ରାମାୟଣର ଲକ୍ଷ୍ମଣଙ୍କ ରୁମରେ ପଶିଥିଲେ ଶେଷନାଗ, ଶୁଣାଇଲେ ଶୁଟିଙ୍ଗର ଅଦ୍ଭୁତ କାହାଣୀ

କିଛି ଦିନ ପୂର୍ବେ ହିଁ ସିରିୟଲ ରାମାୟଣ ଦୂରଦର୍ଶନରେ ପୁନଃ ପ୍ରସାରଣ ହୋଇଥିଲା ଓ ଏହାକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ବହୁତ କ୍ରେଜ ମଧ୍ୟ ଥିଲା । ଏହା ସହିତ ରାମ, ଲକ୍ଷ୍ମଣ ଓ ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାର ମାନେ ଥିବା ବହୁତ ଚର୍ଚାରେ ରହିଥିଲେ । ଏହି ସମୟରେ ଅରୁଣ ଗୋବିଲ ଯିଏ କି ରାମାୟଣରେ ରାମର ଭୂମିକାରେ ଥିଲେ ଓ ସୁନୀଲ ଲେହରି ଯିଏକି ଲକ୍ଷ୍ମଣଙ୍କ ଭୂମିକାରେ ଥିଲେ ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ଫ୍ୟାନମାନଙ୍କ ସହିତ ରାମାୟଣର ଶୁଟିଙ୍ଗ ସମୟକୁ ମନେ ପକାଇ କଥାବାର୍ତ୍ତା ବି କରୁଥିଲେ ।

ଅରୁଣ ଗୋବିଲ ଓ ସୁନୀଲ ଲେହରି ନିଜର ଫ୍ୟାନମାନଙ୍କୁ ରାମାୟଣ ସେଟର କିଛି ଅଜଣା କଥା ସମସ୍ତଙ୍କ ସହିତ ଶେୟାର କରୁଛନ୍ତି । ଅନ୍ୟ ପଟେ ଫ୍ୟାନମାନଙ୍କୁ ବି ଏହି କାହାଣୀ ଶୁଣି ବହୁତ ଭଲ ଲାଗୁଛି । କିନ୍ତୁ ବର୍ତ୍ତମାନ ହିଁ କିଛି ଦିନ ତଳେ ସୁନୀଲ ଲେହରି ରାମାୟଣ ସେଟ ସହ ଜଡିତ ଏକ ଏମିତି ଅଜଣା କଥା କହିଲେ ଯାହା ବିଷୟରେ ଜାଣିବା ପରେ ତାଙ୍କର ଫ୍ୟାନମାନେ ଡରି ଗଲେ ।

ସୁନୀଲ ଲେହରି କହିଥିଲେ କି ଥରେ ସେ ରାମାୟଣର ସେଟରେ ଏକ କୋବ୍ରା ସାପକୁ ଦେଖିଥିଲେ । ଏହି କୋବ୍ରା ସାପ ସେଟର ଅନ୍ୟ କୌଣସି ସ୍ଥାନରେ ନୁହେଁ ଅଥବା ସେଟରେ ଥିବା ସୁନୀଲ ଲେହରିଙ୍କ ଡ୍ରେସିଙ୍ଗ ରୁମରେ ହିଁ ମିଳିଥିଲା । ମିଡିଆ ସହ କଥାବାର୍ତ୍ତା କରି ସୁନୀଲ ଲେହରି କହିଲେ କି, କୁହାଯାଏ କି ଲକ୍ଷ୍ମଣ ଶେଷନାଗଙ୍କ ଅବତାର ଅଟନ୍ତି ଓ ଆପଣ ବିଶ୍ଵାସ କରିବେ ନାହିଁ କି ମୋ ବାଥରୁମରେ ଏକ ବହୁତ ବଡ ସାପ ଦେଖା ଯାଇଥିଲା ।

ସେ ଛୋଟ ନ ଥିଲା ଅଥବା ସେ ୮ ଫୁଟ ବଡ ସାପ ଥିଲା । ମୁଁ ରୁମର ଛାତ ଉପରେ କିଛି ଚମକୁ ଥିବା ଜିନିଷ ଦେଖିଲି, କାରଣ ଷ୍ଟୂଡିଓ ପୁରୁଣା ଥିଲା ତ ସେଠି କିଛି ଜିନିଷ ବି ଥିଲା । ଏହା ପରେ ଯେତେବେଳେ ମୁଁ ବାଥରୁମ ଗଲି ତେବେ ସେଠି ମୁଁ କିଛି ଚମକୁଥିବା ଜିନିଷ ଦେଖିଲି । ଏହା ପରେ ମୁଁ ସେଟରେ କାମ କରୁଥିବା କିଛି ଲୋକମାନଙ୍କୁ ଡାକି ସେମାନଙ୍କୁ ବି ଦେଖାଇଲି ।

ଯେତେବେଳେ ଅନ୍ୟ ଲୋକମାନେ ତାକୁ ଦେଖିଲେ ତେବେ ସେମାନେ ମୋତେ କହିଲେ କି ଉପରେ ସାପ ଅଛି ଓ ଯେତେବେଳେ ମୋତେ ଏହି କଥା ଉପରେ ବିଶ୍ଵାସ ହେଲା ନାହିଁ ତେବେ ସେମାନେ ଏକ ବାଡିରେ କପଡାରେ ନିଆଁ ଲଗାଇ ଉପରକୁ ଦେଖାଇଲେ ତେବେ ଗରମ କାରଣରୁ ସାପଟି ତଳକୁ ପଡିଗଲା ଓ ତାହା ସତରେ ବହୁତ ବଡ ସାପ ଥିଲା । ଏହା ପରେ କର୍ମଚାରୀମାନେ ମୋତେ କହିଲେ କି ସେ କୋବ୍ରା ଥିଲା ।

ଲୋକମାନେ ପରେ ମୋତେ ଏହା କହିଲେ କି ବର୍ତ୍ତମାନ ଲକ୍ଷ୍ମଣଙ୍କ ଘରୁ ସାପ ମିଳିବ ନାହିଁ ତ କେଉଁଠୁ ମିଳିବ । କହିବାକୁ ଗଲେ ଫ୍ୟାନମାନଙ୍କୁ ଏହି କାହାଣୀ ବହୁତ ଭଲ ଲାଗିଛି । କାରଣ ଲକ୍ଷ୍ମଣଙ୍କୁ ବିଷ୍ଣୁଙ୍କ ଶେଷନାଗର ଅବତାର କୁହାଯାଏ । ଏମିତିରେ କୋବ୍ରା ସାପ ଲକ୍ଷ୍ମଣଙ୍କ ଘରକୁ ଆସିବା ଏକ ଆଶ୍ଚର୍ଯ୍ୟ କର କଥା ଅଟେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।