tv ଇଣ୍ଡଷ୍ଟ୍ରିର ଏହି 8 ପପୁଲାର ହିରୋ ନିଜ ଫ୍ୟାନଙ୍କୁ ହିଁ କଲେ ବିବାହ

ଟିଭି ଇଣ୍ଡଷ୍ଟ୍ରି ରେ ବହୁତ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଶକ୍ତିଶାଳୀ ପ୍ରଦର୍ଶନ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଜାଗା ବନେଇ ପାରିଛନ୍ତି । ଖାସ୍ କରି ଝିଅ ମାନେ ଏହି ଅଭିନେତା ମାନଙ୍କୁ ଏତେ ପସନ୍ଦ କରିଥାନ୍ତି ଯେ ଏମିତି କି ଏମାନଙ୍କୁ ବିବାହ କରିବାକୁ ମଧ୍ୟ ଇଛା ରଖିଥାନ୍ତି । କିନ୍ତୁ ଏମାନଙ୍କ ଇଛା, ଇଛାରେ ହିଁ ରହିଯାଏ । ତଥାପି ଏମିତି କିଛି ଭାଗ୍ୟଶାଳୀ ଝିଅ ଅଛନ୍ତି ଯେଉଁମାନେ ଏହି ଅଭିନେତା ମାନଙ୍କ ମନ ଜିଣି ତାଙ୍କୁ ବିବାହ କରି ପାରିଛନ୍ତି । ଆସନ୍ତୁ ଦେଖିବା କେଉଁ ଅଭିନେତା ମାନେ ନିଜ ପ୍ରଶଂସକ ଙ୍କୁ ବିବାହ କରିଛନ୍ତି ।

୧- ଇକବାଲ ଖାଁ

ଟିଭି ଅଭିନେତା ଇକବାଲ ଖାଁ ଧାରାବାହିକ “କୈସା ହେ ୟେ ପ୍ୟାର୍” ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ନିଜ ପ୍ରଦର୍ଶନ ଓ ବ୍ୟକ୍ତିତ୍ୱ ଦ୍ୱାରା ସେ ବହୁତ ଝିଅ ଙ୍କୁ ଆକର୍ଷିତ କରୁଥିଲେ । ତାଙ୍କ ଭିତରୁ ସ୍ନେହା ଛାବରା ନାମକ ଏକ ଝିଅ ଥିଲେ । ସେ ତାଙ୍କର ବହୁତ ବଡ ପ୍ରଶଂସକ ଓ ଆଜି ସେ ତାଙ୍କ ପତ୍ନୀ ମଧ୍ୟ ହୋଇ ସାରିଛନ୍ତି । ଫାଲଗୁନି ପାଠକ ଙ୍କ ଗୀତ “ମେ ତେରୀ ଦିବାନି ହୁଁ” ର ସୁଟିଂ ସେଟ ରେ ଏମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ଅନେକ ସମୟ ଧରି ଡେଟ୍ କରିବା ପରେ ୨୦୧୭ରେ ଏମାନେ ବିବାହ କରିଥିଲେ ଓ ତାଙ୍କର ଗୋଟେ ପୁଅ ମଧ୍ୟ ହୋଇଛି ।

୨- ଅମିତ୍ ଟଣ୍ଡନ

“କେସା ହେ ୟେ ପ୍ୟାର୍” ଧାରାବାହିକରେ ପୃଥିବୀ ବସ୍ ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତା ଅମିତ୍ ଟଣ୍ଡନ ନିଜ ପ୍ରଶଂସକ ଙ୍କୁ ହିଁ ବିବାହ କରିଛନ୍ତି । ଯାହାଙ୍କ ସହ ଏକ ଧାରାବାହିକରେ ସୁଟିଂ ବେଳେ ତାଙ୍କର ସାକ୍ଷାତ ହୋଇଥିଲା । ଭାଗ୍ୟବଶତ ସେମାନଙ୍କର କଥାବାର୍ତା ହୋଇପାରିଥିଲା ଓ ସେମାନେ ପ୍ରେମରେ ପଡ଼ିଥିଲେ । ଅନେକ ସମୟ ଧରି ଡେଟ କରିବା ପରେ ୨୦୦୭ ଏ ଏମାନେ ବିବାହ କରିଥିଲେ ଓ ଆଜି ତାଙ୍କର ଗୋଟେ ଝିଅ ମଧ୍ୟ ଅଛି ।

