କିଏ ଅଟେ ସେହି ଲୋକ ଯିଏ ଷ୍ଟେସନରେ ଗାଉଥିବା ମହିଳାର ବନାଇଲା ଭିଡିଓ, ରାତା ରାତି ବଦଳାଇ ଦେଲା ତା’ର ଭାଗ୍ୟ

ସୋସିଆଲ ମିଡିଆ ରାତା ରାତି କେମିତି ଜୀବନ ବଦଳାଇଦିଏ ତାହାର ଉଦାହରଣ ଅଟେ ରାନୁ ମଣ୍ଡଳ । ନିଜ ସ୍ଵର ଦ୍ଵାରା ରାନୁ ଇନ୍ଟରନେଟ ରେ ୟୁଜରଙ୍କୁ ନିଜର ଫ୍ୟାନ ବନାଇ ଦେଇଛନ୍ତି । ଯାହା ଦ୍ଵାରା ସେ ଇଣ୍ଟର୍ନେଟ ଷ୍ଟାର ହୋଇ ବାହାରିଲେ । ରାନୁଙ୍କର ଗୀତ ବଲିଉଡର ତାରକାମାନଙ୍କ ପାଖରେ ମଧ୍ୟ ପହଞ୍ଚିଲା । ଯାହା ପରେ ହିମେଶ ରେଶମୀୟା ତାଙ୍କୁ ତାଙ୍କ ଫିଲ୍ମରେ ଗାଇବାକୁ ସୁଯୋଗ ଦେଇଛନ୍ତି । କିନ୍ତୁ ହିମେଶ ରେଶମୀୟାଙ୍କ ପୂର୍ବରୁ ଆଉ ଗୋଟିଏ ବ୍ୟକ୍ତି

ଅଛନ୍ତି ଯିଏ ରାନୁ ଜୀବନରେ ଭଗବାନ ସଦୃଶ ଆସିଥିଲେ । ଏହି ବ୍ୟକ୍ତି ଜଣଙ୍କ ରାନୁର ଭିଡିଓ ବନାଇଥିଲେ ଯାହା ଭାଇରାଲ ହୋଇଗଲା । ଏମିତିରେ ଚାଲନ୍ତୁ ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବୁ ।

ରାନୁ ପଶ୍ଚିମ ବଙ୍ଗାଲ ର ରାନାଘାଟ ଷ୍ଟେସନରେ ଗୀତ ଗାଇ ନିଜର ପେଟ ପୋଷୁଥିଲେ । ତାଙ୍କୁ ବହୁତ ଲୋକ ଗାଉଥିବାର ଦେଖିଥିଲେ କିନ୍ତୁ ସାଧାରଣତଃ ଲୋକ ତାଙ୍କୁ ନଜରଅନ୍ଦାଜ କରି ଦେଉଥିଲେ । ରାନୁ ସାଧାରଣତଃ ପୁରୁଣା ଗୀତ ହିଁ ଗାଉଥିଲେ । ତାଙ୍କର ଭାଇରାଲ ହୋଇଥିବା ଭିଡିଓରେ ସେ ଲତା ମଙ୍ଗେସ୍କରଙ୍କ ଗୀତ ଏକ ପ୍ୟାର କା ନଗମା ହେ ଗାଉ ଥିଲେ ।

ଦିନେ ଏହିପରି ରାନୁ ଗୀତ ଗାଉଥିଲେ ସେହି ସମୟରେ ଏତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ବ୍ୟକ୍ତି ଷ୍ଟେସନରେ ଉପସ୍ଥିତ ଥିଲେ ଓ ତାହାକୁ ଭିଡିଓ କରିନେଲେ । ଏତିନ୍ଦ୍ର ଏହି ଭିଡିଓ ନିଜର ଫେସବୁକ ଆକାଉଣ୍ଟରେ ସେୟାର କଲେ । ବାସ ତା’ ପରେ ଯାହା ହେଲା ଆପଣମାନେ ତ ଜାଣିଛନ୍ତି । ରାନୁ ଯେତେବେଳେ ହିମେଶ ରେଶମୀୟାଙ୍କ ପାଇଁ ଗୀତ ରେକର୍ଡ କରୁଥିଲେ ସେତେବେଳେ ଏତିନ୍ଦ୍ର ମଧ୍ୟ ଷ୍ଟୂଡିଓ ରେ ଉପସ୍ଥିତ ଥିଲେ ।

ଏତିନ୍ଦ୍ରଙ୍କୁ ବିଶ୍ଵାସ ହେଉନାହିଁ କି ତାଙ୍କର ଏକ ଭିଡିଓ କିପରି ଜଣଙ୍କର ଜୀବନ ବଦଳାଇ ଦେଲା । ରାନୁଙ୍କୁ ସୁଯୋଗ ଦେବା ପାଇଁ ହିମେଶ ରେଶମୀୟାଙ୍କୁ ଏତିନ୍ଦ୍ର ଧନ୍ୟବାଦ ଜଣାଇଲେ । ଭିଡିଓ ପରେ ଏତିନ୍ଦ୍ର ଲଗାତାର ରାନୁଙ୍କ ସହ ସମ୍ପର୍କରେ ଅଛନ୍ତି । ସେ ପେସା ରେ ଜଣେ ସଫ୍ଟଓୟାର ଇଞ୍ଜିନିୟର ଅଟନ୍ତି ଓ ସେ ରାନାଘାଟ ରେ ରୁହନ୍ତି ।

ହିମେଶଙ୍କର ଆସନ୍ତା ଫିଲ୍ମ ହ୍ୟାପି ହାର୍ଡି ଏଣ୍ଡ ହୀର ଅଟେ । ଏଥିରେ ରାନୁ ମଣ୍ଡଳ ତେରି ମେରି କାହାନୀ ନାମର ଗୀତ ଗାଇଛନ୍ତି । ହିମେଶ ଗୋଟିଏ ଭିଡିଓ ସେୟାର କଲେ ଯେଉଁଥିରେ ରାନୁ ଗୀତ ଗାଉଛନ୍ତି ଓ ହିମେଶ ତାଙ୍କ ପାଖରେ ଠିଆ ହୋଇ ତାଙ୍କୁ ଗାଇଡ କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।