ଏହି ସବୁ କାରଣ ପାଇଁ ଥଣ୍ଡା ଦିନରେ ଝଡିଥାଏ ବାଳ, ଏହି ସବୁ ଘରୋଇ ଉପାୟ ଦ୍ଵାରା କରନ୍ତୁ ବାଳକୁ ମଝବୁତ

ଥଣ୍ଡା ଦିନ ଆରମ୍ଭ ହେବା ପରେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଆରମ୍ଭ ହୋଇଥାଏ । ଚେହେରା ସହିତ ଥଣ୍ଡା ଦିନରେ ବାଳ ମଧ୍ୟ ଦୁର୍ବଳ ଓ ଶୁଖିଯାଇଥାଏ । କେବଳ ଏତିକି ନୁହେଁ ବହୁତ ଥର ଏହି ଦିନମାନଙ୍କରେ ବାଳ ଉପୁଡିବାର ସମସ୍ୟା ମଧ୍ୟ ବଢିଯାଏ । ସାଧାରଣତଃ ଝିଅମାନେ ଏଥିପାଇଁ ବହୁତ ଚିନ୍ତିତ ଥାଆନ୍ତି । ଥଣ୍ଡା ଦିନରେ ବାଳ ଦୁର୍ବଳ ହୋଇଯାଇଥାଏ, ଯାହାଫଳରେ ଏହା ଝଡିଥାଏ ।

କିନ୍ତୁ ଆପଣ ମାନଙ୍କୁ ଚିନ୍ତା କରିବା ଦରକାର ନାହିଁ । ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜର ଏହି ସମସ୍ୟାକୁ ବହୁତ ସହଜରେ ସମାଧାନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ।

ନଡିଆ ତେଲ

ଥଣ୍ଡା ଦିନରେ ବାଳକୁ ତେଲରେ ମାଲିସ କରିବା ଉଚିତ । କାରଣ ମୁଣ୍ଡରେ ଥଣ୍ଡା ପବନ ବାଜି ବାଳ ଶୁଷ୍କ ହୋଇଯାଇଥାଏ । ଯାହାଫଳରେ ବାଳ ଝଡିଥାଏ । ସେଥିପାଇଁ ଆପଣ ଥଣ୍ଡା ଦିନରେ ବାଳରେ ନଡିଆ ତେଲର ମାଲିସ କରନ୍ତୁ  ।

ପିଆଜ

ପିଆଜ ସେବନ କରିବା ଦ୍ଵାରା ବାଳର ଏହି ଝଡୁଥିବା ସମସ୍ୟାକୁ ନିୟନ୍ତ୍ରଣ କରିହେବ । ବାଳ ଝଡୁଥିଲେ ଆପଣ ସବୁ ଦିନ ଗୋଟିଏ ପିଆଜ ଖାଆନ୍ତୁ ଓ ସପ୍ତାହକୁ ଥରେ ପିଆଜକୁ ଭଲ ଭାବରେ ପେଷି ତାର ରସକୁ ବାଳରେ ଲଗାନ୍ତୁ । ଏହା ଦ୍ଵାରା ଏହି ସମସ୍ୟାକୁ ଦୂର କରାଯାଇ ପାରିବ ।

ଅଣ୍ଡା

ଅଣ୍ଡାର ହେୟର ମାସ୍କ ଲଗାଇଲେ ବାଳକୁ ପ୍ରୋଟିନ ଓ ମିନେରାଲ ମିଳିଥାଏ ଓ ବାଳ ମଝବୁତ ହୋଇଥାଏ । ଏଥିପାଇଁ ଗୋଟିଏ ଅଣ୍ଡାକୁ ଫଟାଇ ଗୋଟିଏ ବାଉଲରେ ରଖିଦିଅନ୍ତୁ ଓ ଏଥିରେ ଅଲିଭ ଅଏଲ ପକାଇ ଭଲ ଭାବରେ ମିଶାନ୍ତୁ । ଏହି ହେୟାର ମାସ୍କକୁ ବାଳରେ ଲଗାନ୍ତୁ । ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ରଖି ଟିକେ ଉଷୁମ ପାଣିରେ ବାଳକୁ ଧୋଇ ଦିଅନ୍ତୁ ।

ମେଥି

ମେଥିର ଲେପ ବାଳରେ ଲଗାଇଲେ ବାଳ ମଝବୁତ ହୋଇଥାଏ । ଆପଣମାନେ ମେଥିର ଦାନାକୁ ରାତିସାରା ପାଣିରେ ଭିଜାଇ ଦିଅନ୍ତୁ ଓ ସକାଳୁ ଏହାକୁ ପେଶୀ ଦିଅନ୍ତୁ । ଏହି ପେଷ୍ଟରେ ଅଧା ଚାମଚ ନଡିଆ ତେଲ ମିଶାଇ ନିଜ ବାଳରେ ଲଗାନ୍ତୁ ।