Balika Vadhu ଆନନ୍ଦୀ Avika Gor ଖୋଲିଲେ ନିଜ ରାଜ, କହିଲେ ସିରିୟଲ ସେଟରେ କ’ଣ ସବୁ ହେଇ ଥିଲା ତାଙ୍କ ସହ !

ଟିଭିରେ ଅନେକ ଏମିତି ଚେହେରା ଅଛି ଯାହା ଘରେ ଘରେ ପରିଚିତ ହୋଇ ସାରିଛନ୍ତି । ନିଜର ଦମଦାର ଅଭିନୟ ପାଇଁ ଏହି ଷ୍ଟାର ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଛୋଟ ପରଦାରେ ପରିଚୟ ସୃଷ୍ଟି କରିଥିବା ଆନନ୍ଦି ଉର୍ଫ ଅଭିକା ଗୈାରଙ୍କୁ କିଏ ନ ଜାଣେ ।

ଅଭିକାଙ୍କୁ ତାଙ୍କ ଜୀବନରେ ସବୁଠାରୁ ବଡ଼ ବ୍ରେକ ଟିଭି ସିରିୟଲ ବାଳିକା ବଧୁ ରେ ମିଳିଥିଲା । ସେହି ସମୟରେ ସେ ମାତ୍ର ୧୧ ବର୍ଷର ହୋଇଥିଲେ । କିନ୍ତୁ ଏହି ସମୟରେ ନିଜ ଠାରୁ ୧୮ ବର୍ଷ ବଡ଼ କୋ ଷ୍ଟାର ମନିଷ୍ ରଏ ସିଂଘନଙ୍କ ସହିତ ପ୍ରେମ ସମ୍ପର୍କ ଅଛି ବୋଲି ଖବରରେ ଆସିଛି । ବାସ୍ତବରେ ଆନନ୍ଦୀ ଏକ ସାକ୍ଷାତକାରରେ ନିଜର ପଛରେ କିଛି ବିବାଦକୁ ନେଇ ସଫାଇ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା କାହିଁକି ନିଜ ଠାରୁ ଦୁଇ ଗୁଣ ବଡ ଅଭିନେତାଙ୍କ ସହିତ ସମ୍ପର୍କରେ ରହିଲେ ।

ଅଭିନେତ୍ରୀ ଅଭିକା ଗୈାର ଏବଂ ମନିଷ୍ ରାଏ ସିଂଘନ ଦୁହେଁ କଲର୍ସର ସୋ ‘ସସୁରାଲ ସୀମରକା’ ରେ କାମ କରିଥିଲେ । ଏହିଠାରୁ ଦୁହିଁଙ୍କ ସମ୍ବନ୍ଧ ବିଷୟରେ ଖବର ଆସିବାକୁ ଲାଗିଲା । ଏହା ସହିତ ଦୁହିଁଙ୍କ ସିକ୍ରେଟ୍ ବେବି କୁ ନେଇ ଗୁଜବ ଉଠିଥିଲା । ଏହା ଉପରେ ଅଭିକା ଟିପ୍ପଣୀ ଦେଇଥିଲେ । ଅଭିକା ଗୋଟିଏ ସାକ୍ଷାତକାରରେ କହିଲେ, ଏହା ଯମାବି ହୋଇ ପାରିବ ନାହିଁ, ପ୍ରଶ୍ନ ହିଁ ଉଠୁ ନାହିଁ ଏଠି ।

