MS Dhoni ଙ୍କ ପାଦତଳେ ବସିଗଲେ Ranveer Singh, ପାଦ ଧରି କହିଲେ କିଛି ଏମିତି…ଶୁଣିଲେ ହେବେ ଆଶ୍ଚର୍ଯ୍ୟ !

ମହେନ୍ଦ୍ର ସିଂ ଧୋନି କେବଳ ଏକ ନାମ ନୁହେଁ ବରଂ ଏକ ବ୍ରାଣ୍ଡ ମଧ୍ୟ ଅଟେ । ଭାରତରେ ବୋଧହୁଏ ସେମିତି କେହି ନ ଥିବେ ଯିଏ MS ଧୋନିଙ୍କୁ ଜାଣି ନ ଥିବେ । ଲୋକମାନେ ଧୋନିଙ୍କୁ ପସନ୍ଦ କରିବା ସହ ତାଙ୍କୁ ସମ୍ମାନ ମଧ୍ୟ ଦିଅନ୍ତି ।

କେବଳ ସାଧାରଣ ଲୋକ ନୁହନ୍ତି, ବଡ ସେଲିବ୍ରିଟି ମଧ୍ୟ ଧୋନି ଙ୍କର ଫ୍ୟାନ ଅଟନ୍ତି । ଉଦାହରଣ ସ୍ଵରୂପେ, ଆପଣ ବଲିଉଡ ଅଭିନେତା ଓ ଦୀପିକା ପାଦୁକୋନଙ୍କ ସ୍ଵାମୀ ରଣବୀର ସିଂ ଙ୍କୁ ହିଁ ଦେଖି ନିଅନ୍ତୁ । ରଣବୀର ବଲିଉଡରେ ନିଜ ଶାନଦାର ଅଭିନୟ ସହ ନିଜ ଅଦ୍ଭୁତ ଫ୍ୟାଶନ ସେନ୍ସ ପାଇଁ ଖୁବ ପରିଚିତ । ତେବେ ଅଭିନୟ ବ୍ଯତୀତ ସ୍ପୋର୍ଟରେ ମଧ୍ୟ ରଣବୀରଙ୍କ ରୁଚି ରହିଛି ।

ଫୁଟବଲ ଖେଳିବାକୁ ତାଙ୍କର ବଡ ସଉକ ଅଛି । ସେହିପରି ଧିଆନୀଙ୍କୁ ମଧ୍ୟ କ୍ରିକେଟ ବ୍ଯତୀତ ଫୁଟବଲ ଖେଳିବାକୁ ଖୁବ ପସନ୍ଦ । ଏବେ ନିକଟରେ ରଣବୀର ସିଂ ଓ ଧୋନି ଏକାଠି ଫୁଟବଲ ଖେଳୁଥିବାର ଦେଖିବାକୁ ମିଳିଥିଲା ।

ଏହି ସମୟରେ ରଣବୀର କିଛି ଏପରି କରିଥିଲେ ଯାହାଦ୍ଵାରା ସେ ସବୁ ଫ୍ୟାନ୍ସ ଙ୍କର ହୃଦୟ ଜିତି ନେଇଛନ୍ତି । କଥାଟି ହେଉଛି ରଣବୀର ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଧୋନିଙ୍କ ସହ ଏକ ଫଟୋ ପୋସ୍ତ କରିଛନ୍ତି । ଏହି ଫଟୋରେ ସେ ଧୋନିଙ୍କ ଗୋଡଧରି ତଳେ ବସିଛନ୍ତି ଓ ଧୋନି ବେଞ୍ଚ ଉପରେ ବସିଛନ୍ତି । ଏହି ସମୟରେ ରଣବୀର ଖୁବ ଧ୍ୟାନର ସହ ଧୋନିଙ୍କ ଆଖିରେ ଆଖି ମିଶାଇ ଦେଖୁଛନ୍ତି ଓ ଗୋଟିଏ ହାତ ଧୋନିଙ୍କ ଗୋଡରେ ଏବଂ ଅନ୍ୟ ହାତଟି ତାଙ୍କ ନିଜ ଛାତିରେ ରଖିଛନ୍ତି ।

