2021ର ସବୁଠୁ ଖତରନାକ ଭିଲେନ ବନିବେ ବବି ! ଏହି ଫିଲ୍ମରେ ରଣବିରଙ୍କ ସହ ହେବ ଟକ୍କର

ଚଳିତ ବର୍ଷରେ କିଛି ଏମିତି ହେବାକୁ ଯାଉଛି ଯାହା ବଲିଉଡରେ କେହି ଦେଖି ନଥିବେ । କହିବାର ଅର୍ଥ ବଲିଉଡର କିଛି ନୂଆ ଫିଲ୍ମ ସହିତ ଷ୍ଟାରମାନେ ଏମିତି ନଜର ଆସିବେ ଯାହା ଆପଣଙ୍କୁ ନୂଆ ଅନୁଭବ କରାଇବ । ଏବେ ଏବେ ଆସୁଥିବା ଖବର ନୂଆ ବର୍ଷ ୨୦୨୧ ରେ ବବି ଦେୱଲ ସବୁଠାରୁ ଖତର୍ନାକ୍ ଖଳନାୟକ ଭୂମିକାରେ ନଜର ଆସିବେ । ଏହି ଖଳନାୟକ ଭୂମିକାରେ ବବି ଦେୱଲ ଦେବେ ରଣବୀର କପୁରଙ୍କ ସହ କଡ଼ା ଟକ୍କର ।

ବାସ୍ତବରେ ୨୦୧୯ ରେ ସାହିଦ୍ କପୁରଙ୍କ ସହିତ ସୁପରହିଟ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମେକ୍ ‘କବୀର ସିଂ’ କରିଥିବା ନିର୍ଦ୍ଦେଶକ ସନ୍ଦୀପ୍ ରେଡ୍ଡୀ ଭାଙ୍ଗା ଏବେ ରଣବୀର କପୁରଙ୍କ ସହ ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ଏହି କ୍ରାଇମ୍, ଡ୍ରାମା ଫିଲ୍ମ ‘ଆନିମଲ୍’ ରେ ରନବୀର୍ କପୁର ମୂଖ୍ୟ ଭୂମିକାରେ ନଜର ଆସିବେ । ରନବୀର୍ ମଧ୍ୟ ସନ୍ଦୀପଙ୍କ ସହ ଫିଲ୍ମ କରିବାକୁ ମୋହର ଲଗାଇ ଦେଇଛନ୍ତି ।

ଏବଂ ଏହି ଫିଲ୍ମର ଅଫିସିଆଲ୍ ଘୋଷଣା କରିବାକୁ ଯାଉଛନ୍ତି । ବଲିଉଡ ରିପୋର୍ଟ ଅନୁସାରେ ମେକର୍ସ ରଣବୀର କପୁରଙ୍କ ସନ୍ଦୀପ ଭାଙ୍ଗା ରେଡ୍ଡୀ ସହିତ ଏହି କ୍ରାଇମ୍ ଡ୍ରାମା ର ଅଫିସିଆଲ୍ ଘୋଷଣା ନୂଆ ବର୍ଷରେ ଏକ ଅଲଗା ଶୈଳୀରେ କରିଛନ୍ତି । ଟି ସିରିଜର ୟୁଟ୍ଯୂବ ଚ୍ୟାନେଲରେ ନୂଆ ବର୍ଷ ୧୨:୦୧ am ରେ ଏହାର ଅଫିସିଆଲ୍ ଘୋଷଣା କରାଯାଇଥିଲା ।

ରିପୋର୍ଟ ରେ ଏହା କୁହା ଯାଇଥିଲା ଯେ ଫିଲ୍ମ ‘ଆନିମଲ’ ରେ ବବି ଦେୱଲ ଖଳନାୟକ ଭୂମିକାରେ ନଜର ଆସିବେ । ତାଙ୍କର ୱୈବ୍ ସିରିଜ ‘ଆଶ୍ରମ’ ପରେ ବବି ଦେୱଲଙ୍କ ଚାହିଦା ବହୁତ ବଢ଼ି ଯାଇଛି ଏବଂ ନେଗେଟିଭ ଚରିତ୍ରରେ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ ସେଥିପାଇଁ ସେ ସନ୍ଦୀପଙ୍କ ଫିଲ୍ମ ‘ଆନିମଲ’ ରେ ରଣବୀରଙ୍କ ସହ ଜୋରଦାର ଆକ୍ସନରେ ନଜର ଆସିବେ ।

କୁହାଯାଉଛି ଯେ ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ଆରମ୍ଭ ହେବ । ଏହି ଫିଲ୍ମକୁ ଭୁଷଣ କୁମାର ଏବଂ ମୁରାଦ ଦୁହେଁ ମିଶି ଫିଲ୍ମକୁ ସମ୍ପାଦନା କରିବେ । ଏହି ଅଭିନେତାଙ୍କ ଛଡ଼ା ବାକି ଷ୍ଟାର ମାନଙ୍କର ଘୋଷଣା ମଧ୍ୟ ସରି ଯାଇଛି । ବବି ଦେୱଲ ଏବଂ ରଣବୀର କପୁରଙ୍କ ଛଡ଼ା ପରିନୀତି ଚୋପ୍ରା ଏବଂ ଅନିଲ୍ କପୁର ଏହି ଫିଲ୍ମରେ ନଜର ଆସିବେ ।

ତେବେ କୁହନ୍ତୁ ଏହି ଫିଲ୍ମରେ ଆପଣ କେତେ ଉତ୍ସାହ ଅଛନ୍ତି ବବି ଦେୱଲ ଏବଂ ରଣବୀର କପୁରଙ୍କୁ ଏହି ଜୋରଦାର ଆକ୍ସନ ମୁଭିରେ ଦେଖିବା ପାଇଁ । ଏହି ଫିଲ୍ମର ଅନେକ ଖତରନାକ୍ ଆକ୍ସନ ସହିତ ଅନେକ stunt ଦୃଶ୍ୟ ଦେଖାଯିବ ଯେଉଁଥିପାଇଁ ନିର୍ଦ୍ଦେଶକ ସନ୍ଦୀପ ଭାଙ୍ଗା ରେଡ୍ଡୀ ଅଭିନେତା ବବି ଦେୱଲ ଏବଂ ରଣବୀର କପୁରଙ୍କୁ ଏହି ଫିଲ୍ମ ପାଇଁ ତାଲାମ ମଧ୍ୟ ନବାକୁ କହିଛନ୍ତି । ରଣବୀର ଏବେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସୁଟିଂରେ ବ୍ୟସ୍ତ ଥିବା ବେଳେ, ଚଳିତ ବର୍ଷ ଡିସେମ୍ବରରେ ଏହି ଫିଲ୍ମର ରିଲିଜ୍ ପାଇଁ ପ୍ଲାନ୍ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।