ଏହି 5 Bollywood ହିରୋଇନଙ୍କ ଝିଅ ମାଙ୍କଠୁ ବି ଅଧିକ ସୁନ୍ଦର

ବନ୍ଧୁଗଣ ଜଦି ବଲିଉଡର ଇତିହାସ ପୃଷ୍ଠାଟି ପାଲଟା ଯାଏ ତା ହେଲେ ପ୍ରତ୍ୟେକ ଦଶକରେ ଏମିତି ଏକ ଅଭିନେତ୍ରୀ ପାଦ ରଖିଛନ୍ତି, ଯିଏ ନିଜ ସୁନ୍ଦର ଅଭିନୟ ଦ୍ଵାରା ବଲିଉଡ ରେ ରାଜ କରିଛନ୍ତି । ସେହି ଅଭିନେତ୍ରୀ ମାନେ ନିଜ ସୈନ୍ଦର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ ପାଇଛନ୍ତି । କଣ ଆପଣମାନେ ଜାଣନ୍ତି ବାସ୍ତବ ଜୀବନରେ ଏହି ଅଭିନେତ୍ରୀଙ୍କ ଝିଅ ମାନେ ବି ବହୁତ ଅଧିକ ସୁନ୍ଦର ଅଟନ୍ତି । ଆଜି ଆମେ କହିବୁ ଟପ୍ ୫ ଅଭିନେତ୍ରୀ ଓ ତାଙ୍କ ଝିଅଙ୍କ ବିଷୟରେ । ତେବେ ଆସନ୍ତୁ ଜାଣିବା କିଏ ସେହି ଅଭିନେତ୍ରୀ ଏବଂ କିଏ ଅଟନ୍ତି ତାଙ୍କ ଝିଅ ।

୧-ସାଧନା ସିଂ : ଫିଲ୍ମ ନଦିଆ କେ ପାର୍ ରେ ଦମଦାର ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କୁ କିଏବା ଭୁଲି ପାରିବ । ସେ ଏହି ଫିଲ୍ମରେ ସୁନ୍ଦର ଅଭିନୟ ପାଇଁ ଅନେକ ଦର୍ଶକଙ୍କ ମନ ଜିତିଥିଲେ । କେବଳ ଅଭିନୟ ପାଇଁ ନୁହେଁ ନିଜ ସେ ନିଜ ସୁନ୍ଦରତା ପାଇଁ ମଧ୍ୟ ଜଣା ଯାଆନ୍ତି । ହେଲେ ସେ ଅତି ଶିଘ୍ର ଫିଲ୍ମ ଜଗତରୁ ସନ୍ୟାସ ନେଇଗଲେ । ଜଦି ଆମେ କଥାହେବା ଏହି ସୁନ୍ଦର ଅଭିନେତ୍ରୀଙ୍କ ଝିଅ ବିଷୟରେ ତାଙ୍କ ନାମ ସୀନା ସାହାବାଦି ଅଟେ ।

ସେ ୧୦ ଅପ୍ରେଲ ୧୯୮୪ ରେ ଜନ୍ମ ହେଇଥିଲେ । ଇଏ ସେହି ବଲିଉଡ ଅଭିନେତ୍ରୀ ଯିଏ ‘ତେରେ ସଙ୍ଗ’ରେ ଡେବ୍ୟୁ କରିଥିଲେ । ସେ ମୁଖ୍ୟ ରୂପରେ ବଲିଉଡ ଅଭିନେତ୍ରୀ ଅଟନ୍ତି, ତାହା ଛଡା ତେଲୁଗୁ, ତାମିଲ, ମାଲାୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରନ୍ତି । ଜଦି ଆମେ କଥା ହେବା ତାଙ୍କ ସୁନ୍ଦରତା ବିଷୟରେ ତାହେଲେ ସୀନା କାହାଠୁ କମ୍ ନୁହନ୍ତି । ଯେମିତିକି ଆପଣ ଫଟୋରେ ଦେଖି ପାରୁଥିବେ ।

