ପ୍ରଥମେ ମାଆ ସହିତ କରିଥିଲେ ରୋମାନ୍ସ, ବର୍ତ୍ତମାନ ତାଙ୍କର ଝିଅଙ୍କ ସହିତ ରୋମାନ୍ସ କରିବେ, ସଲମାନ ଖାନ

ବଲୀଉଡରେ କେତେବେଳେ କେଉଁ ଯୋଡି ଦର୍ଶକମାନଙ୍କୁ ପସନ୍ଦ ଆସିବେ, ଏହି କଥାର ଅନ୍ଦାଜ ଲଗାଇବା ବହୁତ କଷ୍ଟ କାମ ଅଟେ । ୮୦ ରୁ ୯୦ ଦଶକ ମଧ୍ୟରେ ବହୁତ ଯୋଡି ତିଆରି ହୋଇଥିଲା ଏବଂ ଅନ୍ୟ ପଟେ ଅନେକ ଯୋଡି ଗୁଡିକ ଭାଙ୍ଗି ମଧ୍ୟ ଥିଲା । କିନ୍ତୁ କିଛି ଯୋଡି ପ୍ରଥମ ଫିଲ୍ମରୁ ହିଁ ସୁପରହିଟ ହୋଇଗଲେ । ଏହି ଯୋଡି ମାନଙ୍କ ମଧ୍ୟରୁ ଗୋଟିଏ ଯୋଡି ହେଉଛି ସଲମାନ ଏବଂ ଭାଗ୍ୟଶ୍ରୀଙ୍କର ଯୋଡି । ଭାଗ୍ୟଶ୍ରୀଙ୍କ କାରଣରୁ ସଲମାନଙ୍କର ଭାଗ୍ୟ ଖୋଲି ଯାଇଥିଲା । କିନ୍ତୁ ସେମାଙ୍କନର ଯୋଡି ବେଶି ସମୟ ପର୍ଯ୍ୟନ୍ତ ଚାଲିପାରିଲା ନାହିଁ ।

ବର୍ଷ ୧୯୮୯ରେ ଆସିଥିବା ଫିଲ୍ମ “ମୈଂନେ ପ୍ୟାର କିୟା”ରେ ସଲମାନ ଏବଂ ଭାଗ୍ୟଶ୍ରୀଙ୍କର ଯୋଡି ସୁପରହିଟ ହୋଇଗଲା । ଆଜି ବି ଦର୍ଶକମାନେ ଏହି ଫିଲ୍ମ ଦେଖିବା ପାଇଁ ଇଛା କରୁଛନ୍ତି । କହିଦେଉଛୁ ଯେ ଏହି ଫିଲ୍ମ ପରେ ଯେଉଁଠି ସଲମାନ ଖାନଙ୍କର ଭାଗ୍ୟ ଚମକି ଉଠିଲା ଅନ୍ୟ ପଟେ ଭାଗ୍ୟଶ୍ରୀ ବଲୀଉଡରୁ ଦୂର ହୋଇଗଲେ ।

ଭାଗ୍ୟଶ୍ରୀଙ୍କର ଝିଅଙ୍କୁ ଲଞ୍ଚ କରିବେ ସଲମାନ ଖାନ

ମିଡିୟା ରିପୋର୍ଟ ଅନୁସାରେ ସଲମାନ ଖାନଙ୍କ ସହିତ ଭାଗ୍ୟଶ୍ରୀ ଆଜି ବି ଭଲ ସମ୍ପର୍କ ରଖିଛନ୍ତି । ବର୍ତ୍ତମାନ ବହୁତ ଜଲ୍ଦି ତାଙ୍କର ଝିଅ ସଲମାନ ଖାନଙ୍କ ଫିଲ୍ମରେ ନଜର ଆସିବେ । କହିବାକୁ ଗଲେ ସଲମାନ ଏବଂ ଭାଗ୍ୟଶ୍ରୀ ବହୁତ ଭଲ ସାଙ୍ଗ ଅଟନ୍ତି ଏବଂ ଭାଗ୍ୟଶ୍ରୀ ଚାହୁଁଛନ୍ତି କି ତାଙ୍କର ଝିଅକୁ ସଲମାନ ଖାନ ହିଁ ଲଞ୍ଚ କରନ୍ତୁ ଏବଂ ତାଙ୍କ ସହିତ କାମ ମଧ୍ୟ କରନ୍ତୁ । ମିଡିୟା ରିପୋର୍ଟସ ଅନୁସାରେ ସଲମାନ ଖାନ ବହୁତ ଜଲ୍ଦି ତାଙ୍କ ଝିଅଙ୍କ ସହିତ ଫିଲ୍ମରେ ରୋମାନ୍ସ କରୁଥିବାର ନଜର ଆସିବେ ।

ବହୁତ ସୁନ୍ଦର ଅଟନ୍ତି ଭାଗ୍ୟଶ୍ରୀଙ୍କ ଝିଅ

ଭାଗ୍ୟଶ୍ରୀଙ୍କ ଝିଅଙ୍କର ନାମ ଅବନ୍ତିକା ଅଟେ । ଅବନ୍ତିକା ବର୍ତ୍ତମାନ ବହୁତ ବଡ ହୋଇଯାଇଛନ୍ତି । ଅବନ୍ତିକା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କହିଦେଉଛୁ ଯେ ଅବନ୍ତିକା ନିଜର ଫଟୋ ସୋସିୟାଲ ମିଡିୟାରେ ଶେୟାର କରନ୍ତି । ଏବଂ ସେ ପୂରାପୂରି ନିଜ ମାଆଙ୍କ ଭଳି ଦେଖାଯାଆନ୍ତି ।

ଜଲ୍ଦି ହିଁ ପରଦାକୁ ଆସୁଛନ୍ତି ଅବନ୍ତିକା

ଭାଗ୍ୟଶ୍ରୀଙ୍କ ଝିଅ ଜଲ୍ଦି ହିଁ ଫିଲ୍ମରେ ପାଦ ରଖିବାକୁ ଯାଉଛନ୍ତି । ଭାଗ୍ୟଶ୍ରୀ ଏକ ବଡ ଅଭିନେତ୍ରୀ ହେବା ପାଇଁ ଅସଫଳ ହେଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଏହି ସ୍ଵପ୍ନକୁ ତାଙ୍କର ଝିଅ ପୁରା କରିବ । ଏବଂ ତାଙ୍କ ଝିଅ ଏକ ସୁପରଷ୍ଟାର ହେବେ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।