ଫିଲ୍ମରେ ଆସିବା ପୂର୍ବରୁ ବହୁତ ମୋଟି ଥିଲେ Bollywood ର ଏହି ହିରୋଇନମାନେ, 4 ନମ୍ବର ହିରୋଇନଙ୍କ ଓଜନ ଥିଲା 90 କିଲୋ

ବଲିଉଡରେ ଅନେକ ଅଭିନେତ୍ରୀ ମାନେ ନିଜର ମେହନତ ପାଇଁ ବର୍ତ୍ତମାନ ଆଗରେ ଅଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ରହିବା ପାଇଁ ଅଭିନେତ୍ରୀ ମାନଙ୍କୁ ତାଙ୍କର ଶରୀର ଉପରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଖିବାକୁ ଯାଉଛୁ ଯେଉଁ ମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ପୂର୍ବରୁ ବହୁତ ମୋଟି ଥିଲେ । କିନ୍ତୁ ପରେ ଏମାନେ ନିଜ ଓଜନ କମାଇ ବଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏହି ଅଭିନେତ୍ରୀ ମାନେ ନିଜର ଓଜନ କମାଇବା ପାଇଁ ଅଧିକ ପରିଶ୍ରମ କରିଛନ୍ତି । ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନେ କିଏ ଅଟନ୍ତି ।

ପରିଣିତା ଚୋପଡା – ପରିଣିତା ଚୋପଡା ନିଜର ସୁନ୍ଦରତା ପାଇଁ ଆଜି ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ବଲିଉଡରେ ପାଦ ଦେବା ପୂର୍ବରୁ ତାଙ୍କର ଓଜନ ୮୬ କିଲୋ ଥିଲା । ଏହା ଜାଣି ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ସତ ବୋଲି ପରିଣିତା ଏକ ଇଣ୍ଟରବିୟୁରେ କହିଥିଲେ । ଫିଲ୍ମକୁ ଆସିବା ପରେ ସେ ଜିମ ଯାଇ ଓ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେଇ ୨୮ କିଲୋ ଓଜନ କମିଛନ୍ତି ।

ଆଲିୟା ଭଟ୍ଟ –  ମସୁର ନିର୍ଦେଶକ ମହେଶ ଭଟ୍ଟଙ୍କ ଝିଅ ଓ ବଲିଉଡର ବିୟୁଟି ହିରୋଇନ ଭାବେ ଆଲିୟା ଭଟ୍ଟ ପରିଚିତ ଅଟନ୍ତି । ଯେବେ ଆଲିୟା କାରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ୟିୟର ଫିଲ୍ମରେ କାମ କରିଥିଲେ ସେତେବେଳେ ତାଙ୍କର ଓଜନ ୬୮ କିଲୋ ଥିଲା ।  ଏହି ଫିଲ୍ମରେ କାମ କରିବା ପାଇଁ ସେ ତାଙ୍କର ୧୬ କିଲୋ ଓଜନ କମାଇଥିଲେ କାରଣ କରନ ଜୋହର ତାଙ୍କ ସହ ସର୍ତ୍ତ ରଖିଥିଲେ । ଏହା ପରେ ସେ ନିଜ ଓଜନ କମ କରି ଫିଲ୍ମରେ ଡେବ୍ୟୁ କରିଥିଲେ ।

ଭୂମି ପେଡେନକର- ପ୍ରସିଦ୍ଧ ଅଭିନେତ୍ରୀ ଭୂମି ପେଡେନକରଙ୍କର ଡେବ୍ୟୁ କରିଥିବା ଦମ ଲଗା କେ ହଇସା ଫିଲ୍ମରେ ତାଙ୍କର ଓଜନ ୮୫ କିଲୋ ଥିଲା । ସେ ବହୁତ ମୋଟା ହୋଇଥିବାରୁ ଫିଲ୍ମ ମନମରଜିୟାଁରେ କାମ କରିବା ସମୟରେ ସେ  ନିଜର ଓଜନ ବହୁତ କମ କରିଥିଲେ । ସେ ତାଙ୍କର ଓଜନ କମାଇବା ପାଇଁ ନିଜ ଡାଏଟରେ ବହୁତ ପରିବର୍ତ୍ତନ କରିଥିଲେ ।

ସୋନାକ୍ଷୀ ସିହ୍ନା – ସମସ୍ତଙ୍କ ଦିଲରେ ରାଜ କରୁଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ କିଏ ନ ଜାଣିଛନ୍ତି । ଯେବେ ସେ ବଲିଉଡରେ ପାଦ ଦେଇ ନ ଥିଲେ ସେତେବେଳେ ତାଙ୍କର ଓଜନ ୯୦ କିଲୋ ଥିଲା । ସେ ତାଙ୍କର ପ୍ରଥମ ଫିଲ୍ମରେ କାମ କରିବା ପାଇଁ ୩୦ କିଲୋ ଓଜନ କମ କରିଥିଲେ । ଯେବେ ତାଙ୍କର ଓଜନ କମ କରିବାର ଉପାୟ କଣ ପଚରାଯାଇ ଥିଲା ସେତେବେଳେ ସେ ତାଙ୍କ ଡାଏଟ ଅନୁସାରେ କାମ କରନ୍ତି ଓ ଜଙ୍କ ଫୁଡ ଠାରୁ ଦୂରରେ ରୁହନ୍ତି ବୋଲି କହିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।