କାହିଁକି ସନି ଦେଓଲ ନିଜ ଭଉଣୀଙ୍କୁ କରନ୍ତି ଘୃଣା? ଜାଣିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସନି ଦେଓଲ କେଉଁ କାରଣରୁ ନିଜ ଭଉଣୀ ଙ୍କୁ ଘୃଣା କରନ୍ତି । ବନ୍ଧୁଗଣ ଆପଣ ମାନେ ତ ସନି ଦେଓଲ ଙ୍କୁ ଜାଣିଥିବେ । ତାଙ୍କୁ କିଏ ବା ନ ଜାଣିଛି । ନିଜର ଅଭିନୟ ଏବଂ ଡାଇଲଗ ଦ୍ଵାରା ସେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସନି ଦେଓଲ ତଥା ଅଜୟ ସିଂ ଦେଓଲ ଙ୍କ ଜନ୍ମ ୧୯୫୬ ମସିହାରେ ହୋଇଥିଲା । ସମସ୍ତେ ତାଙ୍କୁ ସନି ଦେଓଲ ନାଁ ରେ ଜାଣିଛନ୍ତି ।

ସେ ଜଣେ ଭାରତୀୟ ଫିଲ୍ମ ଅଭିନେତା, ନିର୍ଦେଶକ ଏବଂ ରାଜନେତା ଅଟନ୍ତି । ସନି ପଞ୍ଜାବୀ ପରିବାର ରେ ଜନ୍ମ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସେ ପଞ୍ଜାବ ର ଗୁରୁଦାସପୁର ର ଲୋକସଂସଦ ର ସଦସ୍ୟ ଅଟନ୍ତି । ନିଜର ୩୫ ବର୍ଷ ବଲିଉଡ ଇଣ୍ଡଷ୍ଟ୍ରୀ କୁ ଦେଇଛନ୍ତି ।

ଏହି ୩୫ ବର୍ଷ ର କ୍ୟାରିଅର ରେ ସେ ୧୦୦ଟି ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ୨ଟି ରାଷ୍ଟ୍ରୀୟ ପୁରସ୍କାର ଏବଂ ୨ଟି ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ କରିଛନ୍ତି । ଏହି ଅଭିନେତା ଜଣକ ‘ଦାମିନୀ’, ‘ଘାତକ’ ଏବଂ ‘ଗଦ୍ଦର’ ଭଳି ଅନେକ ସୁପରହିଟ ଫିଲ୍ମ ବଲିଉଡ ଇଣ୍ଡଷ୍ଟ୍ରୀ କୁ ପ୍ରଦାନ କରିଛନ୍ତି । ବନ୍ଧୁଗଣ ଶୁଣିବାକୁ ମିଳେ ଯେ ଏହି ଅଭିନେତା ନିଜର ଭଉଣୀ ଙ୍କୁ ବହୁତ ଘୃଣା କରନ୍ତି । ଆଜି ଆମେ ଏହାର ରହସ୍ୟ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ।

ତେବେ ଅଭିନେତା ସନି ଦେଓଲ କେଉଁ କାରଣରୁ ନିଜ ଭଉଣୀ ଙ୍କୁ ଘୃଣା କରନ୍ତି ଆସନ୍ତୁ ବିସ୍ତାର ରୁପରେ ଜାଣିବା । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଅଭିନେତା ସନି ଦେଓଲ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ଧର୍ମେନ୍ଦ୍ର’ ଙ୍କ ପୁତ୍ର ଅଟନ୍ତି । ଧର୍ମେନ୍ଦ୍ର ନିଜର ପ୍ରଥମ ପତ୍ନୀ ଅର୍ଥାତ ସନି ଦେଓଲ ଙ୍କ ମାଆ ଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ପରେ ୧୯୮୯ ମସିହାରେ ଅଭିନେତ୍ରୀ ‘ହେମା ମାଲିନୀ’ ଙ୍କୁ ବିବାହ କରିଥିଲେ । ଏହାପରେ ଧର୍ମେନ୍ଦ୍ର ଏବଂ ହେମା ମାଲିନୀ ଙ୍କ ଦୁଇ ଝିଅ ମଧ୍ୟ ହୋଇଥିଲେ ।

ଇଷା ଦେଓଲ ଏବଂ ଆହାନା ଦେଓଲ । ବନ୍ଧୁଗଣ ସନି ଦେଓଲ ନିଜ ଭଉଣୀ ମାନଙ୍କ ସହିତ ବହୁତ ଆଗରୁ ହିଁ ନିଜର ସମ୍ପର୍କ ଭାଙ୍ଗି ଦେଇଥିଲେ । କାରଣ ନିଜ ପିତା ଙ୍କ ଦ୍ଵିତୀୟ ବିବାହ କୁ ସେ ଆଦୋୖ ପସନ୍ଦ କରି ନଥିଲେ । ଏହି କାରଣ ରୁ ସେ ହେମା ମାଲିନୀ ଏବଂ ତାଙ୍କ ଦୁଇ ଝିଅ ଙ୍କ ସହ କୌଣସି ସମ୍ପର୍କ ରଖି ନାହାନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସନି ଦେଓଲ ଏବଂ ବବି ଦେଓଲ ଉଭୟ ଅଭିନେତ୍ରୀ ହେମା ମାଲିନୀ ଙ୍କୁ ନିଜ ମାଆ ରୂପରେ ସ୍ୱୀକାର କରି ନାହାନ୍ତି । ଏହି କାରଣରୁ ସନି ଦେଓଲ ନିଜର ଭଉଣୀ ଙ୍କୁ ଘୃଣା କରନ୍ତି ଏବଂ କୌଣସି ସମ୍ପର୍କ ରଖିବାକୁ ଚାହାଁନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।