ଏମିତି ଆର୍ଟିକଲ୍ ଥିଲା କି ଆମେ ଛୁଆ ଲୁଚାଇକି ରଖିଛୁ, ସେମିତି କିଛି ବି ନୁହେଁ, ଏହା ଭୁଲ୍ ଅଟେ । ସେ ପୁଣି କହିଲେ, ଆମେ ଦୁଇଜଣ ବହୁତ ଘନିଷ୍ଠ ଥିଲୁ ଏବଂ ଏବେବି ଅଛୁ । ସେ ତାଙ୍କ ଜୀବନରେ ଖାସ୍ ଯାଗା ବନାଇଛନ୍ତି । ୧୩ ବର୍ଷ ବୟସରୁ ଆଜି ପର୍ଯ୍ୟନ୍ତ ସେ ମୋର ବହୁତ ଘନିଷ୍ଠ ବନ୍ଧୁ ରହି ଅଛନ୍ତି । ମୁଁ ତାଙ୍କ ପାଖରୁ ବହୁତ କିଛି ଶିଖିଛି । ସେ ମୋ ଠାରୁ ୧୮ ବର୍ଷ ବଡ଼ ଅଟନ୍ତି ଏବଂ ମୋ ବାପାଙ୍କ ଠାରୁ ଅଳ୍ପ ସାନ ଅଟନ୍ତି । ଅଭିକାଙ୍କ ମା ଦୁଇଜଣ ଗୁଜବ ଖବରରେ ପ୍ରଭାବିତ ହୋଇଥିଲେ । ଯାହାଫଳରେ ଦୁଇଜଣ ଦୂରତା ବନାଇ ବାକୁ ସ୍ଥିର କରିଥିଲେ ।

ଏମିତିକି ସେ ଦୁଇ ସପ୍ତାହ ପର୍ଯ୍ୟନ୍ତ କଥା ମଧ୍ୟ ହୋଇ ନଥିଲେ । ଦୁଇ ଜଣଙ୍କ ସମ୍ପର୍କରେ ମନିଷ୍ ମଧ୍ୟ ଗୋଟିଏ ସାକ୍ଷାତକାରରେ କହିଥିଲେ । ଯେତେବେଳେ ମୁଁ ସଙ୍ଗୀତା ସହ ମିଳାମିଶା ଆରମ୍ଭ କଲେ ସେତେବେଳେ ମତେ ମଧ୍ୟ ଲାଗିଥିଲା ମୁଁ ଆଉ ଅଭିକା କପଲ୍ ଥିଲୁ ବୋଲି । ମୁଁ ସଙ୍ଗୀତା କୁ ମଧ୍ୟ କହିଲି ଆମେ ଦୁହେଁ ଭଲ ସାଙ୍ଗ ଅଟୁ । ସେ ଗତବର୍ଷ ୩୦ ଜୁନରେ ଟିଭି ଅଭିନେତ୍ରୀ ସଙ୍ଗୀତା ଚୈାହାନଙ୍କୁ ବିବାହ କରିଥିଲେ । କଥା ଏତିକିରେ ରହି ନଥଲା ‌ ।

ଯେଉଁ ଦିନ ସେ ସଙ୍ଗୀତାକୁ ବିବାହ କରିଥିଲେ ସେହି ଦିନ ଅଭିକାଙ୍କ ଜନ୍ମ ଦିନ ଥିଲା । ଲୋକମାନେ ଏଥିରୁ ମଧ୍ୟ ପ୍ରଶ୍ନ କରିଥିଲେ, ଶେଷରେ ବାହା ହେବା ପାଇଁ ମନିଷ୍ ଏହି ତାରିଖ କଣ ପାଇଁ ବାଛିଥିଲେ । ତାଙ୍କୁ ପଚାରିବାରୁ ସେ କହିଲେ, ତାଙ୍କର ଏହି ଡିମାଣ୍ଡ ଅଭିକା ଏବଂ ତାଙ୍କ ସାଙ୍ଗ ଜର୍ଶୀ କରିଥିଲେ ଯାହାର ଜନ୍ମ ଦିନ ୧୫ ଜୁନରେ ହୋଇଥାଏ । ଦୁଇଜଣ ଡିମାଣ୍ଡ କରିଥିଲେ କି ତାଙ୍କ ଜନ୍ମଦିନରେ ତାଙ୍କ ବାହାଘର ହେଉ, ସେଥିପାଇଁ ୩୦ ଜୁନ ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।