ଦିନେ ଥିଲେ ଅତି ଗରିବ, ଆଜି ହେଇସାରିଛନ୍ତି ଟିମ ଇଣ୍ଡିଆର ୟର୍କର କିଙ୍ଗ, ତାଙ୍କ ଅସଲ ଜୀବନ ବିଷୟରେ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ଆପଣମାନେ ଜାଣିଛନ୍ତି କି ଭାରତରେ କ୍ରିକେଟକୁ କେତେ ପସନ୍ଦ କରାଯାଏ । ଆପଣ ସମସ୍ତଙ୍କର ମନେଥିବେ କି କିଛି ଦିନ ପୂର୍ବରୁ ହିଁ ଆଇପିଏଲ ଖେଳ ସରିଯାଇଛି । କିନ୍ତୁ କଣ ଜାଣିଛନ୍ତି କି ଏହି ଆଇପିଏଲ ଖେଳ ଦ୍ଵାରା ଭାରତୀୟ କ୍ରିକେଟ ଟିମକୁ ଜଣେ ଭଲ ଖେଳାଳି ମିଳିଯାଇଛି । ଏହି ଖେଳାଳିଙ୍କ ନାମ ହେଉଛି ଟି ନଟରାଜନ । ତାଙ୍କୁ ଭାରତୀୟ ବୋଲର ଜସପ୍ରିତ ବୁମରାଙ୍କ ପରେ ୟରକର କିଙ୍ଗ ବୋଲି କୁହାଯାଉଛି । କହିବାକୁ ଗଲେ ଅଷ୍ଟ୍ରେଲିୟା ଗସ୍ତରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା ।

ଏମିତିରେ ସେ ଅଷ୍ଟ୍ରେଲିୟା ବିପକ୍ଷରେ ଭଲ ପ୍ରଦର୍ଶନ ବି କରିଛନ୍ତି । କିନ୍ତୁ ଯଦି ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତେବେ ଟି ନଟରାଜନ ନିଜ ଜୀବନରେ ବହୁତ କଷ୍ଟର ସାମ୍ନା କରିଛନ୍ତି ଓ ସେଥିପାଇଁ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନର ଦୁଃଖଭରା ଓ ସଂଘର୍ଷ ଭରା କାହାଣୀ ବିଷୟରେ ।

ଟି ନଟରାଜନ (ଥଂଗରସୂ ନଟରାଜନ ) ୨୭ ମେ ୧୯୯୧ରେ ତାମିଲନାଡ଼ୁର ସାଲେମ ଜିଲ୍ଲାର ଏକ ଛୋଟ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଗୋଟିଏ ଛୋଟ ଚାକିରି କରିଥିଲେ ଓ ତାଙ୍କ ମା ଚିକେନ ବ୍ୟବସାୟ କରୁଥିଲେ । ତାଙ୍କ ପରିବାରରେ ନଟରାଜନଙ୍କ ସହ ଆହୁରି ୫ ଭାଇ ଭଉଣୀ ଅଛନ୍ତି । ତାଙ୍କର ଆର୍ଥିକ ସ୍ଥିତି ବେଳେ ବେଳେ ଏତେ ଖରାପ ହୋଇ ଯାଉଥିଲା କି ଦିନେ ଦିନେ ସେମାନେ କିଛି ନ ଖାଇ ନ ପିଇ ଭୋକିଲା ଶୋଇ ପଡୁଥିଲେ ।

କିନ୍ତୁ ନଟରାଜନ ଏତେ ଦୁଃଖରେ ଥାଇ ବି ନିଜ ଉପରେ ବିଶ୍ଵାସ ରଖି ଖେଳକୁ ଜାରି ରଖିଥିଲେ । ସେ ୫ ବର୍ଷ ବୟସରୁ ଖେଳ ଆରମ୍ଭ କରିଥିଲେ । ସମୟାନୁକ୍ରମେ ସେ ନିଜର ଖେଳରେ ବହୁତ ଉନ୍ନତି କରିବାକୁ ଲାଗିଲେ । କହି ଦେଉଛୁ କି ଗୋଟିଏ ସମୟ ଥିଲା ଯେତେବେଳେ ଜୋତା କିଣିବା ପାଇଁ ବି ତାଙ୍କ ପାଖରେ ଟଙ୍କା ନ ଥିଲା । ସେ ଅନ୍ତର୍ଜାତୀୟ କ୍ରିକେଟର ବ୍ୟବହାର କରାଯାଉଥିବା ବଲକୁ ୨୨ ବର୍ଷ ବୟସରେ ହିଁ ଦେଖିଥିଲେ ଏହା ପୂର୍ବରୁ ସେ ଟେନିସ ବଲରେ ଖେଳୁ ଥିଲେ ।

