ଗୋବିନ୍ଦାଙ୍କ ଆଶ୍ଚର୍ଯ୍ୟକର ଖୁଲାସା, ନିଜେ କହିଲେ କେମିତି ବର୍ବାଦ ହେଇଗଲା ତାଙ୍କ କ୍ୟାରିଅର

ଗୋଟିଏ ସମୟ ଥିଲା ଯେତେବେଳେ ଗୋବିନ୍ଦା ବଲୀଉଡରେ ରାଜ କରୁଥିଲେ । ନିଜର ଡାନ୍ସ ନିଜର ଏକ୍ସପ୍ରେସନ ଠାରୁ ଅଧିକ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କର ହୃଦତ ଜିତିଥିବା ଗୋବିନ୍ଦାଙ୍କ ଯେଉଁ ଇମେଜ ୯୦ ଦଶକରେ ଦେଖିବାକୁ ମିଳୁଥିଲା ତାହା କିନ୍ତୁ ବର୍ତ୍ତମାନ ଗାୟବ ହୋଇ ଯାଇଛି । ଗେଷ୍ଟ ରୂପରେ ତାଙ୍କୁ ବିଭିନ୍ନ ଶୋ ଓ ଫଙ୍କସନକୁ ଆମନ୍ତ୍ରଣ କରାଯାଏ କିନ୍ତୁ ଗୋବିନ୍ଦା ଆଗଭଳି ଆଉ ହିଟ ଫିଲ୍ମ ଦେଉ ନାହାନ୍ତି । ଏମିତିରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି କି ଏମିତି କଣ ହେଲା କି ୯୦ ଦଶକ ପରେ ଗୋବିନ୍ଦାଙ୍କ ଫିଲ୍ମ କ୍ୟାରିୟର ନଷ୍ଟ ହୋଇଗଲା ।

କେମିତି ଫିକା ପଡିଗଲା ଗୋବିନ୍ଦାଙ୍କ ଷ୍ଟାରଦମ । ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ୯୦ ଦଶକର ସୁପରଷ୍ଟାର ରହିସାରିଥିବା ଗୋବିନ୍ଦାଙ୍କ ଫିଲ୍ମି କ୍ୟାରିୟର ନଷ୍ଟ ହୋଇଗଲା ।

କହିବାକୁ ଗଲେ ଅଭିନେତା ଗୋବିନ୍ଦା ଗୋଟିଏ ଇଭେଣ୍ଟରେ ଏହି ପ୍ରଶ୍ନର ଜବାବ ଦେଇଥିଲେ ଓ ସେ କହିଥିଲେ କି ବଲୀଉଡ ଗୋଟିଏ ବଡ ପରିବାର ଅଟେ, ଯଦି ଆପଣ ସମସ୍ତଙ୍କ ସହିତ ମିଶି ରହୁଛନ୍ତି ତେବେ ସବୁ ଠିକ ଅଛି । ଯଦି ଆପଣ ସେହି ପରିବାରର ଅଂସ ଅଟନ୍ତି ତେବେ ଆପଣ ସବୁବେଳେ କାମ କରି ପାରିବେ । ଏତିକି ନୁହେଁ ଗୋବିନ୍ଦା ବଲୀଉଡରେ ପକ୍ଷପାତ ବିଷୟରେ କିଛି କହି ନାହାନ୍ତି । କିନ୍ତୁ ବଲୀଉଡରେ ବହୁତ ପାୱାର ସେଣ୍ଟର ବିଷୟରେ କହିଥିଲେ ।

ସେହି ସମୟରେ ଗୋବିନ୍ଦା ଏହା ବି କହିଥିଲେ କି ସେହି ସମୟରେ କୌଣସି ବଡ ଗ୍ରୁପ ସହ ଯୋଡି ନ ରହିବା କାରଣରୁ ତାଙ୍କର କ୍ୟାରିୟର ପାଇଁ ବହୁତ ବଡ ଭୁଲ ପ୍ରମାଣିତ ହେଲା । ଯଦି ସେ କୌଣସି ବଡ ଘର କିମ୍ବା କୌଣସି ଗ୍ରୁପ ସହ ମିଶିଥାନ୍ତେ ତେବେ ବୋଧେ ତାଙ୍କୁ ଭଲ ଫିଲ୍ମ ମିଳୁଥାନ୍ତା । ଏହା ଛଡା ଗୋବିନ୍ଦାଙ୍କୁ ଏହା ବି ଲାଗୁଛି କି ତାଙ୍କର ଅସୁବିଧା ସମୟରେ କିଛି ଲୋକମାନେ ତାଙ୍କର ଆହୁରି ସମସ୍ୟା ବଢାଇ ଦେଇଥିଲେ ।

ଏହି କାରଣରୁ ସେ ଉଠିବା ପରିବର୍ତ୍ତେ ଆହୁରି ଅଧିକ ତଳକୁ ଖସି ଚାଲିଗଲେ । କହିଦେଉଛୁ କି ଗୋବିନ୍ଦା ଓ ଡାଇରେକ୍ଟର ଡ଼େବିଡ ଧବନଙ୍କ ସହ ଗୋବିନ୍ଦାଙ୍କ ଝଗଡା ବିଷୟରେ ସମସ୍ତ ଜାଣିଛନ୍ତି । ଯେଉଁ ଡାଇରେକ୍ଟର ସହ ଗୋବିନ୍ଦା ନିଜ କ୍ୟାରିୟର ସବୁଠୁ ବଡ ହିଟ ଫିଲ୍ମ ଦେଇଥିଲେ ଓ ଯେଉଁ ଡାଇରେକ୍ଟର ପାଇଁ ସେ ସୁପରଷ୍ଟାର ହୋଇଯାଇଥିଲେ ଆଜି କିନ୍ତୁ ସ୍ଥିତି ଏମିତି ହୋଇଯାଇଛି କି ଗୋବିନ୍ଦା ସେହି ଡାଇରେକ୍ଟର ସହିତ କାମ ବି କରିବାକୁ ଚାହୁଁ ନାହାନ୍ତି ।

ଗୋବିନ୍ଦା ଓ ଡାଇରେକ୍ଟର ଡ଼େବିଡ ଧବନ ମିଶି ବଲୀଉଡକୁ ବହୁତ ହିଟ ଫିଲ୍ମ ଦେଇଛନ୍ତି । କିନ୍ତୁ ଏହି ସବୁ ସତ୍ବେ ବି ବର୍ଷ ୨୦୦୦ ପରେ ଗୋବିନ୍ଦା ନିଜର ସେହି ଇମେଜକୁ ହରାଇ ଦେଇଛନ୍ତି ଯାହା ପାଇଁ ସେ ଜଣା ଯାଉଥିଲେ । ୨୦୦୦ ପରେ ସେ ସହ କଳକାର ରୂପରେ କେତେକ ଫିଲ୍ମରେ ନଜର ଆସିଥିଲେ ଓ ଭଲ ଅଭିନୟ ବି କରିଥିଲେ । କିନ୍ତୁ ତାଙ୍କର ମୁଖ୍ୟ ଅଭିନେତା ବାଲା ଇମେଜ ବର୍ତ୍ତମାନ ସମୟରେ ହଜି ଯାଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।