ନିଜ ପରିବାର ପାଇଁ ଏତେ କୋଟି ସମ୍ପତ୍ତି ଛାଡିଗଲେ Dilip Kumar

ବଲୀଉଡର ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର ଏହି ଦୁନିଆକୁ ଓ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ୯୮ ବର୍ଷ ବୟସରେ ସେ ନିଜର ଜୀବନର ଶେଷ ନିଶ୍ଵାସ ନେଇଛନ୍ତି । ଦିଲୀପ କୁମାରଙ୍କ ସବୁ ଫିଲ୍ମ ଦର୍ଶକମାନଙ୍କ ମନକୁ ଛୁଇଁଥାଏ ।

ସେ ନିଜ ସମୟରେ ଜଣେ ଜଣା ଶୁଣା ଅଭିନେତା ଥିଲେ ଓ ଗୋଟିଏ ଫିଲ୍ମ କରିବା ପାଇଁ ସେ ୧ ଲକ୍ଷ ଟଙ୍କା ନେଉଥିଲେ । ୫୦ ଦଶକରେ ଏତେ ଟଙ୍କା ଚାର୍ଜ କରୁଥିବା ସେ ଏକମାତ୍ର ଅଭିନେତା ଥିଲେ । ଦିଲୀପ କୁମାରଙ୍କ ଅସଲ ନାଁ ମହମ୍ମଦ ୟୁସୁଫ ଖାନ ଥିଲା । ସେ ଫିଲ୍ମ ଜଗତରେ ଆସିବା ପାଇଁ ନିଜର ନାଁ ବଦଳାଇ ଦେଇଥିଲେ ଓ ବଲୀଉଡରେ ଦିଲୀପ କୁମାର ନାଁ ଦ୍ଵାରା ପରିଚିତ ହେଲେ ।

ଦିଲୀପ କୁମାର ବହୁତ ଲୋକପ୍ରିୟତା ହାସଲ କରିଛନ୍ତି, ଏହା ଛଡା ସେ କୋଟି କୋଟି ଟଙ୍କାର ମାଲିକ ବି ଅଟନ୍ତି । ଏକ ରିପୋର୍ଟ ଅନୁସାରେ ଦିଲୀପ କୁମାରଙ୍କ ନେଟ ୱର୍ଥ ୮୫ ଡଲାର ମିଲିୟନ ଅର୍ଥାତ ୬୨୭ କୋଟି ଟଙ୍କା ଅଟେ ।

ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଦିଲୀପ କୁମାରଙ୍କ ଏକ ବଙ୍ଗଳା ଅଛି । ଯାହାକି ୧୬୦୦ ବର୍ଗ ମିଟରେ ବ୍ୟାପିଛି । ଯାହାର ମୂଲ୍ୟ ୨୫୦ କୋଟି ଟଙ୍କାରୁ ବି ଅଧିକ କୁହାଯାଉଛି । କିନ୍ତୁ ଏହି ବଙ୍ଗଳାକୁ ନେଇ ତାଙ୍କ ଭାଇ ସହ ବିବାଦ ଚାଲିଥିଲା । କହିବାକୁ ଗଲେ ଦିଲୀପ କୁମାର ଓ ସାୟରା ବାନୋ କୋର୍ଟରେ କହିଥିଲେ କି ଦିଲୀପ କୁମାରଙ୍କ ଏହି ସମ୍ପତ୍ତିରେ ତାଙ୍କର ଦୁଇ ଭାଇଙ୍କର କୌଣସି ବି ଅଧିକାରୀ ନାହିଁ ।

ବର୍ଷ ୨୦୦୭ରେ ଏହି ସମ୍ପତ୍ତି ପାଇଁ ଏଗ୍ରିମେଣ୍ଟ ବି ହୋଇଥିଲା । ଯେଉଁଥିରେ ଦିଲୀପ କୁମାରଙ୍କୁ ୧୨୦୦ ବର୍ଗ ଫୁଟ ଭାଇ ଅହସାନଙ୍କୁ ଓ ୮୦୦ ବର୍ଗ ଫୁଟ ଅସଲମକୁ ଦେବାର ଥିଲା । ଦିଲୀପ କୁମାର ଏହି ବଙ୍ଗଳାକୁ ପୁଣି ଥରେ ତିଆରି କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ଭାଇ ଏହି ବଙ୍ଗଳାକୁ ଖାଲି କରିଲେ ନାହିଁ । କହିଦେଉଛୁ କି ଏହି ବଙ୍ଗଳାକୁ ଦିଲୀପ କୁମାର ୧୯୫୩ରେ କିଣିଥିଲେ ।

ବଙ୍ଗଳା ଛଡା ଅନ୍ୟ ସ୍ଥାନ ଗୁଡିକରେ ବି ଦିଲୀପ କୁମାରଙ୍କ ବହୁତ ସମ୍ପତ୍ତି ଅଛି । ଦିଲୀପ କୁମାରଙ୍କ ପାଖରେ ବହୁତ ମହଙ୍ଗା ମହଙ୍ଗା ଗାଡି ବି ଅଛି । ତାଙ୍କର ନିଧନ ପରେ ଏହି ସମସ୍ତ ସମ୍ପତ୍ତିର ମାଲିକ ବର୍ତ୍ତମାନ ସାୟରା ବାନୋ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ଦିଲୀପ କୁମାର ଓ ତାଙ୍କର ପତ୍ନୀ ସାୟରା ବାନୋଙ୍କ କୌଣସି ବି ସନ୍ତାନ ନାହିଁ । ସମ୍ପତ୍ତି ଛଡା ତାଙ୍କ ପାଖରେ ବହୁତ ସର୍ବୋଚ୍ଚ ସମ୍ମାନ ବି ଅଛି ।

ତାଙ୍କୁ ଭାରତୀୟ ଫିଲ୍ମ ଗୁଡିକରେ ସ୍ମରଣୀୟ ଅଭିନୟ ପାଇଁ ସର୍ବୋଚ୍ଚ ସମ୍ମାନ ଦାଦା ସାହବ ଫାଲ୍କେ ପୁରସ୍କାର ମଧ୍ୟ ଦିଆଯାଇଛି । ଏହା ଛଡା ତାଙ୍କୁ ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ଓ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ନିଶାନ-ଏ-ଇମ୍ତିୟାଜ଼’ ଦ୍ଵାରା ବି ସମ୍ମାନିତ କରାଯାଇଛି । ସେ ବର୍ଷ ୨୦୦୦ରେ ରାଜ୍ୟ ସଭାର ସଦସ୍ୟ ବି ରହି ସାରିଛନ୍ତି ।