ଏୟାରପୋର୍ଟରେ ଧରା ପଡିଲେ କୃନାଲ ପାଣ୍ଡ୍ୟା ଏବେ ଦେବେ ଏତେ ଲକ୍ଷ ଟଙ୍କାର ଫାଇନ? ଜାଣନ୍ତୁ କାହିଁକି

କୁଣାଲ ପାଣ୍ଡ୍ୟା ଓ ହାର୍ଦିକ ପାଣ୍ଡ୍ୟା ଦୁଇ ଭାଇ ଭାରତୀୟ କ୍ରିକେଟର ଅଟନ୍ତି ଓ ଦୁଇ ଭାଇ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବି ଖେଳନ୍ତି । କହିବାକୁ ଗଲେ ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ହିଁ କିଛି ଦିନ ତଳେ ୟୁଏଇରେ ଅନୁଷ୍ଠିତ ହୋଇଥିବା ଆଇପିଏଲ ୨୦୨୦ ସିରିଜକୁ ନିଜ ନାଁରେ କରିଛନ୍ତି । ଟୁର୍ନାମେଣ୍ଟ ଶେଷ ହେବା ପରେ ଅଷ୍ଟ୍ରେଲିୟା ଟୁର ପାଇଁ ମନୋନୀତ ହୋଇଥିବା କ୍ରିକେଟର ମାନଙ୍କୁ ଛାଡି ବାକି ଖେଳାଳି ନିଜ ନିଜ ଘରକୁ ଫେରିଆସିଲେ ।

ଏମିତିରେ ଟିମ ସହ ଫେରୁଥିବା କୁଣାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇ ଦିଆଗଲା । ସୂଚନା ଅନୁସାରେ Directorate of Revenue Intelligenceଙ୍କୁ ସନ୍ଦେହ ଥିଲା କି କୁଣାଲ ପାଣ୍ଡ୍ୟାଙ୍କ ପାଖରେ ଅଘୋଷିତ ସୁନା ସହିତ ଅନ୍ୟ କିଛି ଦାମୀ ଜିନିଷ ଅଛି ।

ଏହା ପରେ କୁଣାଲ ପାଣ୍ଡ୍ୟାଙ୍କ ପାଖରୁ ସୁନାର ଦୁଇଟି ଚୁଡି, କିଛି ମହଙ୍ଗା ଘଡି ଓ ଅନ୍ୟ କିଛି ଦାମୀ ଜିନିଷ ବି ମିଳିଲା । ସେ ଏହି ଜିନିଷ ବିଷୟରେ କିଛି ବି ସୂଚନା ଦେଇ ନ ଥିଲେ । ଆପଣଙ୍କୁ କହିଦେଉଛୁ କି ପାଣ୍ଡ୍ୟାଙ୍କ ବିଷୟରେ DRIକୁ ସୂଚନା ମିଳିଥିଲା । ଅଟକାଇ ଯିବା ପରେ ତାଙ୍କ ପାଖରେ ଦୁଇଟି ହୀରା ଜଡିତ ଥିବା ବଡ ବଡ ବ୍ରାଣ୍ଡର ଘଡି ମିଳିଲା । ପାଣ୍ଡ୍ୟା ସ୍ଵିଜରଲ୍ୟାଣ୍ଡରେ ତିଆରି ଏହି ଘଡି ବିଷୟରେ କଷ୍ଟମରେ କିଛି ସୂଚନା ଦେଇ ନ ଥିଲେ ।

ମିଳିଥିବା ଖବର ଅନୁସାରେ କୁହାଯାଉଛି କି ଏହି ଘଡିର ମୂଲ୍ୟ ୧ କୋଟି ଟଙ୍କା ପାଖପାଖି ଅଟେ । ଏୟାରପୋର୍ଟରେ ଅଟକାଇ ଯିବା ପରେ ପାଣ୍ଡ୍ୟାଙ୍କୁ ପାଖାପାଖି ୩ ଘଣ୍ଟା ପୁଛତାଛ କରାଗଲା । ଏହା ପରେ ସେ ଯେଉଁ ଘଡି ଗୁଡିକ ଆଣିଥିଲେ ସେ ଗୁଡିକ ଜବତ କରିବା ପରେ ହିଁ ତାଙ୍କୁ ଘରକୁ ଛାଡି ଦିଆଗଲା । ଏମିତିରେ ଯଦି ପାଣ୍ଡ୍ୟାଙ୍କୁ ଏହି ଘଡି ଦରକାର ତେବେ ତାଙ୍କୁ ଫାଇନ ଦେବାକୁ ପଡିବ ।

ନିୟମ ଅନୁସାରେ ଦୁବାଇରୁ ଭାରତକୁ ଆସୁଥିବା ପୁରୁଷ ୫୦ ହଜାର ଟଙ୍କାର ସୁନା ଭାରତକୁ ଆଣି ପାରିବେ । ଅନ୍ୟ ପଟେ ମହିଳାଙ୍କ ପାଇଁ ଏହା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟେ ଓ ଏହା ନିୟମ କେବଳ ସୁନା ଉପରେ ଲାଗୁ ହେଉଛି । ଏହାକୁ ହିଁ ଡ୍ୟୁଟି ଫୀ କୁହାଯାଏ । ସୁନାର ମୁଦ୍ରା ଓ ବିସ୍କୁଟ ଉପରେ ଡ୍ୟୁଟି ଫୀ ଦେବାକୁ ପଡିଥାଏ । ଯଦି ଘଡି ବିଷୟରେରେ କଥାବାର୍ତ୍ତା କରିବା ତେବେ ୩୫ ହଜାରରୁ ଅଧିକ ଟଙ୍କାର ଘଡି ଉପରେ ୩୮.୫ ପ୍ରତିଶତ ଡ୍ୟୁଟି ଲାଗିଥାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।