ୟୁଜବେନ୍ଦ୍ର ଚହଲ ଏହି ମିଷ୍ଟ୍ରି ଗର୍ଲଙ୍କ ସହ କଲେ ନିର୍ବନ୍ଧ, ନିଜେ ସେଆର କରି କହିଲେ, ଦେଖନ୍ତୁ ଫଟୋସବୁ

ବର୍ତ୍ତମାନର ସବୁଠୁ ବଡ ଖବର ସାମ୍ନାକୁ ଆସୁଛି ଯାହାକି କିଛି ଏହିଭଳି ଅଟେ କି ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ତାଙ୍କର ଜୀବନସାଥି ମିଳି ଯାଇଛି । ତାଙ୍କର ଜୀବନସାଥିଙ୍କ ନାମ ହେଉଛି ଧନଶ୍ରୀ ବର୍ମା । କିଛି ଦିନ ପରେ ହିଁ ଆଇପିଏଲ ୧୩ ଆରମ୍ଭ ହେବାକୁ ଯାଉଛି କିନ୍ତୁ ଏହା ପୂର୍ବରୁ ହିଁ ଚହଲ ନିର୍ବନ୍ଧ କରି ନିଜର ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ନିଜ ନିର୍ବନ୍ଧର ସୂଚନା ୟୁଜବେନ୍ଦ୍ର ଚହଲ ଟ୍ଵିଟରରେ ନିଜର ଓ ଧନଶ୍ରୀ ବର୍ମାଙ୍କ ଫଟୋ ଶେୟାର କରି ଦେଇଛନ୍ତି । ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧର ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହେଉଛି ।

ଏହି ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ତାଙ୍କର ଫ୍ୟାନମାନେ ବହୁତ ଶୁଭେଚ୍ଛା ଦେଉଛନ୍ତି । ଏହା ଛଡା ତାଙ୍କ ସାଥି ଖେଳାଳିମାନେ ବି ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି । ୟୁଜବେନ୍ଦ୍ର ଚହଲଙ୍କ ଛଡା ଧନଶ୍ରୀ ବର୍ମା ବି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଚହଲଙ୍କ ସହିତ ନିର୍ବନ୍ଧର ଫଟୋ ଶେୟାର କରିଛନ୍ତି । ଏମିତିରେ ଫ୍ୟାନମାନେ ଜାଣିବାକୁ ଚାହୁଁଛନ୍ତି କି ଚହଳଙ୍କ ପତ୍ନୀ ଧନଶ୍ରୀ ବର୍ମା କିଏ ଅଟନ୍ତି?

କହିବାକୁ ଗଲେ ଧନଶ୍ରୀ ବର୍ମା ଏକ କୋରିୟୋଗ୍ରାଫର ଅଟନ୍ତି ଓ ଏହା ସହିତ ସେ ଜଣେ ଡାକ୍ତର ବି ଅଟନ୍ତି । ଏହା ଛଡା ତାଙ୍କର ୟୁଟ୍ୟୁବ ଚ୍ୟାନେଲ ବି ଅଛି । ତାଙ୍କର ୟୁଟ୍ୟୁବ ଚ୍ୟାନେଲ ରେ ଲକ୍ଷ ଲକ୍ଷ ସବ୍ସକ୍ରାଇବର ବି ଅଛନ୍ତି । ଧନଶ୍ରୀ ବର୍ମା ସୋସିଆଲ ମିଡିଆ ରେ ବହୁତ ଆକ୍ଟିବ ରୁହନ୍ତି । ସେ ନିଜର ଡ୍ୟାନ୍ସ ର କେତେକ ଭିଡିଓ ଶେୟାର ବି କରିଛନ୍ତି । ତାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ଦେଖି ଆପଣ ଜାଣିଯିବେ କି ସେ ଜଣେ ଭଲ କୋରିୟୋଗ୍ରାଫର ଅଟନ୍ତି ।

ଆଇପିଏଲ ୨୦୨୦ ହେବ UAEରେ

କହିଦେଉଛୁ କି ଚହଲ ଆଇପିଏଲରେ ରୟଲ ଚ୍ୟାଲେଂଜର୍ସ ବେଂଗଲୁରୂ ତରଫରୁ ଖେଳୁଛନ୍ତି । କିନ୍ତୁ ବର୍ତ୍ତମାନ ଦିନରେ ସେ ନିଜ ଘରେ ନିଜର ପରିବାର ସହିତ ଟାଇମ ସ୍ପେନ୍ଡ କରୁଛନ୍ତି । ଏହା ସହିତ ଲକଡାନରେ ଚହଲ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହୁଥିଲେ । କେବେ ସେ ନିଜର ମାତା ପିତାଙ୍କ ସହିତ ଚେସ ଖେଳୁଥିବାର ନଜର ଆସୁଥିଲେ ଟ କେତେବେଳେ ସେ ଫନି ଭିଡିଓ କରୁଥିଲେ । କୁହାଯାଉଛି କି ଏଥର ଆଇପିଏଲ ୧୯ ସେପ୍ଟେମ୍ବରରୁ UAEରେ ଆରମ୍ଭ ହେବାକୁ ଯାଉଛି ।

ମିଳିଥିବା ସୂଚନା ନୁସାରେ ଇଣ୍ଡିଆନ ପ୍ରିମିୟର ଲିଗର ସମସ୍ତ ସଦସ୍ୟ ୨୦ ଅଗଷ୍ଟ ପରେ UAEକୁ ଯିବେ । କହିଦେଉଛୁ କି ଆଇପିଏଲ ଟୂର୍ନାମେଂଟ ପାଖାପାଖି ୨ ମାସ ପର୍ଯ୍ୟନ୍ତ ଅଛି । ଏହା ପୂର୍ବରୁ ହିଁ ଚହଲ ନିଜର ସାଥି ଖୋଜି ନେଇଛନ୍ତି । କୁହାଯାଉଛି କି ଆଇପିଏଲ ଶେଷ ହେବା ପରେ ହିଁ ଦୁଇ ଜଣ ବିବାହ କରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।