ସ୍ଵାମୀ Raj Kundra ଙ୍କ ସାମ୍ନାରେ Shilpa Shetty ନିଜ Co-Actor ଙ୍କ ସହ କଲେ ଏମିତି କାମ, ସମସ୍ତେ ହେଇଗଲେ ଆଶ୍ଚର୍ଯ୍ୟ

କରୋନା ମହାମାରୀ କାରଣରୁ ଅନେକ ଫିଲ୍ମ ସିନେମା ହଲକୁ ଛାଡ଼ି ଓଟିଟି ପ୍ଲାଟଫର୍ମ ର ରାସ୍ତା ବାଛିଛନ୍ତି । ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ପ୍ରିୟଦର୍ଶନ ତାଙ୍କର ଆଗାମୀ ଫିଲ୍ମ ‘ହଙ୍ଗାମା-୨’ ମଧ୍ୟ ଏଥିରେ ସାମିଲ ଅଛି ।

ଏହି ଫିଲ୍ମକୁ ଦର୍ଶକ ମାନେ ଅନେକ ସମୟ ଧରି ଅପେକ୍ଷା କରିଥିଲେ, ଏବଂ ଏହା ମଧ୍ୟ ଖବର ଆସିଛି ଯେ ଚଳନ୍ତା ମାସ ଜୁଲାଇ ରେ ଡିସ୍ନି+ ହଟଷ୍ଟାର ରେ ରିଲିଜ ହେବାକୁ ଯାଉଛି ଏବଂ ଏହାର ରିଲିଜ ତାରିଖ ମଧ୍ୟ ସାମ୍ନାକୁ ଆସି ସାରିଛି । ‘ହଙ୍ଗାମା-୨’ ୨୦୦୩ ମସିହାରେ ରିଲିଜ ହୋଇଥିବା ‘ହଙ୍ଗାମା’ ର ସିକୁଏଲ ଅଟେ । ଏହି ଫିଲ୍ମର ଥିବା ସମସ୍ତ ଚରିତ୍ର ଏହାର ପ୍ରମୋସନରେ ଲାଗି ପଡିଲେଣି ।

ଏହାଦ୍ବାରା ସୋସିଆଲ ମିଡିଆରେ ଏହି ଭିଡ଼ିଓ ଟି ଖୁବ୍ ଭାଇରାଲ ହେଉଛି ଯେଉଁଥିପାଇଁ ଶିଲ୍ପା ସେଠୀଙ୍କ ପୁରା ପରିବାର ପହଞ୍ଚି ଥିଲେ ଏହାର ପ୍ରମୋସନ ପାଇଁ । ଏହି ଫିଲ୍ମର ପ୍ରମୋସନ ପାଇଁ ସେ ଅନେକ ପୋଜ ଦେଉଥିଲେ‌ ‌କିନ୍ତୁ ଯେତେବେଳେ ଶିଳ୍ପା ଟିକିଏ ଆଗକୁ ବଢିଲେ ସେ ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ହାତ ଛାଡ଼ିଦେଇ ସେ ତାଙ୍କ ସହ ଅଭିନେତାଙ୍କୁ ଯାଇ କୁଣ୍ଢାଇ ପକାଇଲେ ।

ଆପଣମାନେ ଏହି ଭିଡିଓ କୁ ଦେଖିଲେ ଜାଣି ପାରିବେ ଯେ ଅଭିନେତ୍ରୀ ଶିଳ୍ପା ସେଠୀ ଏହା ଦ୍ବାରା କିପରି ସ୍ବାମୀ ରାଜ୍ କୁନ୍ଦ୍ରାଙ୍କୁ ଦୂରେଇ ଦେଉଥିଲେ । ଏହାପରେ ଖବର କିଛି ଏମିତି ଆସିଲା ଯେ ଅଭିନେତ୍ରୀ ଜଣକ ଏଥିପାଇଁ ଦୂରେଇ ଦେଉଛନ୍ତି ଯାହାର କାରଣ ଭୁଲ୍ ବୁଝାମଣା । ଏହି ସମୟରେ ଶିଳ୍ପା ତାଙ୍କ ସହ ଅଭିନେତା ସହ ଗପିବାରେ ବହୁତ ବ୍ୟସ୍ତ ହୋଇଗଲେ ଯାହା ଫଳରେ ତାଙ୍କ ସ୍ବାମୀକୁ ଅପେକ୍ଷା କରିବାକୁ ପଡ଼ିଥିଲା । ଏହାପରେ ସମସ୍ତେ ତାଙ୍କୁ ଟ୍ରୋଲ କରିଥିଲେ, ଅନେକ ଭଲ ମନ୍ଦ କରି ସମସ୍ତେ କହିଥିଲେ ।

ଏହି କରୋନା ମହାମାରୀ ସମୟରେ ଯେଉଁ ଫିଲ୍ମ ଗୁଡିକ ଅଟକି ରହିଥିଲା ତାହା ସବୁ ରିଲିଜ କରି ଦିଆଯିବ ଏବଂ ହଙ୍ଗାମା -୨ ର ମଧ୍ୟ ରିଲିଜ ତାରିଖ ଧାର୍ଯ୍ୟ କରାଯାଇ ସାରିଛି‌ । ଏହି ଫିଲ୍ମକୁ ୧୬ ଜୁଲାଇ ରେ ରିଲିଜ କରାଯିବ । ଯଦି ଆମେ କଥାହେବା ଫିଲ୍ମ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ବିଷୟରେ, ସେ ଅନେକ ଦିନ ପରେ ପୁଣି ଫେରିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିକୁ । ତାଙ୍କ ଫେରିବାକୁ ନେଇ ଫ୍ୟାନ ମାନେ ବହୁତ ଖୁସି ଅଛନ୍ତି ।

ଏହି ଫିଲ୍ମ କଳାକାର ମାନଙ୍କ ବିଷୟରେ କଥା ହେଲେ ଏଥିରେ ଶିଳ୍ପା ସେଠୀ, ପରେଶ୍ ରାୱଲ, ମିଜାନ୍ ଜାଫ୍ରି ଏବଂ ପ୍ରଣିତା ସୁବାସ ମୁଖ୍ୟ ଭୂମିକାରେ ନଜର ଆସିବେ । କୁହାଯାଉଛି ଯେ ଅକ୍ଷୟ ଖାନ୍ନା ମଧ୍ୟ ଏଥିରେ ଅତିଥି ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କର ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ ଏଥି ସହିତ ଅନେକ ହାସ୍ୟ କଳାକାର ଜନିତ ଲିବର୍, ରାଜପାଲ୍ ଯାଦବ, ଆଶୁତୋଷ ରାଣା ଏବଂ ଆହୁରି ଅନେକ ଚରିତ୍ର ଦେଖିବାକୁ ମିଳିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।