ସେ ନିଜ ଖେଳ ପାଇଁ ତାଙ୍କର ଆଖ ପାଖ ଗ୍ରାମରେ ବହୁତ ପରିଚିତ ଥିଲେ । ତାଙ୍କର ଆର୍ଥିକ ସ୍ଥିତି ଏତେ ଖରାପ ଥିଲା କି ସେ ଖେଳରେ ଆଗକୁ ବଢି ପାରୁ ନ ଥିଲେ । କିନ୍ତୁ ସେହି ସମୟରେ ଏ ଜୟପ୍ରକାଶ ନାମକ ବ୍ୟକ୍ତି ନଟରାଜନଙ୍କୁ ଖେଳିବା ପାଇଁ ଆର୍ଥିକ ସହୟତା କରିଥିଲେ । ନଟରାଜନ ତାଙ୍କୁ ନିଜର ଭାଇ ଓ ଭଗବାନ ବୋଲି ଭାବନ୍ତି ଏବଂ ନଟରାଜନଙ୍କ ଅନୁପସ୍ଥିତିରେ ସେ ତାଙ୍କ ପରିବାରର ଯତ୍ନ ମଧ୍ୟ ନେଉଥିଲେ । ପ୍ରଥମ ଥର ନଟରାଜନଙ୍କୁ ତାମିଲନାଡୁର ଏକ ପ୍ରଥମ ଶ୍ରେଣୀୟ କ୍ରିକେଟ ପ୍ରତିଯୋଗିତାରେ ୨୦୧୧ରେ ଖେଳିବାକୁ ସୁଯୋଗ ମିଳିଥିଲା ।

ଏହି ସ୍ଥାନରୁ ତାଙ୍କ ଉପରେ ଖେଳ ଜଗତର ପ୍ରମୁଖ ବ୍ୟକ୍ତିଙ୍କର ଦୃଷ୍ଟିରେ ପଡିଥିଲା । ଏହା ପରେ ସେ ତାମିଲନାଡୁର ଏକ ୪ଥ ଶ୍ରେଣୀୟ କ୍ରିକେଟ କ୍ଳବରେ ସାମିଲ ହେଲେ । ଏହାର ବର୍ଷକ ପରେ ତାଙ୍କୁ ଜଲି ଲବର କ୍ରିକେଟ କ୍ଲବ ତରଫରୁ ଖେଳିବାକୁ ସୁଯୋଗ ମିଳିଥିଲା । ଏହି କ୍ଳବରେ ଅଶ୍ଵିନ ଓ ମୂରଲୀ ବିଜୟ ଭଳି ଖେଳାଲି ବି ସାମିଲ ଥିଲେ । ଏହି କ୍ଲବରେ ଖେଳିବା ଦ୍ଵାରା ତାଙ୍କ ଉପରେ ନାମୀ ଦାମୀ ଖେଳାଳିଙ୍କ ନଜର ପଡିଲା । ନଟରାଜନଙ୍କ ଖେଳରୁ ପ୍ରଭାବିତ ହୋଇ ତାଙ୍କୁ ୨୦୧୪  ଓ ୨୦୧୫ ବର୍ଷ ପାଇଁ ତାମିଳିନାଡୁର ରଞ୍ଜିଟ୍ରଫି ଦଳରେ ସାମିଲ କରାଯାଇଥିଲା ।

ଏହା ତାଙ୍କ ଜୀବନର ସବୁଠାରୁ ବଡ ଉପଲବ୍ଧି ଥିଲା । କିନ୍ତୁ ରଞ୍ଜିଟ୍ରଫିରେ ତାଙ୍କର ବୋଲିଂ ଶୈଳୀକୁ ଦେଖି ପ୍ରଶ୍ନ ବାଛି ସୃଷ୍ଟି ହୋଇଥିଲା । ସେଥିପାଇଁ ସେ ରଞ୍ଜିଟ୍ରଫିରୁ ବାଦ ପଡିଥିଲେ । କିନ୍ତୁ ଏଥିରେ ସେ ଭାଙ୍ଗି ନ ଯାଇ ଅଧିକ ପରିଶ୍ରମ କରି ଆଗକୁ ବଢିଲେ । ଏହା ପରେ ତାଙ୍କୁ ତାମିଲନାଡ଼ୁର ପୂର୍ବ କ୍ରିକେଟର ସୁନୀଲ ସୁବ୍ର ମନ୍ୟମ, ଦିବାକର ବାସୁ ଓ ଏମ ଭେଙ୍କଟ ରମନ ସହାୟତା କରି ଆନ୍ତର୍ଜାତୀୟ ବୋଲର ହେବା ପାଇଁ ଶିକ୍ଷା ଦେଇଥିଲେ ।

ଏହା ପରେ ତାଙ୍କୁ ୨୦୧୭ର ଆଇପିଏଲରେ କିଙ୍ଗସ ଏଲେଭେନ ଦଳ ପକ୍ଷରୁ ୩ କୋଟି ଟଙ୍କା ଦ୍ଵାରା କିଣା ଯାଇଥିଲା । ଏହା ପରେ ୨୦୨୦ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଭାରତୀୟ ଦଳର ଅଷ୍ଟ୍ରେଲିୟା ଗସ୍ତ ପାଇଁ ଦଳରେ ସାମିଲ କରାଯାଇଥିଲା । ଏହି ପରି ଭାବରେ ତାଙ୍କର ଭାରତୀୟ ଦଳ ପାଇଁ ଖେଳିବାର ସ୍ଵପ୍ନ ପୂରଣ ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।