ପତ୍ନୀର ଅଫେୟର ବିଷୟରେ ଜାଣିବା ପରେ, ଏହି ଅଭିନେତା ଦେଲେ ପତ୍ନୀଙ୍କୁ ଡିଭୋର୍ସ

ଆପଣମାନେ ଜାଣିଥିବେ କି ବଲିଉଡ ଦୁନିଆ ପରି ଟିଭି ଇଣ୍ଡସ୍ଟ୍ରି ମଧ୍ୟ ଜନପ୍ରିୟତା ଲାଭ କରିଛି । ବଲିଉଡର ଅଭିନେତା ଓ ଅଭିନେତ୍ରୀଙ୍କ ପରି ଟିଭି ସିରିୟଲର ଆକ୍ଟର ଓ ଆକ୍ଟ୍ରେସମାନେ ମଧ୍ୟ ବହୁତ ଚର୍ଚ୍ଚାରେ ରୁହନ୍ତି । ଲୋକମାନେ ଯେତିକି ଫିଲ୍ମ ଇଣ୍ଡଷ୍ଟ୍ରି କୁ ପସନ୍ଦ କରନ୍ତି, ସେତିକି ଟିଭି ସିରିୟଲକୁ ମଧ୍ୟ କରନ୍ତି । ଏହି ଦୁନିଆରେ କେତେବେଳେ କେଉଁ ଷ୍ଟାରଙ୍କର ଲଭ ଷ୍ଟୋରି ଆରମ୍ଭ ହୁଏ କେହି କହିପାରିବେନି । କିଛି ଦିନ ମଧ୍ୟରେ କେତେକ ଲଭ ଷ୍ଟୋରି ଛାଡପତ୍ର ର ରୂପ ମଧ୍ୟ ନେଇଥାଏ ।

ବହୁତ ଜଣ ଏପରି ଷ୍ଟାର ଅଛନ୍ତି ଯେଉଁମାନେ ବହୁତ ସମୟ ଏକା ସହ ରହୁଛନ୍ତି । ଏତେ ସମୟ ରହିଲା ପରେ ମଧ୍ୟ ସେମାନେ ଡିଭୋର୍ସ ନେବାକୁ ଚାହୁଁଛନ୍ତି । ଆସନ୍ତୁ ଜାଣିବା ଜଣେ ଅଭିନେତ୍ରୀଙ୍କ ବିଷୟରେ, ଯାହାଙ୍କର ଅଫେୟର ପାଇଁ ତାଙ୍କ ସ୍ଵାମୀ ତାଙ୍କୁ ଡିଭୋର୍ସ ଦେଲେ । ଆସନ୍ତୁ ଜାଣିବା କିଏ ଅଟନ୍ତି ସେହି ଦୁଇଜଣ ଅଭିନେତା ଓ ଅଭିନେତ୍ରୀ ।

ସେହି ଅଭିନେତାଙ୍କ ନାମ ବିବିୟନ ଅଟେ । ବିବୀୟନ ଅଭିନେତ୍ରୀ ବାହବିଜ ଦୋରାବଜୀଙ୍କ ସହ ବିବାହ କରିଥିଲେ । ଏହି ଅଭିନେତା ଓ ଅଭିନେତ୍ରୀ ଟିଭି ସିରିୟଲରେ କାମ କରନ୍ତି । ଏମାନେ ଏକ ଟିଭି ଧାରାବାହିକରେ କାମ କରୁଥିବା ସମୟରେ ପରସ୍ପରକୁ ଜାଣିଥିଲେ । ସେହି ଶୋ ଦ୍ଵାରା ଦୁଇଜଣ ଫେମସ ହୋଇଥିଲେ ।

ବାହବିଜ ଦୋରାବଜୀ ୨୮ ନଭେମ୍ବର ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପ୍ରଥମ ଧାରାବାହିକର ନାମ ଥିଲା ପ୍ୟାର କୀ ଏକ କାହାଣୀ । ସେ ଅନେକ ଧାରାବାହିକରେ ମଧ୍ୟ କାମ କରିଛନ୍ତି । ୨୦୧୩ ମସିହାରେ ବାହବିଜ ଦୋରାବଜୀ ବିବୀୟନ ଡିସେନାଙ୍କ ସହ ବିବାହ କରିଥିଲେ । କିଛି ବର୍ଷ ଏକାଠି ରହିଲା ପରେ ବିବୀୟନ ତାଙ୍କ ପତ୍ନୀଙ୍କୁ ଡିଭୋର୍ସ ଦେଇଥିଲେ । ଦୁଇଜଣ ଦୁଇଜଣଙ୍କର ସମ୍ପର୍କ ବଞ୍ଚେଇବାକୁ ଚେଷ୍ଟା କରିଥିଲେ । ଶେଷରେ ସେମାନଙ୍କୁ ଡିଭୋର୍ସ ନେବାକୁ ପଡିଥିଲା ।

ବିବୀୟନ ତାଙ୍କ ପତ୍ନୀଙ୍କର ଅଫେୟାର ପାଇଁ ତାଙ୍କୁ ଡିଭୋର୍ସ ଦେଇଥିଲେ । କୌଣସି ସ୍ଵାମୀ କେବେ ବି ଏପରି ଭୁଲକୁ ସ୍ଵୀକାର କରିବ ନାହିଁ । ବିବାହର କିଛି ବର୍ଷ ପରେ ବିବୀୟନ ବାହବୀଜଙ୍କ ଅଫେର ସମ୍ପର୍କରେ ଜାଣି ପାରିଥିଲେ । ଏହି କାରଣରୁ ବିବୀୟନ ବାହବୀଜଙ୍କୁ ଡିଭୋର୍ସ ଦେଇଥିଲେ । ବାହବୀଜ ତାଙ୍କ ଭୁଲ ପାଇଁ ଅନୁତାପ କରୁଛନ୍ତି । ଅନ୍ୟ ପକ୍ଷରେ ବିବୀୟନ ପୁଣି ଥରେ ବିବାହ କରିବାକୁ ଚାହୁଁନାହାଁନ୍ତି । ବିବୀୟନ ଅନେକ ସୁପରହିଟ ଧାରାବାହିକ କରିଛନ୍ତି । ତାଙ୍କର ସବୁ ଧାରାବାହିକ ଲୋକ ପ୍ରିୟତା ଲାଭ କରିଛି ।