୨-ମହିମା ଚୈଧୁରୀ : ପରଦେଶ ଫିଲ୍ମରେ କାମ କରି ସମସ୍ତ ଦର୍ଶକଙ୍କ ମନ ଜିତି ଥିବା ମହିମା ଚୈଧୁ୍ରୀଙ୍କୁ ସମସ୍ତେ ଜାଣିଛନ୍ତି । ସିଏ ଏହି ଫିଲ୍ମ ଜରିଆରେ ବଲିଉଡ ଇଣ୍ଡଷ୍ଟ୍ରି ରେ ପରିଚୟ ହାସଲ କରିଥିଲେ । ନା କେବଳ ନିଜ ଅଭିନୟ ପାଇଁ, ନିଜର ସୈନ୍ଦର୍ଯ୍ୟ ପାଇଁ ମଧ୍ୟ ଆଏ ଜଣା ଯାଆନ୍ତି । ଯଦି ଆମେ ତାଙ୍କ ଝିଅ ବିଷୟରେ କଥା ହେବା ତାଙ୍କ ଝିଅ ନାମ ଆରିୟାନା ଚୈଧୁରୀ ଜିଏ କି ଏବେ ବହୁତ ଛୋଟ ଅଛନ୍ତି ଏବଂ ମୁମ୍ବାଇ ସ୍କୁଲରେ ପାଠ ପଢ଼ୁଛନ୍ତି । ଯଦି ଆମେ ତାଙ୍କ ସୁନ୍ଦରତା ବିଷୟରେ କଥା ହେବା ସେ ତାଙ୍କ ମା ଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି । ଯେମିତିକି ଆପଣ ଫଟୋରେ ଦେଖି ପାରୁଛନ୍ତି ।

୩-କରିଶ୍ମା କପୁର : 90 ଦଶକରେ ଏହି ଅଭିନେତ୍ରୀ ନିଜ ପ୍ରତିଭା ବଳରେ ଟପ୍ ଅଭିନେତ୍ରୀଙ୍କ ଭିତରେ ତାଙ୍କ ନାଁ କରିଛନ୍ତି ଏବଂ ବହୁତ ହିଟ୍ ଫିଲ୍ମ ମଧ୍ୟ ବଲିଉଡକୁ ଦେଇଛନ୍ତି । ଯେଉଁ ଥିରେ ରାଜା ହିନ୍ଦୁସ୍ତାନୀ, ଦିଲ୍ ତୋ ପାଗଲ୍ ହେ, କୁଲି ନଂ ୱାନ, ବିବି ନଂ ୱାନ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଯଦି ଆମେ ତାଙ୍କ ଝିଅ ବିଷୟରେ କଥା ହେବା ତାଙ୍କ ଝିଅଙ୍କ ନାଁ ସମାଇରା ଅଟେ । ତାଙ୍କ ଜନ୍ମ ୨୦୦୫ ମସିହାରେ ହୋଇଥିଲା ।

ବର୍ତମାନ ସେ ୧୪ବର୍ଷର ଅଟନ୍ତି ଆଉ ପାଠ ପଢ଼ୁଛନ୍ତି । ଆପଣଙ୍କୁ କହିଦେବୁ କି ସେ ନିର୍ଦେଶନାରେ ବହୁତ ରୁଚି ରଖନ୍ତି । ଏହା ଦ୍ବାରା ୧୯୦୦ ଶୀଶୁ ଫିଲ୍ମ ମହୋତ୍ସବରେ ନିଜର‌ ନିର୍ଦ୍ଦେଶିତ ଫିଲ୍ମ ‘ଦି ହାପି’ ପାଇଁ ବହୁତ ପ୍ରଶଂସା ପାଇଥିଲେ । ସେ ବାକି ଷ୍ଟାରକିଡଙ୍କ ପରି ସୋସିଆଲ ମିଡିଆରେ ବହୁତ ଫେମସ ଅଟନ୍ତି । ଯାହାକୁ ଦେଖିଲେ ଲାଗେ ସେ ତାଙ୍କ ମାଙ୍କ ପରି ଦିନେ ନାଁ କରିବେ ।