ଧୋନି ମଧ୍ୟ ରଣବୀରଙ୍କ ଏହି ଅନ୍ଦାଜରେ ଇମ୍ପ୍ରେସ ହୋଇ ଖୁସିରେ ତାଙ୍କୁ ଅନାଇ ରହିଛନ୍ତି । ଏହି ଫଟୋକୁ ପୋଷ୍ଟ କରି ରଣବୀର କ୍ୟାପସନରେ ଲେଖିଛନ୍ତି, “ବଡ ଭାଇଙ୍କ ଚରଣରେ ସର୍ବଦା… ମୋ ଜୀବନ ।” ରଣବୀର ଓ ଧୋନିଙ୍କ ଆଉ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ହକୁବ ଭାଇରାମ ହେଉଛି । ସେଥିରେ ରଣବୀର ଓ ଧୋନି କ୍ୟାମେରା ଆଡକୁ ଅନେଇ ହସୁଛନ୍ତି । ଫ୍ୟାନଙ୍କୁ ଧୋନି ଓ ରଣବୀରଙ୍କ ଯୋଡି ଖୁବ ପସନ୍ଦ ହେଉଛି ଓ ଏହି ଫଟୋ ଗୁଡିକରେ ଲୋକମାନେ ଖୁବ କମେଣ୍ଟ ମଧ୍ୟ କରୁଛନ୍ତି ।

ଏହି ସବୁ ଫଟୋ ଏକ ଫୁଟବଲ ଗ୍ରାଉଣ୍ଡର ଅଟେ, ଯେଉଁଠି କିଛି ସେଲିବ୍ରିଟି ମାନେ ଏକ ଫୁଟବଲ ମ୍ଯାଚ ଖେଳିଥିଲେ । ଏଥିରେ ରଣବୀର ଓ ଧୋନିଙ୍କ ଟିମ ଜିତିଥିଲା ମଧ୍ୟ । ଏହି ଫୁଟବଲ ମ୍ଯାଚର ଏକ ଭିଡିଓ ମଧ୍ୟ ସୋସିଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ଧୋନି ଓ ରଣବୀର ସିଂ ଙ୍କ ବ୍ଯତୀତ ସେଫ ଅଲ୍ଲୀ ଖାନ ଓ ଅମୃତା ସିଂ ଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ମଧ୍ୟ ନଜର ଆସୁଛନ୍ତି । ସେ ଅନ୍ୟ ରଙ୍ଗର ଟି-ଶାର୍ଟ ପିନ୍ଧିଥିବାରୁ ସେ ଅନ୍ୟ ଟିମର ହୋଇଥିବା ଜଣାପଡିଛି ।

ଭିଡିଓରେ ରଣବୀର ଓ ଧୋନିଙ୍କୁ ତାଙ୍କ ଟିମର ଲୋକମାନେ ଘେରି ରହିଛନ୍ତି ଓ ଜିତିବା ପରେ ସେମାନେ ଆଲିଙ୍ଗନ ମଧ୍ୟ କରୁଛନ୍ତି । ରଣବୀର ଓ ଧୋନିଙ୍କ ଯୋଡି ଦେଖି କିଛି ଲୋକ ଏହା ମଧ୍ୟ କହୁଛନ୍ତି କି, ଏମାନେ ଏକାଠି ଫିଲ୍ମ କରିବା ଉଚିତ । ତେବେ ରଣବୀର ସିଂ ବହୁତ ଶୀଘ୍ର ‘ରକି ଓର ରାନୀ କି ପ୍ରେମ କାହାନୀ’ ଫିଲ୍ମରେ ଦେଖାଯିବେ । ଏଥିରେ ତାଙ୍କ ବିପରିତରେ ଅଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଏହା ସହ ଅନେକ ବର୍ଷ ପରେ ଏହି ଫିଲ୍ମରେ ଧର୍ମେନ୍ଦ୍ର ଓ ଜୟା ପ୍ରଦାଙ୍କ ଯୋଡି ମଧ୍ୟ ଏକାଠି ଦେଖିବାକୁ ମିଳିବ । ଆପଣଙ୍କୁ ରଣବୀର ସିଂ ଓ ଧୋନିଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।