ବଲିଉଡର ଅନେକ ତରକାଙ୍କର କ୍ୟାରିୟର ବର୍ବାଦ କରିଛନ୍ତି ସଲମାନ ଖାନ ? ଐଶ୍ଵର୍ଯ୍ୟାଙ୍କର ତ କରିଦେଇଥିଲେ ଏମିତି ଅବସ୍ଥା

ବଲିଉଡର ଦବଙ୍ଗ ବା ସଲମାନ ଖାନ ପ୍ରସଶଙ୍କ ମାନଙ୍କ ମନରେ ରହିଥାନ୍ତି କିନ୍ତୁ ଆଜିକାଲି ସେ ଲୋକମାନଙ୍କର ରାଗର ସାମନା କରୁଛନ୍ତି । ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ସଲମାନ ଖାନଙ୍କ ଉପରେ ପ୍ରଶଂସକଙ୍କ କ୍ରୋଧ ବଢିଯାଇଛି । ସଲମାନଙ୍କ ଉପରେ ଅଭିଯୋଗ ଲଗାଯାଉଛି କି ସେ ସୁଶାନ୍ତଙ୍କ କ୍ୟାରିୟର ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଏଥିପାଇଁ ସୁଶାନ୍ତ ଡିପ୍ରେସନକୁ ଚାଲିଯାଇ ଥିଲେ ଏବଂ ସେ ଆତ୍ମହତ୍ୟା କରିଛନ୍ତି । ବିହାରରେ ସଲମାନଙ୍କ ପୋଷ୍ଟର ମଧ୍ୟ ଜଳେଇ ଦିଆଯାଇଛି । ସୁଶାନ୍ତଙ୍କ ପୂର୍ବରୁ ଅନ୍ୟ କଳାକାରଙ୍କ କ୍ୟାରିୟରକୁ ନଷ୍ଟ କରିବାର ଅଭିଯୋଗ ମଧ୍ୟ ଲଗାଯାଇଛି ଆସନ୍ତୁ ଜାଣିବା ସେହି ଷ୍ଟାରଙ୍କ ବିଷୟରେ ।

ବିବେକ ଓବରାୟ

ଏହି ତାଲିକାରେ ବିବେକଙ୍କ ନାମ ସବୁଠାରୁ ପ୍ରଥମେ ଆସିଥାଏ କାରଣ ସେ ଖୋଲାଖୋଲି ଭାବେ ସଲମାନଙ୍କ ଗୁଣ୍ଡାଗର୍ଦିକୁ ଲୋକଙ୍କ ସାମନାରେ କହିଥିଲେ । ସେ ଏକ ସାକ୍ଷାତକାରରେ କହିଛନ୍ତି ସଲମାନ ଖାନ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏହା ସହିତ ସେ କହିଛନ୍ତି କି ସଲମାନ ତାଙ୍କ ଠାରୁ ଖରାପ ଭାବରେ କଥା ହୁଅନ୍ତି । ଏହି ଖବର ପରେ ହିଁ ବିବେକ ଓବରାୟଙ୍କ କ୍ୟାରିୟର ବୁଡିଗଲା ଏବଂ ତାଙ୍କ ଠାରୁ ଅନେକ ଚଳଚିତ୍ର ନିଆଯାଇ ଥିଲା ।

ଐଶ୍ଵର୍ଯ୍ୟ। ରାୟ ବଚନ

ସଲମାନଙ୍କ ସହିତ ବ୍ରେକଅପ ପରେ ଐଶ୍ଵର୍ଯ୍ୟଙ୍କ ଜୀବନ ମଧ୍ୟ ବହୁତ କଷ୍ଟରେ ଭରିଯାଇ ଥିଲା । ଉଭୟଙ୍କ ବ୍ରେକଅପ ବହୁତ ଖରାପ ଭାବରେ ଶେଷ ହୋଇଥିଲା । ଏକ ସାକ୍ଷାତକାରରେ ସେ ସଲମାନ ଖାନଙ୍କ ଉପରେ ଅଭିଯୋଗ ଲଗାଇଥିଲେ କି ସେ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବା ପାଇଁ ଚାହୁଁଛନ୍ତି । ସାହାରୁଖ ଖାନଙ୍କ ଫିଲ୍ମ ଚଲତେ ଚଲତେ ରୁ ସଲମାନଙ୍କ କାରଣରୁ ତାଙ୍କୁ ବାହାରିବା ପାଇଁ ପଡିଥିଲା । ଏଥିପାଇଁ ସେ ନିଜକୁ ସଲମାନଙ୍କ ଠାରୁ ଦୂରେଇ ଦେଇଥିଲେ ।

