କରିନା ଉଠାଇଲେ ଅଭିନେତାଙ୍କ ବରାବର ଫିସ ନେବାର କଥା, ଅନିଲ କହିଲେ – ତୁମେ ତ ମୋ ଠୁ ବହୁ ପଇସା ନେଇଛ ହେଲେ…

ଯେ କୌଣସି କାମ ହେଉ କିମ୍ବା ଯେ କୌଣସି କ୍ଷେତ୍ରରେ ମହିଳାମାନଙ୍କୁ ପୁରୁଷମାନଙ୍କ ତୁଳାନାରେ ସବୁବେଳେ କମ ପାରିଶ୍ରାମିକ ମିଳିଥାଏ । ଯଦି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କହିବା ତେବେ ଏଠି ବି ଏହା ହିଁ ହୋଇଥାଏ । ବଲୀଉଡରେ ଅଭିନେତ୍ରୀମାନଙ୍କୁ ସବୁବେଳେ ଅଭିନେତାଙ୍କ ତୁଳନାରେ ସବୁଠୁ କମ ଫିସ ଦିଆଯାଇଥାଏ । ଏହା ସହିତ ଫିଲ୍ମରେ ତାଙ୍କର ସିନ ବି କମ ଥାଏ । ଏମିତିରେ ଅଭିନେତ୍ରୀ କରିନା କପୁର ପୁଣି ଥରେ ଏହି ମୁଦ୍ଦାକୁ ନେଇ ଅଭିନେତା ଅନିଲ କପୁରଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।

କରିନା କପୁର ଖାନ ନିଜର ଟକ ଶୋରେ ଅଭିନେତା ଅନିଲ କପୁରଙ୍କ ସହିତ ଏହା ବିଷୟରେ କଥାବାର୍ତ୍ତା କରିଲେ । କରିନା ପ୍ରଶ୍ନ କରିଲେ କି, ହଲିଉଡରେ ପ୍ରାୟତଃ ଅଭିନେତା ଫିଲ୍ମ ଛାଡି ଦିଅନ୍ତି ଯେତେବେଳେ ତାଙ୍କୁ ଜଣା ପଡେ କି ତାଙ୍କ ସହିତ କାମ କରୁଥିବା ଅଭିନେତ୍ରୀଙ୍କୁ ତାଙ୍କ ବରାବର ଟଙ୍କା ମିଳୁ ନାହିଁ ।

କଣ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ଲିଙ୍ଗ ଆଧାର ଉପରେ ଭେଦଭାବ ନ କରି ସହ କଳାକାରମାନଙ୍କୁ ବରାବର ଟଙ୍କା ଦିଆଯିବା ଉଚିତ । ଏହା ଉପରେ ଆପଣଙ୍କର କଣ ରାୟ ? ଏଥିରେ ଅନିଲ କପୁର ସଙ୍ଗେ ସଙ୍ଗେ ଜବାବ ଦେଲେ କି ଆପଣ ତ ମୋ ଠାରୁ ବହୁତ ଟଙ୍କା ନେଇଛନ୍ତି । ଏହା ପରେ କରିନା ଆଗକୁ କହିଲେ କି ଏହି ପ୍ରଥା ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିଛି ଓ କିଛି ଅଭିନେତ୍ରୀ ଏହି କାମ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ବି ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ସହିତ ସମାନ ବ୍ୟବାହାର କରାଯାଉ ନାହିଁ ।

କରିନାଙ୍କ କଥା ଉପରେ ଅଭିନେତା ଅନିଲ କପୁର ଫିଲ୍ମ ‘ବୀରେ ଦୀ ୱେଡିଂଗ’ ବିଷୟରେ କହିଲେ କି ଏହି ଫିଲ୍ମକୁ ମୋର ଝିଅ ରିୟା କପୁର, ଏକତା କପୁର, ନିଖିଲ ଦ୍ୱିବେଦୀ ପ୍ରଡ୍ୟୁସ କରିଥିଲେ । ଏହି ଫିଲ୍ମର ଶୁଟିଙ୍ଗ ସମୟରେ ପ୍ରାୟତଃ ଚର୍ଚା ହେଉଥିଲା କି ଅଭିନେତ୍ରୀ କରିନା ଏହି ଫିଲ୍ମ ପାଇଁ ଅଧିକ ଟଙ୍କା ମାଗୁଛନ୍ତି ନିର୍ମାତା ପ୍ରାୟତଃ ଏହିଭଳି କମ୍ପ୍ଲେନ କରୁଛନ୍ତି । କିନ୍ତୁ ଯେତେବେଳେ ଏହି ମୁଦ୍ଦା ଉପରେ ମୋ ଠାରୁ ପ୍ରତିକ୍ରିୟା ନିଆଗଲା ତେବେ ମୁଁ କହିଥିଲେ କି କରିନାଙ୍କ ସବୁ ଡିମାଣ୍ଡକୁ ପୁରା କରାଯିବ ।

ଏହା ପରେ କରିନା ଅନିଲ କପୁରଙ୍କୁ କହିଲେ କି, ମୁଁ ଏମିତି ବହୁତ ଫିଲ୍ମରେ କାମ କରିଛି, ଯେଉଁଥିରେ ଅଭିନେତ୍ରୀଙ୍କୁ ମୋ ଠାରୁ ଅଧିକ ଟଙ୍କା ଦିଆଯାଇଛି । କିନ୍ତୁ ଏହା ଦ୍ଵାରା ମୋତେ କେବେ ବି କୌଣସି ଅସୁବିଧା ହୋଇ ନାହିଁ । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି କରିନା ଏହି ମୁଦ୍ଦାକୁ ଉଠାଇ ସାରିଛନ୍ତି । କହିଦେଉଛୁ କି କରିନା କପୁର ଅନିଲ କପୁର ଏକା ସହିତ ଆସନ୍ତା ଫିଲ୍ମ ତଖ୍ତରେ କାମ କରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।