ବିନା ବିବାହ ଓ ବିନା ସ୍ଵାମିରେ 44 ବର୍ଷ ବୟସରେ ମା’ ହେଇଥିଲେ Ekta Kapoor, ନିଜେ କହିଥିଲେ କୁଆଁରୀ ରହିବାର କାରଣ

ହିନ୍ଦୀ ସିନେମାର ଦିଗଜ ଅଭିନେତା ଜିତେନ୍ଦ୍ର ଓ ସୋଭା କପୁରଙ୍କ ଝିଅ ଓ ଅଭିନେତା ତୁଷାର କପୁରଙ୍କ ଭଉଣୀ ଏକତା କପୁର ଆଜି ନିଜର ୪୬ତମ ଜନମଦିନ ପଲାଣ କରିଛନ୍ତି । ଏକତା କପୁରତାଙ୍କ ଜନ୍ମ ୧୯୭୫ ଜୁନ ୭ରେ ମୁମ୍ବାଇରେ ହୋଇଥିଲା ।

ଏକତା ଜଣେ ସଫଳ ପ୍ରଡ୍ୟୁସର ଓ ଡାଇରେକ୍ଟର ଭାବେ ଛୋଟ ପରଦାରେ ଅନେକ ଧାରାବାହିକରେ ପ୍ରଡ୍ୟୁସର କରିଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ଏକତାଙ୍କୁ କୁଇନ ବୋଲି ମାନାଯାଏ । ସେ ତାଙ୍କ କ୍ଯାରିୟରରେ ୧୩୦ରୁ ଅଧିକ ଟିଭି ସୋ ରେ ପ୍ରଡ୍ୟୁସର କରି ସାରିଛନ୍ତି । ଏକତା କପୁର ୧୫ ବର୍ଷ ବୟସରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ଛୋଟ ପରଦାରେ ଗୋଟିଏ ପରେ ଗୋଟିଏ ଧାରାବାହିକରେ ପ୍ରଡ୍ୟୁସର ଭାବେ କାମ କରି ଏକତା ଆଜିକା ଡେଟରେ ଟିଭି ଜଗତରେ କୁଇନ ହୋଇ ପାରିଛନ୍ତି ।

ତାଙ୍କ ଦ୍ଵାରା ପ୍ରଡ୍ୟୁସ ହୋଇଥିବା “ହମ ପାଞ୍ଚ”, “କିୟୁଙ୍କି ଶାଶ ଭି କଭି ବହୁ ଥି”, “କାହାଣୀ ଘର ଘର କି”, “କସୋଟୀ ଜିନ୍ଦେଗୀ କି”, “କସମ ସେ”, “ପବିତ୍ର ରିସତା”, “କୁମକୁମ ଭାଗ୍ୟ”, “କହିଁ କିସି ରୋଜ”, “କହିଁ ତୋ ହୋଗା”, “ବଡେ ଅଛେ ଲଗତେ ହେ”, “ୟେ ହେ ମହବତେ”, “ଯୋଦ୍ଧା ଅକବର’, “ନାଗିନ’, “କୁଣ୍ଡଳୀ ଭାଗ୍ୟ’ ଆଦି ଧାରାବାହିକରେ ପ୍ରଡ୍ୟୁସର ଭାବେ କାମ କରି ଦର୍ଶକ ମାନଙ୍କ ହୃଦୟରେ ରାଜା କରୁଛନ୍ତି । ସେ ମୁମ୍ବାଇର ସ୍କାତିଶ ସ୍କୁଲରେ ନିଜର ପାଠପଢା ଶେଷ କରିଛନ୍ତି ।

ସେ ତାଙ୍କର ମହାବିଦ୍ୟାଳୟର ପାଠପଢା ମିଠିବାଇ କଲେଜରେ ପୁରା କରିଛନ୍ତି । ତାଙ୍କ ପରିବାରରେ ଫିଲ୍ମର ମାହୋଲ ରହିଥିବାରୁ ସେ ଫିଲ୍ମ ପ୍ରତି ଅଧିକ ଆଗ୍ରହୀ ଥିଲେ । ନିଜର କଠିନ ପରିଶ୍ରମ ଯୋଗୁ  ଏକତା ଆଜିକା ଡେଟରେ ଟିଭି ଜଗତରେ କୁଇନ ଭାବେ ଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ୨୦୦୧ରେ ସେ ଏକ ଇଣ୍ଟର୍ଣ ଭାବେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ଏହା ପରେ ସେ “କୁଛ ତୋ ହେ”, “କିଯୁଙ୍କି ମେ ଝୁଠ ନହି ବୋଲତା”, “କ୍ରୀଷ୍ଣା କଟେଜ” ଆଦି ଫିଲ୍ମର ନିର୍ମାଣ କରିଥିଲେ । ଏହା ପରେ ସେ ଟିଭି ଇଣ୍ଡଷ୍ଟ୍ରିରେ କାମ କରିବାର ସୁଯୋଗ ପାଇଥିଲେ ।

୪୬ବର୍ଷରେ ମଧ୍ୟ ଏକତା କୁଆଁରୀ ଅଛନ୍ତି : ଏକତାଙ୍କୁ ୪୬ ବର୍ଷ ହୋଇଥିଲେ ମଧ୍ୟ ସେ ଆଜି ଯାଏଁ ଏକା ଅଛନ୍ତି । ନିଜ ମ୍ୟାରେଜକୁ ନେଇ ୨୦୧୪ରେ ହୋଇଥିବା ଏହ ସାକ୍ଷାତକାରରେ ଏକତା ନିଜ ମତ ଦେଇଛନ୍ତି ଯେ ବିବାହ କରିବାର ପାର୍ଶ୍ଵ ପ୍ରତିକ୍ରିୟା ହେଉଛି ଏହା ପରେ ଲୋକମାନେ ଧର୍ଯ୍ୟହୀନ ହୋଇଥାନ୍ତି । ଏକତାଙ୍କ ପାଖରେ ଧର୍ଯ୍ୟ ବହୁତ କମ ଥିବାରୁ ସେ ମ୍ୟାରେଜ କରି ନାହାନ୍ତି ବୋଲି ନିଜ ମତରେ କହିଛନ୍ତି । ଯଦି କେଉଁ ବ୍ୟକ୍ତି ସୁଖରେ ଜୀବନ ବିତାଇବାକୁ ଚାହାନ୍ତି ତେବେ ସେହି ବ୍ୟକ୍ତି ପାଖରେ ଧର୍ଯ୍ୟ ରହିବା ନିହାତି ଜରୁରୀ ବୋଲି ଏକତା କହିଛନ୍ତି ।

ଗୋଟେ ପୁଅର ମା ଅଟନ୍ତି ଏକତା କପୁର : ଏକତା ମ୍ୟାରେଜ ନ କରିଥିଲେ ମଧ୍ୟ ସେ ତାଙ୍କ ପୁଅ ରବି କପୁରଙ୍କ “ମା” ଅଟନ୍ତି ଯାହାର ଜନ୍ମ ସେରୋଗେସୀ ମାଧ୍ୟମରେ ୨୦୧୯ରେ ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।