ଜନ ଆବ୍ରାହମ

ଜାନ ଆବ୍ରାହମ ମଧ୍ୟ ସଲମାନଙ୍କ ସହିତ ପଙ୍ଗା ନେଇସାରିଛନ୍ତି । ଏକ ଡ୍ୟାନ୍ସ ଟୁର ସମୟରେ ସଲମାନ ଏବଂ ଜାନଙ୍କ ମଧ୍ୟରେ ଫିସକୁ ନେଇ ବିବାଦ ହୋଇଥିଲା । ଏହାପରେ ସେ ସଲମାନଙ୍କ ଉପରେ ଅଭିଯୋଗ ଲଗାଇଥିଲେ କି ସେ ଷ୍ଟାର ପାୱାରର ଭୁଲ ବ୍ୟବହାର କରୁଛନ୍ତି । ଏହାପରେ ସେ କହିଥିଲେ କି ତାଙ୍କୁ କେତେକ ଫିଲ୍ମରୁ ବାହାର କରିଦିଆ ଯାଇଥିଲା । ଏହି କାରଣ ପାଇଁ ଜନ ନିଜର ପ୍ରଡ଼କ୍ସନ ହାଉସ ଖୋଲିଥିଲେ ।

ହ୍ରୀତିକ ରୋଶନ

ହ୍ରୀତିକ ଏବଂ ସଲମାନ ଏକା ସହିତ କୌଣସି ଫିଲ୍ମ କରି ନାହାଁନ୍ତି କିନ୍ତୁ ସଲମାନ ହ୍ରୀତିକଙ୍କୁ ଥଟା କରିବା ପାଇଁ ପଛାଉ ନଥିଲେ । ଗୁଜାରିଶ ଫିଲ୍ମ ସମୟରେ ସଲମାନ ହ୍ରୀତିକଙ୍କୁ ନେଇ ବହୁତ ଖରାପ ଥଟା କରିଥିଲେ । ଏଥିପାଇଁ ହ୍ରୀତିକ ଏବଂ ସଞ୍ଜୟ ଉଭୟ ସଲମାନଙ୍କ ଉପରେ ରାଗିଯାଇ ଥିଲେ । କିନ୍ତୁ ସଲମାନ ଖାନ ତାଙ୍କର କିଛି କ୍ଷତି କରିପାରି ନଥିଲେ ।

ଅରିଜିତ ସିଂହ

ଅରିଜିତ ମଧ୍ୟ ସଲମାନଙ୍କ ସହିତ ପଙ୍ଗା ନେଇଥିଲେ । ଗିଲ୍ଡ ଆୱାର୍ଡ ସମୟରେ ସଲମାନ ଅରିଜିତ ସିଂହଙ୍କର ଥଟା କରିଥିଲେ । ଅରିଜିତ ମଧ୍ୟ ତାଙ୍କ ଉପରେ କିଛି ଟିପଣି କରିଛନ୍ତି । ସଲମାନ ଏହାକୁ ସହି ନପାରି ସେ ନିଜ ଫିଲ୍ମରୁ ଅରିଜିତଙ୍କର ସବୁ ଗୀତ କାଢିଦେଇ ଥିଲେ । ଅରିଜିତ ନିଜକୁ ଏତେ ପ୍ରତିଷ୍ଠିତ କରିଛନ୍ତି କି ସଲମାନ ଖାନ ତାଙ୍କ କ୍ୟାରିୟରକୁ ନଷ୍ଟ କରି ପାରିଲେ ନାହିଁ ।

ସାହିଲ ଖାନ

‘ଷ୍ଟାଇଲ’ ଏବଂ ‘ଏକ୍ସକ୍ୟୁଜ ମି’ ଭଳି ଫିଲ୍ମରେ କାମ କରିଥିବା ସାହିଲ ଖାନ ମଧ୍ୟ ଦୁଇଟି ଫିଲ୍ମ ପରେ ଅଦୃଶ୍ୟ ହୋଇଗଲେ । ସେ ସଲମାନଙ୍କ ନାମ ନେଇ ନାହାଁନ୍ତି କିନ୍ତୁ ସେ କହିଛନ୍ତି କି ବଡ ଖାନ ତାଙ୍କ କ୍ୟାରିୟରକୁ ନଷ୍ଟ କରିଥିଲେ । ତାଙ୍କର ଇସାରା ସଲମାନ ଖାନଙ୍କ ପ୍ରତି ଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।