ଯାତ୍ରା ପାଇଁ ପବ୍ଲିକ ଟ୍ରାଂସପୋର୍ଟର ବ୍ୟବହାର କରନ୍ତି ନାହିଁ ଏହି 5 Bollywood ଷ୍ଟାର, ରଖିଛନ୍ତି ନିଜର ପ୍ରାଇଭେଟ ଜେଟ

ବଲୀଉଡ ଷ୍ଟାର ସବୁବେଳେ ନିଜର ଆଲିଶାନ ଲାଇଫ ଷ୍ଟାଇଲ ପାଇଁ ଜଣା ଯାଆନ୍ତି । ଫିଲ୍ମରେ କାମ କରି ଏମାନେ କୋଟି କୋଟି ଟଙ୍କା ଆୟ କରି ନିଅନ୍ତି । ଏମିତିରେ ଏହି ଟଙ୍କାର ବ୍ୟବହାର ସେ ନିଜର ପର୍ସନାଳ ଲାଇଫକୁ ସୁନ୍ଦର କରିବା ପାଇଁ ଓ ନିଜର ସ୍ଵପ୍ନକୁ ପୁରା କରିବାରେ ଖର୍ଚ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଫିଲ୍ମି ଷ୍ଟାରମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ପାଖରେ ନିଜର ପ୍ରାଇବେଟ ଜେଟ ପ୍ଳେନ ଅଛି । ଏମାନେ ପ୍ରାୟତଃ ଦୂର ସ୍ଥାନକୁ ଯିବା ପାଇଁ ପବ୍ଲିକ ଉଡାଜାହାଜ ପରିବେର୍ତ୍ତେ ନିଜର ପ୍ରୀଇବେଟ ଜେଟର ବ୍ୟବହାର କରନ୍ତି ।

ପ୍ରିୟଙ୍କା ଚୋପଡା

ବଲୀଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ବର୍ତ୍ତମାନ ହଲିଉଡରେ ବି ବହୁତ ନାଁ କରିସାରିଛନ୍ତି । ସେହି ସମୟରେ ସେ ନିଜ ସ୍ଵାମୀ ନିକ ଜୋନାସଙ୍କ ସହିତ ଆମେରିକାରେ ରହୁଛନ୍ତି । ଏମିତିରେ ଭାରତରୁ ଆମେରିକା ଯିବା ଆସିବା ପାଇଁ ତାଙ୍କ ପାଖରେ ନିଜର ଏକ ପ୍ରାଇବେଟ ଜେଟ ଅଛି । ଯେତେବେଳେ ବି ତାଙ୍କ ପାଖରେ ସମୟର ଅଭାବ ଥାଏ ତେବେ ସେ ଏଥିରେ ହିଁ ଯିବା ଆସିବା କରନ୍ତି ।

ଅକ୍ଷୟ କୁମାର

ବଲୀଉଡର ଏକ୍ଶନ ଖିଲାଡ଼ୀ ଅକ୍ଷୟ କୁମାରଙ୍କ ପାଖରେ ବି ନିଜର ଏକ ପର୍ସନାଳ ଜେଟ ଅଛି । ସେ ଏକ ବର୍ଷରେ ଚାରିରୁ ପାଞ୍ଚ ଟି ଫିଲ୍ମ କରିଥାନ୍ତି । ଏମିତିରେ ତାଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ ଓ ତାଙ୍କ ପାକ୍ଷରେ ପ୍ରାଇବେଟ ଜେଟ ରହିବା କୌଣସି ବଡ କଥା ନୁହେଁ । ସେ ଯେତେବେଳେ ବି ନିଜର ପରିବାର ସହିତ ଛୁଟି ପାଳନ କରିବା ପାଇଁ ବାହାରକୁ ଯାଆନ୍ତି ତେବେ ନିଜର ଏହି ଜେଟର ବ୍ୟବହାର କରନ୍ତି । ଏହା ଛଡା ଫିଲ୍ମର ପ୍ରମୋଶନ ପାଇଁ ବି ସେ ଏହାର ବ୍ୟବାହର କରିଥାନ୍ତି ।

ଅଜୟ ଦେବଗନ

ବଲୀଉଡରେ ନିଜର ଆଖି ଦ୍ଵାରା କୋଟି କୋଟି ଦର୍ଶକମାନଙ୍କୁ ନିଜର ଦିବାନା କରିଥିବା ଅଜୟ ଦେବଗନଙ୍କ ପାଖରେ ବି ଏୟାରକ୍ରାପ୍ଟ ସିକ୍ସ ସୀଟର ହକର 800 ଅଛି । ତାଙ୍କୁ ଏଥିରେ ବୁଲିବା ପାଇଁ ଭଲ ଲାଗେ । ସେ ନିଜର ଏହି ପ୍ରାଇବେଟ ଜେଟକୁ ବୁଲିବା ପାଇଁ ଓ ଫିଲ୍ମର ପ୍ରମୋଶନ ପାଇଁ ବ୍ୟବହାର କରନ୍ତି ।

ଅମିତାଭ ବଚ୍ଚନ

ବଲୀଉଡର ମହାନାୟକ ଯେତେବେଳେ ବି ବିଦେଶରେ ଛୁଟି ପାଳନ କରନ୍ତି ତେବେ ସେ ପ୍ରାଇବେଟ ଜେଟର ବ୍ୟବହାର କରନ୍ତି । ଏହି ଫଟୋ ସେ ହିଁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ ।

ଶାହରୁଖ ଖାନ

ବଲୀଉଡର କିଙ୍ଗ ଖାନ ଶାହରୁଖ ଖାନ ବି ନିଜ ପାଇଁ ଏକ ପ୍ରାଇବେଟ ଜେଟ କିଣି ରଖିଛନ୍ତି । ସେ ଏଥିରେ ବସି ବିଦେଶର ଯାତ୍ରା କରନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।