Bollywood ର 8 ଦମଦାର କିନ୍ନର ରୋଲ କରିଥିବା ଆକ୍ଟର, ମହେଶଙ୍କ ଠୁ ନେଇ ଅକ୍ଷୟଙ୍କ ପର୍ଯ୍ୟନ୍ତ ଅଛନ୍ତି ସାମିଲ

ବହୁତ ପ୍ରୟାସ କରିବା ସତ୍ବେ ବି କିନ୍ନରଙ୍କ ପ୍ରତି ସାଧାରଣ ଲୋକମାନଙ୍କ ଦ୍ରୁଷ୍ଟି ପରିବର୍ତ୍ତନ କରିବା ବହୁତ କଷ୍ଟେ ଅଟେ । କିନ୍ନର ଆମ ସମାଜର ମହତ୍ଵପୂର୍ଣ ଅଙ୍ଗ ଅଟନ୍ତି । ସେହିଭଳି ବଲୀଉଡ ଫିଲ୍ମରେ ବି କିନ୍ନରଙ୍କର ଭୂମିକା ବହୁତ ପୁରୁଣା ଅଟେ । ସାଧାରଣତଃ କିନ୍ନର ଭୂମିକରେ ଅଧିକ କମେଡି ସିନ କରାଯାଏ । କିନ୍ତୁ ଏହା ଛଡା କେତେକ ବଡ ବଡ ଅଭିନେତା ବି କିନ୍ନରର ଅଭିନୟ କରି କିନ୍ନରମାନଙ୍କର ଜୀବନ ଉପରେ ପ୍ରକାଶ ଦେବାକୁ ଚେଷ୍ଟା କରିନ୍ତି । ଆଜି ଆମେ ଆପଣଙ୍କୁ ୧୦ ଜଣ ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ଫିଲ୍ମରେ କିନ୍ନର ଭୂମିକା କରି ଏହି ଭୂମିକାକୁ ଓ ଫିଲ୍ମକୁ ହିଟ କରି ଦେଇଛନ୍ତି ।

ପରେଶ ରାୱଳ

ପରେଶ ରାୱଳ ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ କେବେ ବି ନଜର ଆସି ନାହାନ୍ତି କିନ୍ତୁ ତାଙ୍କର ଭୂମିକା ଗୋଟିଏ ଫିଲ୍ମ ପାଇଁ ବହୁତ ମହତ୍ଵ ରଖିଥାଏ । ୧୯୯୭ ରେ ରିଲିଜ ହୋଇଥିବା ଫିଲ୍ମ ତମନ୍ନାରେ ପରେଶ ରାୱଳ କିନ୍ନର ଭୂମିକା କରିଥିଲେ । ଫିଲ୍ମରେ ତାଙ୍କର ଏହି କିରଦାରକୁ ବହୁତ ପସନ୍ଦ ବି କରାଯାଇଥିଲା ।

ମହେଶ ମାଂଜେକର

ଡାୟରେକ୍ଟର ଓ ଲେଖକ ରୂପରେ ମହେଶ ମାଂଜେକର ବଲୀଉଡର ଗୋଟିଏ ବଡ ନାଁ ଅଟେ । ଏହା ସହିତ ମହେଶ ମାଂଜେକର ନିଜ ସମୟର ଭଲ କଳାକାରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ମହେଶ ମାଂଜେକର ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ବେଗମ’ରେ କିନ୍ନରର ଭୂମିକାରେ ନଜର ଆସିଥିଲେ । ଫିଲ୍ମ ରିଲିଜ ହେବା ପରେ ଦର୍ଶକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଥିଲେ ।

ରବି କିଶନ

ଏହା ଛଡା ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ବୁଲେଟ ରାଜାରେ ବି କିନ୍ନର ଏକ ପ୍ରଭାବୀ ରୋଲ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ବଲୀଉଡର ଅଭିନେତା ଓ ଭୋଜପୁରୀ ସୁପରଷ୍ଟାର ରବି କିଶନ କିଛି ସେକନ୍ଡ ପାଇଁ କିନ୍ନର ହୋଇଥିଲେ ।

ଆଶୁତୋଷ ରାଣା

ବଲୀଉଡରେ ଜଣେ କିନ୍ନର ରାଜନୀତି ହସ୍ତୀ ଉପରେ ବି ଫିଲ୍ମ ହୋଇ ସାରିଛି । ଆମେ କଥାବାର୍ତ୍ତା କରୁଛୁ ପ୍ରସିଦ୍ଧ ରାଜନେତା ସବନମ ମସି । ଯିଏ ପ୍ରଥମ ଥର ମଧ୍ୟପ୍ରଦେଶର ବିଧାନସଭାରୁ ନିର୍ବାଚନ ଲଢି ଜିତିଥିଲେ । ବର୍ଷ ୨୦୦୫ରେ ତାଙ୍କ ଉପରେ ଏକ ଫିଲ୍ମ ତିଆରି କରାଗଲା ଯାହାର ନାମ ‘ସବନମ ମସି’ ଥିଲା । ଏଥିରେ ମୁଖ୍ୟ ରୋଲରେ ଆଶୁତୋଷ ରାଣା କିନ୍ନର ଭୂମିକାରେ ନଜର ଆସିଥିଲେ ।

ବୀରୁ କିସନ୍ନ

୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ରାଜା ହିନ୍ଦୁସ୍ତାନୀ ଫିଲ୍ମ ଆପଣ ନିଶ୍ଚିତ ଦେଖିଥିବେ । ଏଥିରେ ଏକ ଗୁଲାବ ସିଂହ ନାମରେ ଜଣେ କିନ୍ନର କିରଦାର ଅଛି । ଯାହାକୁ ବୀରୁ କିସନ୍ନ କରିଥିଲେ ।

ନିର୍ମଲ ପାଣ୍ଡେ

ନିର୍ମଲ ପାଣ୍ଡେଙ୍କୁ ତାଙ୍କର ଭଲ ଅଭିନୟ ପାଇଁ ଜଣାଯାଆନ୍ତି । ନିର୍ମଲ ପାଣ୍ଡେ ଫିଲ୍ମ ‘ଦାୟାରା’ରେ ଏକ କିନ୍ନର ଭୂମିକରେ ନଜର ଆସିଥିଲେ । ତାଙ୍କୁ ଏହି ରୋଲ ପାଇଁ ପୁରସ୍କାର ବି ମିଳିଛି ।

ସଦାଶିବ ଅମରାପୁରକର

ବଲୀଉଡରେ ୧୯୯୧ରେ ଆସିଥିବା ଫିଲ୍ମ ‘ସଡକ’ରେ ମହାରାଣୀର କିରଦାରରେ ଅଭିନେତା ସଦାଶିବ ଅମରାପୁରକର କରିଥିଲେ । ଏହା ଏକ କିନ୍ନର ଭୂମିକା ଥିଲା । ଏହି ଫିଲ୍ମକୁ ସେହି ସମୟରେ ବହୁତ ପସନ୍ଦ ବି କରାଯାଇଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।