ସ୍ଵର୍ଗର ପରି ଭଳି ସୁନ୍ଦର ଅଟନ୍ତି ଏହି ସାଉଥ ଅଭିନେତାଙ୍କ ପତ୍ନୀମାନେ

ବଲୀଉଡରେ ଆପଣମାନେ ପ୍ରାୟତଃ ଦେଖିଥିବେ କି ଫିଲ୍ମର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଯେତେବେଳେ ଏକ ସହିତ ବଡ ପରଦା ଉପରେ ରୋମାନ୍ସ କରନ୍ତି ତେବେ କେଉଁଠି ନା କେଉଁଠି ରିୟଲ ଲାଇଫରେ ବି ସେମାନେ ବନ୍ଧୁ କିମ୍ବା ସ୍ଵାମୀ ସ୍ତ୍ରୀର ସମ୍ପର୍କରେ ବାନ୍ଧି ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ପ୍ରସିଦ୍ଧ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ । ଏହା ସହିତ ଆମେ ସେହି ଷ୍ଟାରମାନଙ୍କ ପତ୍ନୀଙ୍କ ବିଷୟରେ ବି କହିବୁ ।

ସୁରୟା

ସାଉଥ ସୁପରଷ୍ଟାର ସୁରୟା ଓ ଜୋତିକା ୧୯୯୯ରେ ଆସିଥିବା ଫିଲ୍ମ ‘Poovellam Kettuppar’ରେ ସର୍ବେ ପ୍ରଥମେ ସ୍କ୍ରିନ ଶେୟାର କରିଥିଲେ । ଏହା ପରେ ସେମାନେ ବହୁତ ଫିଲ୍ମରେ ଏକତ୍ରିତ କାମ କରିଛନ୍ତି । ଏହା ପରେ ଫିଲ୍ମରେ କାମ କରିବା ସହିତ ଏମାନେ ପରସ୍ପରର ପ୍ରେମରେ ପଡିଗଲେ ଓ ଶେଷରେ ଦୁଇ ଜଣ ବିବାହ କରି ନେଲେ ।

ନାଗାର୍ଜୁନ

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ବିଷୟରେ ପୁରା ଭାରତ ଜାଣିଛି । ନାଗାର୍ଜୁନ ବି ନିଜର କୋ ଷ୍ଟାର ଅଭିନେତ୍ରୀ ଅମଲାଙ୍କ ସହ ୧୯୯୨ରେ ବିବାହ କରିଥିଲେ । କିନ୍ତୁ ନାଗାର୍ଜୁନଙ୍କ ଏହା ଦ୍ଵିତୀୟ ବିବାହ ଥିଲା ।

ମହେଶ ବାବୁ

ସେହିଭଳି ସାଉଥର ସବୁଠୁ ପପୁଲାର ଷ୍ଟାର ମହେଶ ବାବୁଙ୍କ ବିଷୟରେ କହିବା ତେବେ ପୁରା ଭାରତରେ ତାଙ୍କର ଫ୍ୟାନଫଲୋଲିଙ୍ଗ ବହୁତ ଅଧିକ ଅଟେ । ମହେଶ ବାବୁ ନିଜର ହ୍ୟାଣ୍ଡସମ ଲୁକ ଓ ସ୍ମାର୍ଟ ପରସନାଲିଟି ଯୋଗୁ ସର୍ବଦା ଚର୍ଚାରେ ରହିଥାନ୍ତି । ୪୫ ବର୍ଷ ବୟସରେ ହିଁ ମହେଶ ବାବୁ ତେଲୁଗୁ ସିନେମା ଜଗତର ସବୁଠୁ ବଡ ନାମ ହୋଇ ଯାଇଛନ୍ତି । କହିବାକୁ ଗଲେ ମହେଶ ବାବୁ ବଲୀଉଡ ଅଭିନେତ୍ରୀ ନମ୍ରତା ଶିରୋଡକରଙ୍କ ସହ ବର୍ଷ ୨୦୦୫ରେ ବିବାହ କରିଥିଲେ । ନମ୍ରତା ଶିରୋଡକର ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ରହିସାରିଛନ୍ତି ।

