2020 ରେ ଏହି 7 ସେଲିବ୍ରିଟି ମାନଙ୍କ ବାହାଘର ସମସ୍ତଙ୍କୁ କରିଦେଇଥିଲା ଆଶ୍ଚର୍ଯ୍ୟ ! 3ନଂ ଯୋଡି 10 ବର୍ଷ ଧରିଥିଲେ ରିଲେସନସିପରେ

ବର୍ଷ ୨୦୨୦ ସବୁଠୁ ଆଶ୍ଚର୍ଯ୍ୟକର ଓ ଅଦ୍ଭୁତ ଥିଲା । କାରଣ ଏହି ବର୍ଷ ଏମିତି କିଛି ଘଟଣା ଘଟିଛି ଯାହା ବିଷୟରେ ଜାଣିଲା ପରେ ଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ଏହି ବର୍ଷ ବଲୀଉଡର କିଛି ଯୋଡି ବିବାହ ବି କରିଛନ୍ତି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଆଜି ଆମେ ଆପଣଙ୍କୁ ୨୦୨୦ରେ ବିବାହ କରିଥିବା ସେହି ଷ୍ଟାରମାନଙ୍କ ବିଷୟରେ କହିବୁ ଯେଉଁମାନେ ଏହି ବର୍ଷ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ହାର୍ଦିକ ପାଣ୍ଡ୍ୟା ଓ ନତାଶା

ଜାନୁୟାରୀରେ ଅଭିନେତ୍ରୀ ନତାଶା ଓ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କୁ ନିର୍ବନ୍ଧ କରି ସମସ୍ତଙ୍କୁ ଚକିତ କରି ଦେଲେ । ଦୁଇ ଜଣଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହୋଇଥିଲା । ଏହା ପରେ ଦୁଇ ଜଣ ଅଚାନକ ବିବାହ କରି ନେଲେ । ଏହା ସହିତ ହାର୍ଦିକ ଓ ନତାଶା ବିବାହର ଏକ ବର୍ଷ ମଧ୍ୟରେ ହିଁ ପିତା ମାତା ହୋଇଯାଇଛନ୍ତି ।

ନେହା କକ୍କଡ ଓ ରୋହନ ପ୍ରୀତ ସିଂହ

ଯେତେବେଳେ ନେହା ନେହା କକ୍କଡ ଓ ରୋହନ ପ୍ରୀତ ସିଂହଙ୍କ ବିବାହର ଖବର ସାମ୍ନାକୁ ଆସିଲା ତେବେ ତାକୁ ଶୁଣି ସର୍ବେ ପ୍ରଥମେ ଲୋକମାନଙ୍କର ହୋସ ଉଡିଗଲା । ଏହା ପରେ ଯେତେବେଳେ ଏମାନଙ୍କର ବିବାହର ଫଟୋ ସାମ୍ନାକୁ ଆସିଲା ତେବେ ଏହି ଖବରକୁ ସମସ୍ତେ ସତ ବୋଲି ମାନିଲେ । କହିବାକୁ ଗଲେ ନେହା କକ୍କଡ ଓ ରୋହନ ପ୍ରୀତ ସିଂହ ୨୦୨୦ର ସବୁଠୁ ଆଶ୍ଚର୍ଯ୍ୟକର ବାହାଘର ମଧ୍ୟରୁ ଗୋଟିଏ ଅଟେ ।

ଆଦିତ୍ୟ ନାରାୟଣ ଓ ଶ୍ଵେତା ଅଗ୍ରୱାଲ

ନେହା କକ୍କଡଙ୍କ ବିବାହ ପରେ ଆଦିତ୍ୟ ନାରାୟଣ ବି ନିଜ ବାହାଘରର ବିଷୟରେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କହିଦେଉଛୁ କି ଆଦିତ୍ୟ ନାରାୟଣ ମୁମ୍ବାଇରେ ନିଜର ପରିବାର ଲୋକମାନଙ୍କ ସାମ୍ନାରେ ଶ୍ଵେତା ଅଗ୍ରୱାଲଙ୍କ ସହିତ ବିବାହ କରିଛନ୍ତି ଓ କୋବିଡ କାରଣରୁ ଏହି ବିବାହକୁ ବହୁତ କମ ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । କହିଦେଉଛୁ କି ଆଦିତ୍ୟ ଓ ଶ୍ଵେତା ନିଜର ପ୍ରଥମ ଫିଲ୍ମ ସାପିତର ସେଟରେ ପରସ୍ପର ସହ ମିଶି ଥିଲେ ଓ ଏହି ଯୋଡି ୧୦ ବର୍ଷ ପରସ୍ପରକୁ ଡେଟ ବି କରୁଥିଲେ ।

ସନା ଖାନ

ବିବାହ କରିବା ପୂର୍ବରୁ ସନା ଖାନ ଗୋଟିଏ ଭିଡିଓ ଶେୟାର କରି କହିଥିଲେ କି ସେ ଅଭିନୟ ଦୁନିଆକୁ ଛାଡୁଛନ୍ତି ଓ ଏହା ପରେ ୨୦ ନଭେମ୍ବର ଦିନ ସେ ଗୁନୁରାଟର ଜଣେ ମୁସଲମାନ ଧର୍ମ ଗୁରୁ ଓ ବିଜନେସମ୍ୟାନଙ୍କୁ ବିବାହ କରିଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।