୩- ରୋମିତ ରାଜ୍

ନିଜ ଆକର୍ଷଣୀୟ ବ୍ୟକ୍ତିତ୍ଵ ଓ ପ୍ରଦର୍ଶନ ପାଇଁ ରୋମିତ ରାଜ୍ ସମସ୍ତଙ୍କ ହୃଦୟରେ ଜାଗା ବନେଇ ପାରିଥିଲେ । ଖାସ୍ କରି ଝିଅ ମାନେ ତାଙ୍କର ଦିୱାନା ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଝିଅ ଥିଲେ ଟୀନା କକ୍କଡ୍, ଯାହାଙ୍କୁ ସେ ପସନ୍ଦ କରିଥିଲେ । ୨ ବର୍ଷ ଡେଟ୍ କରିବା ପରେ ୨୦୧୦ ରେ ତାଙ୍କୁ ବିବାହ କରିଥିଲେ ରୋମିତ୍ । ଆଜି ତାଙ୍କର ଝିଅ ଟିଏ ମଧ୍ୟ ଅଛି ।

୪- ସଲମାନ୍ ୟୁସୁଫ

ଜିଟିଭି ରିୟଲିଟି ଶୋ ଡାନ୍ସ ଇଣ୍ଡିଆ ଡାନ୍ସ ର ବିଜେତା ହୋଇଥିବା ସଲମାନ୍ ୟୁସୁଫ ନିଜ ପ୍ରତିଭା ଯୋଗୁଁ ଘରେ ଘରେ ପରିଚିତ ହୋଇଥିଲେ ଓ ଅନେକ ପ୍ରଶଂସକ ହାସଲ କରିଥିଲେ । ସେଥିରୁ ଅନେକ ଝିଅ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଜଣଙ୍କର ସ୍ବପ୍ନ ସତ ହୋଇଥିଲା ତାଙ୍କ ହେଲା ନାମ ଫିଜା । ସେମାନେ ୨୦୧୩ ରେ ବିବାହ କରିଥିଲେ ।

୫- ରଣବିଜୟ ସିଂ

ଟିଭି ଅଭିନେତା ରଣବିଜୟ ସିଂ ମଧ୍ୟ ନିଜ ପ୍ରଶଂସକ ପ୍ରିୟଙ୍କା ବୋହରା ଙ୍କୁ ବିବାହ କରିଛନ୍ତି । ଏମାନଙ୍କର ସାକ୍ଷାତ ଜଣେ ସାଧାରଣ ବନ୍ଧୁଙ୍କ ଜରିଆରେ ହୋଇଥିଲା । ଦୁହେଁ ଦୁହିଁଙ୍କୁ ପସନ୍ଦ କରି ଡେଟ୍ କରୁଥିଲେ । ତାପରେ ଏମାନେ ୨୦୧୪ ରେ କେନିୟା ର ମୋମ୍ବାସା ରେ ଏକ ବିବାହ ସମାରୋହ ରେ ବିବାହ କରିଥିଲେ । ତାଙ୍କର ମଧ୍ୟ ଝିଅ ଟିଏ ଅଛି ।

୬- ରୋହିତ ଖୁରାନା

ଧାରାବାହିକ “ଉତ୍ତରଣ” ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତା ରୋହିତ ଖୁରାନା ନିଜ ପ୍ରଶଂସକ ନେହା ଖୁରାନା ଙ୍କୁ ଚୁପ୍ କି ବିବାହ କରି ନେଇଥିଲେ । “ଉତ୍ତରଣ” ର ସୁଟିଂ ସେଟ୍ ରେ ହିଁ ତାଙ୍କର ସାକ୍ଷାତ ହୋଇଥିଲା । ତାଙ୍କର ଝିଅ ହେଲା ପରେ ସେମାନେ ନିଜ ବିବାହ କଥା ଜଣାଇ ଥିଲେ ।

୭- କରଣ ବୀର୍ ଵୋହରା

ପ୍ରତିଭାଶାଳୀ ଅଭିନେତା କରଣ ବୀର୍ ଵୋହରା, ଅଭିନେତ୍ରୀ ଟିଯେ ସିଧୁ ଙ୍କୁ ବିବାହ କରିଛନ୍ତି । ସେ ତାଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ । ତାଙ୍କର ଦୁଇ ଯାଆଁଳା ଝିଅ ଅଛନ୍ତି ।

୮- ଅର୍ଜୁନ ବିଜଲାନି

ନାଗିନ ଧାରାବାହିକ ରୁ ଲୋକପ୍ରିୟ ହାସଲ କରିଥିବା ଅର୍ଜୁନ ବିଜଲାନି ନିଜ ପ୍ରଶଂସକ ନେହା ସ୍ବାମୀ ଙ୍କୁ ବିବାହ କରିଛନ୍ତି । ନେହା ତାଙ୍କୁ ଟିକେ ଦେଖିବା ପାଇଁ ସୁଟିଂ ଶେଷ ହେବା ପର୍ଯ୍ୟନ୍ତ ସେଟ୍ ବାହାରେ ଅପେକ୍ଷା କରୁଥିଲେ । ତାଙ୍କର ଏହି ଗୁଣ ଅର୍ଜୁନ ଙ୍କୁ ବହୁତ ପସନ୍ଦ ହୋଇଥିଲା ଓ ସେ ତାଙ୍କୁ ବିବାହ କରିଥିଲେ । ଏବେ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।