ରାମ ଚରଣ ତେଜା

ସାଉଥ ଷ୍ଟାର ରାମ ଚରଣ ତେଜା ୨୦୦୭ରେ ଫିଲ୍ମ ‘Chirutha’ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ବହୁତ ଅଳ୍ପ ଫିଲ୍ମରେ ହିଁ ସାଉଥର ସୁପରଷ୍ଟାର ହୋଇ ଯାଇଛନ୍ତି । ତାଙ୍କ ଫିଲ୍ମ ସାଉଥରୁ ନେଇ ପୁରା ଭାରତରେ ପସନ୍ଦ କରାଯାଏ । ୩୫ ବର୍ଷର ରାମଚରଣ ତେଲଗୁ ସିନେମାରେ ଅଭିନେତା, ପ୍ରଡ୍ୟୁସର, ଏକ ଭଲ ଡାନ୍ସର ଓ ବିଜନେସମ୍ୟାନ ରହିସାରିଛନ୍ତି । ଯଦି ରାମ ଚରଣ ତେଜାଙ୍କ ପତ୍ନୀଙ୍କ ବିଷୟରେ କଥାବାର୍ତ୍ତା କରିବା ତେବେ ସେ ଉପାସନା କାମିନେନୀଙ୍କ ସହ ୨୦୧୨ରେ ବିବାହ କରିଥିଲେ ।

ଅଲ୍ଲୁ ଅର୍ଜୁନ

ବଲୀଉଡରେ ଯେମିତି ଶାହରୁଖ ଖାନ ଓ ସଲମାନ ଖାନଙ୍କ ନାମ ପ୍ରସିଦ୍ଧ ଅଟେ ସେମିତି ହିଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଲ୍ଲୁ ଅର୍ଜୁନଙ୍କ ନାମ ପ୍ରସିଦ୍ଧ ଅଟେ । ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ ଓ ଅଭିନୟର ପୁରା ଦୁନିଆ ଦିବାନା ଅଟେ । ଅଲ୍ଲୁ ଅର୍ଜୁନ ପ୍ରାୟତଃ ତାମିଲ ସିନେମାରେ ହିଁ କାମ କରନ୍ତି । କହିବାକୁ ଗଲେ ଅଲ୍ଲୁ ଅର୍ଜୁନ ବହୁତ ସୁନ୍ଦର ସ୍ନେହା ରେଡ୍ଡୀଙ୍କ ସହ ୨୦୧୧ରେ ବିବାହ କରିଛନ୍ତି । ସ୍ନେହା ରେଡ୍ଡୀ ନିଜେ ବି ଜଣେ ଅଭିନେତ୍ରୀ ଓ ମଡେଲ ରହିସାରିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଗୋଟିଏ ପୁଅ ଓ ଝିଅ ଅଛି ।

ୟଶ

ସାଉଥ ସୁପରଷ୍ଟାରମାନଙ୍କ ମଧ୍ୟରେ ନିଜର ନାଁ ସାମିଲ କରିଥିବା ଅଭିନେତା ୟଶ ‘କେଜିଏଫ’ ଫିଲ୍ମ ଦ୍ଵାରା ପୁରା ବିଶ୍ଵରେ ପରିଚିତ ହୋଇ ଯାଇଛନ୍ତି । ୨୦୦୮ରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ କରିଥିବା ୟଶ କନ୍ନଡ ସିନେମାରେ ଅଭିନେତା ରୂପରେ କାମ କରନ୍ତି । ୨୦୧୬ରେ ୟଶ ଫିଲ୍ମ ଓ ଟିଭି ଅଭିନେତ୍ରୀ ରାଧିକା ପଣ୍ଡିତଙ୍କ ସହ ବିବାହ କରିଥିଲେ । ରାଧିକା ବଲୀଉଡ ଓ କନ୍ନଡ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।