ବହୁତ ହିଁ ହ୍ୟାଣ୍ଡସମ ଲାଗନ୍ତି Varun Dhawan ଙ୍କ ଭାଇ, କୌଣସି Bollywood ହୀରୋ ଙ୍କ ଠାରୁ ନୁହଁନ୍ତି କମ

ବଲିଉଡର ସମସ୍ତ କଳାକାର ମାନଙ୍କୁ ଆପଣ ନିଶ୍ଚିତ ଭାବରେ ଅଳ୍ପ ବହୁତ ଜାଣିଥିବେ । ଏହି କଳାକାର ମାନଙ୍କ ମଧ୍ୟରେ ବରୁଣ ଧବନ ଅନ୍ୟତମ । ଏହି କଳାକାର ବରୁଣ ଧବନ ଅନକେ ଚର୍ଚା ସବୁ ଭାରତୀୟ ଯୁବକ ମାନେ କରିଥାନ୍ତି । ବରୁଣ ଧାବନଙ୍କ ପିତା ଡେଭିଡ ଧବନ ଜଣେ ପ୍ରସିଦ୍ଧ  ଫିଲ୍ମ ନିର୍ମାତା ଅଟନ୍ତି । ସେ ବହୁତ ନାମୀ ଦାମୀ ଫିଲ୍ମ କରିଛନ୍ତି । ବଡେ ମିଆଁ ଚୋଟେ ମିଆଁ ଫିଲ୍ମ , ମୁଝସେ ଶାଧି କରୋଗୀ , କୁଲି ନମ୍ବର 1 ଭଳି ଫେମସ ନିର୍ମାଣ କରି ବହୁତ ନାମ ଅର୍ଜନ କରିଛନ୍ତି ।

ବରୁଣ ଧବନଙ୍କ ସବୁଠାରୁ ଲୋକପ୍ରିୟ ଅଭିନୟ ବଦଲା ପୁର ଫିଲ୍ମରେ ରାଘବ ଚରିତ୍ରରେ ଦେଖିବାକୁ ମିଳିଥିଲା । ବରୁଣ ଧାବନଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ସେ ତାଙ୍କ ଜୀବନରେ ପ୍ରଥମ କରି ମାଇଁ ନେମ ଇଜ ଖାନ ଫିଲ୍ମରେ ସହାୟକ ନିର୍ଦେଶକ ଭାବରେ ଆରମ୍ଭ କରିଥିଲେ ।

ବରୁନ ଧବନଙ୍କର ପ୍ରଥମ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟରରେ ଏକ ଧନୀ ଘରର ପୁଅର ଅଭିନୟ କରିଥିଲେ । ଷ୍ଟୁଡେଣ୍ଟ ଅଫ ଦ ଇୟର ଫିଲ୍ମ ର ନିର୍ଦେଶକ କରନ ଜୋହାର ଥିଲେ । ଏହି ଫିଲ୍ମକୁ ବହୁତ ଲୋକ ପସନ୍ଦ କରିଥିଲେ । ଏହି ଫିଲ୍ମର ସଫଳତା ରେ ବରୁଣ ଧବନଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା ।

ମେ ତେରା ହିରୋ ଫିଲ୍ମ ପରେ ବରୁଣ ଧବନଙ୍କୁ ଧୀରେ ଧୀରେ ବହୁତ ଲୋକ ଆଦ୍ରୁତ କରିଥିଲେ । ବରୁଣ ଧବନଙ୍କୁ ବହୁତ ଯୁବକ ଓ ଯୁବତୀ ବହୁତ ପସନ୍ଦ କରୁଥିଲେ । ବରୁଣ ଧବନ ସଲମାନ ଖାନଙ୍କ କୋମେଡି ଫିଲ୍ମ ଜୁଡୁଆ 2 ରେ ବି କାମ କରିଥିଲେ । ଏହି ଫିଲ୍ମ ରେ ସଫଳ ଅଭିନୟ କରିଥିବାରୁ ସଲମାନ ଖାନ ବରୁଣ ଧବନଙ୍କୁ ଅଭିନନ୍ଦନ ଜଣାଇ ଥିଲେ ।

ଡେଭିଡ ଧବନଙ୍କ ବଡ ପୁଅ ଓ ବରୁଣ ଧବନଙ୍କ ବଡ ଭାଇ ରୋହିତ ଧାବନ ଏହି ଫିଲ୍ମ ଜଗତ ର ଲାଇମଲାଇଟରୁ ବହୁତ ଦୂରେଇ ରହନ୍ତି । ରୋହିତ ବହୁତ କମ ସମୟ ରେ ମିଡିଆ ସାମ୍ନା କୁ ଆସିଥାନ୍ତି । ସେ ନିଜ ଫିଲ୍ମର ପ୍ରୋମୋଶନରେ ବି ମିଡିଆ ସାମ୍ନା କୁ ଆସନ୍ତି ନାହିଁ ।

ରୋହିତ ଧବନ ଜଣେ ଫିଲ୍ମ ନିର୍ଦେଶକ ଅଟନ୍ତି । ୨୦୧୧ ରେ ଆସିଥିବା ଫିଲ୍ମ ଦେଶି ବଏଜ ର ନିର୍ଦେଶନା କରିଥିଲେ । ଏହି ଫିଲ୍ମରେ ଅକ୍ଷୟ କୁମାର ଓ ଜନ  ଇବରାହିମ ଅଭିନୟ କରିଥିଲେ ।  ଧିଷୁମ ଫିଲ୍ମର ନିର୍ଦେଶନା ମଧ୍ୟ ରୋହିତ କରିଥିଲେ । ରୋହିତ ନିଜ କ୍ୟାରିୟରରେ ସହାୟକ ନିର୍ଦେଶକ ଭାବରେ ଆରମ୍ଭ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।