୋନି_ଧୋନି ର ନାରା ଷ୍ଟଡିୟମରେ ନ ଲାଗିଲେ ହିଁ ଭଲ ହେବ । ଆମେ ଋଷଭ ପନ୍ତଙ୍କର ଖେଳ ସୁଧାରିବା ପାଇଁ ତାଙ୍କୁ ପୁରା ସମର୍ଥନ କରିବା ଦରକାର ।

Image courtesy: Google

କିନ୍ତୁ ବିସିସିଆଇ ର ମୁଖ୍ୟ ଅଧକ୍ଷ ଓ ଭାରତୀୟ ଟିମ୍ ର ପୂର୍ବ କ୍ଯାପଟେନ ସୌରବ ଗାଙ୍ଗୁଲି ଏହାର ବିପରୀତ କଥା କହିଛନ୍ତି, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସେ କହିଛନ୍ତି କି ଦର୍ଶକମାନଙ୍କୁ ଧୋନିଙ୍କର ନାରା ନିଶ୍ଚିନ୍ତ ଲଗାଇବା ଦରକାର । ଋଷଭ ପନ୍ତଙ୍କ ପାଇଁ ଏହା ଭଲ ହେବ କି ସେ ଏହାର ଅଭ୍ୟାସ କରିନିଅନ୍ତୁ । ଋଷଭଙ୍କୁ ଏହି ଅସୁବିଧାର ସାମ୍ନା କରିବାକୁ ପଡିବ, ଯାହାଫଳରେ ସେ ନିଜେ ଏହାର ସମାଧାନ କରିବେ ।

Image courtesy: Google

ଗାଙ୍ଗୁଲି କହିଛନ୍ତି କି ଯଦି ଧୋନିଙ୍କର ନାରା ଷ୍ଟାଡିୟମରେ ଲାଗିବ ତା’ହେଲେ ଋଷଭଙ୍କ ଉପରେ ପ୍ରେସର ପଡିବ, ଯାହାଫଳରେ ସେ ଜଣେ ଭଲ କ୍ରିକେଟର ହେବେ । ଗାଙ୍ଗୁଲି କହିଛନ୍ତି କି ଋଷଭଙ୍କୁ ଏହି ସମସ୍ୟାର ସମାଧାନ ନିଜକୁ ହିଁ ବାହାର କରିବାକୁ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।