୪-ଶ୍ରୀଦେବୀ : ଏଭରଗ୍ରୀନ୍ ଅଭିନେତ୍ରୀ ନିଜ ସମୟରେ ସବୁ ଠାରୁ ଅଧିକ ସଫଳତା ପାଇଛନ୍ତି । ଯେତିକି ଫିଲ୍ମ କରିଛନ୍ତି ସବୁ ସଫଳ ସାବ୍ୟସ୍ତ ହେଇଛି । ସେହି ଫିଲ୍ମ ମଧ୍ୟରୁ ନାଗିନ୍, ଲମ୍ହେ, ଋପ୍ କି ରାନୀ ଚୋରୋ କା ରାଜା ବହୁତ ହିଟ୍ ଫିଲ୍ମ ଅଛି । ସେହି ଫିଲ୍ମରେ ଯେଉଁ ଅଭିନୟ କରିଛନ୍ତି ଦର୍ଶକଙ୍କ ମନରେ ଗୋଟିଏ ଛାପ ଛାଡ଼ି ଯାଇଛନ୍ତି । ଯଦି ଆମେ ତାଙ୍କ ଝିଅ ବିଷୟରେ କଥା ହେବା ତାହେଲେ ଜାହ୍ନବୀ ଆଉ ଖୁସି ଦୁଇ ଝିଅ ଅଛନ୍ତି ।

ତାଙ୍କ ବଡ ଝିଅ ଜାହ୍ନବୀ ଫିଲ୍ମ ‘ଧଡକ’ରେ ଡେବ୍ୟୁ କରି ସାରିଛନ୍ତି । ଏବଂ ଅନ୍ୟାନ୍ୟ ଫିଲ୍ମ ସୁଟିଂ ରେ ବ୍ୟସ୍ତ ଅଛନ୍ତି । ତାଙ୍କ ସାନ ଝିଅ ଫିଲ୍ମ ଠାରୁ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି । ତାଙ୍କର ପ୍ରଶଂସକ ଙ୍କୁ ଦେଖିଲେ ଲାଗେ ଯଦି ସେ ବଲିଉଡରେ କାମ କରିବେ ତାହେଲେ ସେ ତାଙ୍କ ମାଙ୍କ ପରି ଦୀନେ ନାଁ କମେଇବେ ।

୫- ରୀନା ରଏ : ନବେ ଦଶକରେ ଏହି ଅଭିନେତ୍ରୀ ଜଣକ ଅଧିକ ଫୀସ ପାଉଥିବା ଅଭିନେତ୍ରୀ ଅଟନ୍ତି । ତାଙ୍କର ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ କେହି ବି ଗଡ୍ ଫାଦର୍ ନଥିଲେ । ତଥାପି ସେ ନିଜ କଳା ବଳରେ ବଲିଉଡରେ ଜାଗା ବନେଇ ଥିଲେ । ନିଜ କ୍ୟାରିୟରରେ ଗୋଟିଏ ରୁ ବଳି ଗୋଟିଏ ବଡ଼ ବଡ଼ ଫିଲ୍ମ କରିଥିଲେ ଆଉ ସଫଳତା ମଧ୍ୟ ପାଇଥିଲେ । ଯଦି ଆମେ ତାଙ୍କ ଝିଅ ବିଷୟରେ କହିବା ତାଙ୍କ ଝିଅ ସନମ୍ ଖାନ୍ ଅଟନ୍ତି ।

ସେ ତାଙ୍କ ବାପାଙ୍କ ସହ ପାକିସ୍ତାନରେ ରୁହନ୍ତି । ସେ ଏବେ ବହୁତ ବଡ଼ ହୋଇଯାଇଛନ୍ତି ଏବଂ ତାଙ୍କ ମାଙ୍କ ଭଳି ସୁନ୍ଦର ଦେଖା ଯାଉଛନ୍ତି । ତାଙ୍କର ଫିଲ୍ମରେ ବହୁତ ରୁଚି ଅଛି କାମ କରିବାକୁ । ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅରରେ ଡେବ୍ୟୁ କରିଥାନ୍ତେ ହେଲେ କୌଣସି କାରଣ ପାଇଁ ସେ କରିପାରିଲେ ନାହିଁ । ତଥାପି ସେ ନିରାଶ ନହୋଇ ନିଜର କ୍ୟାରିୟର ଆରମ୍ଭ କରିବାକୁ ପୁଣି ଥରେ ଚେଷ୍ଟା କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।