ପରିବାରର ଇଚ୍ଛା ବିରୁଦ୍ଧରେ ହିରୋଇନଙ୍କ ସହ କରିଥିଲେ ବିବାହ, ଏହି କାରଣରୁ ସ୍ତ୍ରୀଙ୍କ ଠାରୁ ୧୯ବର୍ଷ ପାଇଁ ରହିଥିଲେ ଦୂରରେ

ବଲିଉଡ ଜଗତର ଜଣାଶୁଣା ଅଭିନେତା ହେଉଛନ୍ତି ରଣଧୀର କପୁର । ସେ ବହୁତ ଫିଲ୍ମରେ କାମ କରିଛନ୍ତି ଏବଂ ସେଥିରେ ସେ ସଫଳତା ମଧ୍ୟ ହାସଲ କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ସେ ତାଙ୍କ ବାପା ଙ୍କ ଫିଲ୍ମରେ ମଧ୍ୟ ଶିଶୁ କଳାକାର ଭାବେ କାମ କରିଛନ୍ତି । ସେ ନିଜର ସଫଳତା ପାଇଁ ଯେତେ ଚର୍ଚାରେ ଅଛନ୍ତି ତା ଠାରୁ ଅଧିକ ଚର୍ଚାରେ ଅଛନ୍ତି ନିଜର ବ୍ୟକ୍ତିଗତ ଜୀବନକୁ ନେଇ । ତାହେଲେ ଆସନ୍ତୁ ଜାଣିବା ରଣଧୀର ଏବଂ ବବିତାଙ୍କ ଲଭ ଷ୍ଟୋରି ବିଷୟରେ ।

ରଣଧୀର କପୁର ଏବଂ ବବିତ ଙ୍କର ପ୍ରଥମ ଦେଖା ଫିଲ୍ମ ‘ସଂଗମ’ ସେଟ ରେ ହିଁ ହୋଇଥିଲା ଏବଂ ଦୁହେଁ ଦୁହିଁଙ୍କୁ ମଧ୍ୟ ଭଲପାଇ ବସିଲେ । ଧୀରେ ଧୀରେ ସମୟ ସହିତ ସେମାନେ ବହୁତ ନିକଟତର ମଧ୍ୟ ହେଲେ । ବବିତା ରଣଧୀର କପୁର ଙ୍କ ଘରକୁ ଯିବା ପାଇଁ ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇଯାଇଥିଲେ କିନ୍ତୁ ସେହି ସମୟରେ ରଣଧୀର କପୁରଙ୍କ ପରିବାରକୁ ତାଙ୍କ ବୋହୁ ଜଣେ ଅଭିନେତ୍ରୀ ହେବା ପସନ୍ଦ ନଥିଲା । ଯେଉଁ କାରଣ ପାଇଁ ବବିତା ଙ୍କୁ ନିଜ କ୍ୟାରିୟର ଠାରୁ ଦୂରେଇ ଯିବା ପାଇଁ ପଡିଥିଲା ଏବଂ ୧୯୭୩ ମସିହା ପରେ ସେ କେବେ ହେଲେ ବି ଦିତୀୟ ଥର ପାଇଁ ପରଦାରେ ଦେଖିବାକୁ ମିଳିନାହାଁନ୍ତି ।

ରଣଧୀର ଏବଂ ବବିତାଙ୍କ ବିବାହ ୧୯୭୧ ମସିହା ନଭେମ୍ବର ୬ ତାରିଖରେ ହୋଇଥିଲା ଏବଂ ଏହି ବିବାହ ସମ୍ପୂର୍ଣ ଭାବେ ପଞ୍ଜାବୀ ରୀତି ନୀତି ରେ ହୋଇଥିଲା । ବିବାହ ପରେ ବବିତା କରିସ୍ମା କପୁର ଏବଂ କରିନା କପୁରଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ ସବୁଠାରୁ ଦୁଖଃର କଥା ଏହାକି ଅଧିକ ଦିନ ପର୍ଯ୍ୟନ୍ତ ଏହି ବିବାହ ରହିଲା ନାହିଁ ।

ସେ ଦୁଇଜଣ ଅଲଗା ହୋଗଲେ କିନ୍ତୁ ସେମାନେ ଛାଡପତ୍ର ଦେଇନଥିଲେ ଏବଂ କିଛି ବର୍ଷ ପରେ ସେମାନଙ୍କ ସମ୍ପର୍କ ପୁଣିଥରେ ଠିକ ହୋଇଗଲା । ରଣଧୀର ଙ୍କୁ ଏହି ବିଷୟରେ ପଚାରା ଯିବାରୁ ସେ କହିଥିଲେ ଆମେ କଣ ପାଇଁ ଛଡାପତ୍ର କଣ ପାଇଁ ନେବୁ ନା ମୁଁ ଦିତୀୟ ବିବାହ କରିବାକୁ ଚାହୁଁଛି ନା ସେ ଚାହୁଁଛନ୍ତି । ଖାଲି ସେ ମୋ ହିସାବରେ ରହିବା ପାଇଁ ପସନ୍ଦ କରୁ ନାହାଁନ୍ତି ଏବଂ ମୁଁ ତାଙ୍କ ହିସାବରେ କିନ୍ତୁ ସେ ମୋର ଦୁଇ ଝିଅ ଙ୍କର ଠିକ ଭାବରେ ପାଳନ କରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।