ଯେତେବେଳେ Sunny Deol ନିଜ ପିତାଙ୍କ ସାଙ୍ଗର ସ୍ତ୍ରୀଙ୍କୁ ହିଁ ଦେଇ ବସିଥିଲେ ହୃଦୟ, ଆଉ ତା’ ପରେ ହେଲା କିଛି ଏମିତି…

ବଲିଉଡ ସୁପରଷ୍ଟାର ତଥା ‘କାକା’ ନାମରେ ଜଣାଶୁଣା ରାଜେଶ ଖାନ୍ନାଙ୍କ ଏପରି ଜଲୱା ଥିଲା ଯେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମାନେ ତାଙ୍କ ଘର ବାହାରେ ଲାଇନ ଲଗାଇ ଠିଆ ହେଉଥିଲେ।

ସେହି ଯୁଗର ପ୍ରତ୍ୟେକ ଫିଲ୍ମ ନିର୍ମାତା ଜାଣିଥିଲେ ଯେ ରାଜେଶଙ୍କ ଉପରେ ଟଙ୍କା ଲଗାଇବା ଅର୍ଥ ମାଲାମାଲ ହେବା । ଏକ ସମୟରେ ଏପରି ମଧ୍ୟ କୁହାଯାଉ ଥିଲା କି, ‘ଉପରେ ଆକା, ତଳେ କାକା’ । ଏପରି ଖ୍ୟାତି ଭଲା କାହା ଭାଗ୍ୟରେ ଥାଏ ? କିନ୍ତୁ ଲକ୍ଷ୍ମୀଙ୍କୁ ଯେପରି ଚଞ୍ଚଳା କୁହାଯାଏ, ସେହିପରି ଖ୍ଯାତି ମଧ୍ୟ ଜଣଙ୍କର ହୋଇ ରୁହେ ନାହିଁ ।

ଖାସ କରି ବଲିଉଡରେ ଏମିତି ସମୟ ଆସେ ଯେତେବେଳେ ନୂଆ ହିରୋ ପୁରୁଣାଙ୍କ ଜାଗା ନେଇ ଯାଆନ୍ତି । ରାଜେଶ ଖାନ୍ନାଙ୍କ ସହ ମଧ୍ୟ କିଛି ଏପରି ଘଟିଥିଲା । କିନ୍ତୁ ଆଜି ଆମେ କିଛି ଅନ୍ୟ ବିଷୟ ଉପରେ ଚର୍ଚ୍ଚା କରିବା । ରାଜେଶ ଖାନ୍ନା ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବନ୍ଧୁ ବନେଇ ଥିଲେ ।

ତାଙ୍କ ପ୍ରିୟ ବନ୍ଧୁଙ୍କ ତାଲିକାରେ ସନ୍ନି ଦେଓଲଙ୍କ ପିତା ଧର୍ମେନ୍ଦ୍ରଙ୍କ ନାମ ମଧ୍ୟ ସାମିଲ ଥିଲା । ରାଜେଶ ଖାନ୍ନା ଓ ଧର୍ମେନ୍ଦ୍ର ଅନେକ ଫିଲ୍ମରେ ଏକାଠି କାମ କରିଥିଲେ । ଉଭୟ ଅଭିନେତା ସେମାନଙ୍କ ପ୍ରଦର୍ଶନରେ କୋଟି କୋଟି ପ୍ରଶଂସକ ସୃଷ୍ଟି କରିଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଯେ ଉଭୟ ରାଜେଶ ଖାନ୍ନା ଓ ଧର୍ମେନ୍ଦ୍ର ପଞ୍ଜାବର ଅଟନ୍ତି । ପଞ୍ଜାବୀ ହୋଇଥିବାରୁ ଦୁଇ ଅଭିନେତା ବହୁତ ଭଲ ବନ୍ଧୁ ହୋଇ ଯାଇଥିଲେ ।

ଦୁହେଁ ଏକାଠି ମଦ୍ୟପାନ କରିବାକୁ ବହୁତ ଭଲ ପାଉଥିଲେ । ପ୍ରାୟତଃ ଫିଲ୍ମ ପାର୍ଟି ମାନଙ୍କରେ ଦୁହିଁଙ୍କୁ ଚିୟରସ୍ କରିବାର ଦେଖିବାକୁ ମିଳୁଥିଲା । କହି ରଖୁଛୁ ଯେ, ରାଜେଶ ଖାନ୍ନା ଡିମ୍ପଲ କପାଡିଆଙ୍କୁ ବିବାହ କରିଥିଲେ। ଡିମ୍ପଲ କପାଡିଆ ତାଙ୍କଠାରୁ ୧୬ ବର୍ଷ ସାନ ଥିଲେ ଓ ଉଭୟଙ୍କର ଦୁଇଟି ଝିଅ ଅଛନ୍ତି । ବିବାହର ପ୍ରାୟ ୧୦ ବର୍ଷ ପରେ ଡିମ୍ପଲ କପାଡିଆ ରାଜେଶ ଖାନ୍ନାଙ୍କ ଘର ଛାଡି ଚାଲି ଯାଇଥିଲେ ।

ସେ ଟିନା ମୁନିମଙ୍କ ସହ ତାଙ୍କ ସ୍ୱାମୀଙ୍କ ଆଫେୟାର ଯୋଗୁଁ ଖୁବ ଖଫା ହୋଇ ଯାଇଥିଲେ। ରାଜେଶ ଖାନ୍ନାଙ୍କ ଠାରୁ ଅଲଗା ହେବା ପରେ ଡିମ୍ପଲଙ୍କ ନାମ ତାଙ୍କ ବନ୍ଧୁ ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲଙ୍କ ସହ ଯୋଡି ହୋଇଥିଲା। ଦୁହିଁଙ୍କ ଅନସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନ୍ ରୋମାନ୍ସର ଖବରରେ ସେହି ସମୟର ଖବରକାଗଜ ଏବଂ ପତ୍ରିକାରେ ପରିପୂର୍ଣ୍ଣ ରହୁଥିଲା |

ଆଜି ମଧ୍ୟ ସେମାନେ ବହୁତ ଭଲ ବନ୍ଧୁ ଅଟନ୍ତି । ଉଭୟଙ୍କ ମଧ୍ୟରେ ଏକ ବିଶେଷ କଥା ହେଉଛି ଯେ ଡିମ୍ପଲ କପାଡିଆଙ୍କ ଯୋଗୁଁ ସନ୍ନି ଦେଓଲ ପ୍ରଥମ ଥର ପାଇଁ ତାଙ୍କ ସାବତ ମା ହେମା ମାଳିନୀଙ୍କ ସହ କଥା ହୋଇଥିଲେ । କହି ରଖୁଛୁ କି, ହେମା ମାଳିନୀ ସନ୍ନି ଦେଓଲଙ୍କ ଠାରୁ ମାତ୍ର ୮ ବର୍ଷ ବଡ ଅଟନ୍ତି । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।