ଅନୁଭବ ଓ ବର୍ଷାଙ୍କ ପ୍ରେମ କାହାଣୀ, ବାହା ହେବାର ଅସଲ କାରଣ

ଆପଣ ସମସ୍ତେ ଜାଣିଛନ୍ତି କି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଓ ସୁପରଷ୍ଟାର ଅଭିନେତା ଅନୁଭବ ମହାନ୍ତି ଓ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କୁଇନ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପରସ୍ପରକୁ ବିବାହ କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଅନୁଭବ ଓ ବର୍ଷାଙ୍କ ପ୍ରେମ କାହାଣୀ, ଏହା ସହିତ ଅନୁଭବ ଓ ବର୍ଷାଙ୍କ ବିବାହ ପଛରେ ରହସ୍ୟ କଣ ଥିଲା ଓ ଅନୁଭବ ମହାନ୍ତି ବର୍ଷାଙ୍କୁ ଭଲ ପାଇବା ପୂର୍ବରୁ କାହାକୁ ଭଲ ପାଉ ଥିଲେ ଏହି ସମସ୍ତ ବିଷୟରେ କହିବାକୁ ଯାଉଛୁ ।

ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅନୁଭବ ମହାନ୍ତି ଯିଏକି ବର୍ତ୍ତମାନ ସମୟରେ କେନ୍ଦ୍ରାପଡାର ସାଂସଦ ଅଛନ୍ତି । ସେ ୨୦୧୪ ମସିହାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । କିନ୍ତୁ ଏହା ପୂର୍ବରୁ ଅନୁଭବ ଓ ବର୍ଷା ପରସ୍ପରକୁ ପ୍ରେମ କରୁଥିଲେ । ଯଦି ଅନୁଭବ ମହାନ୍ତି କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତେବେ ସେ ନିଜର କ୍ୟାରିୟରର ଆରମ୍ଭ ଆଲବମ ହିରୋ ରୂପରେ କରିଥିଲେ ।

ଆଲବମରେ ଅଳ୍ପ ସଫଳତା ହାସଲ କରିବା ପରେ ତାଙ୍କୁ ହର ପଟ୍ଟନାୟକଙ୍କ ଯୋଗୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ସୁଯୋଗ ମିଳି ଥିଲା ଓ ବର୍ତ୍ତମାନ ସମୟରେ ସେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପାରଷ୍ଟାର ହୋଇ ଯାଇଛନ୍ତି । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ବହୁତ ସଫଳତା ବି ହାସଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ କହିବାକୁ ଗଲେ ବହୁତ ସମୟ ହେବ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇ ନାହିଁ ।

ଅନୁଭବ ଓ ବର୍ଷାଙ୍କ ପ୍ରେମ କାହାଣୀ ବିଷୟରେ କଥାବାର୍ତ୍ତା କରିଲେ ଅନୁଭବ ଓ ବର୍ଷାଙ୍କ ପ୍ରେମ କାହାଣୀ ଫିଲ୍ମ ‘ସୁନା ଚଢେଇ ମୋ ରୂପା ଚଢେଇ’ର ଶୁଟିଙ୍ଗ ସମୟରେ ଆରମ୍ଭ ହୋଇଥିଲା । ଏହା ପରେ ଏହି ସମ୍ପର୍କ ଧୀରେ ଧୀରେ ବହୁତ ଗଭୀର ହୋଇଗଲା । ଏହା ସହିତ ଦର୍ଶକମାନଙ୍କ ଭଲ ପାଇବା ବି ଏହି ଯୋଡିକୁ ମିଳିଲା । ଦର୍ଶକମାନେ ଏହା ପୂର୍ବରୁ ବି ଏହି ଯୋଡିର ଚଳଚିତ୍ରକୁ ବହୁତ ପସନ୍ଦ ବି କରୁଥିଲେ ।

ଏହି କ୍ରମରେ ଦୁଇ ଜଣ ୨୦୧୪ରେ ବିବାହ କରି ନେଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଭବ ମହାନ୍ତି ଓ ବର୍ଷା ପାଖପାଖି ୨୦ଟି ଫିଲ୍ମରେ ଏକତ୍ରିତ କାମ କରିସାରିଛନ୍ତି । ଏହା ସହିତ ୨୦୨୨ ସୁଧା ସେମାନେ ଅନ୍ୟ ଏକ ଫିଲ୍ମରେ ବି ନଜର ଆସିବେ । ଯେମିତି କି ସମସ୍ତେ ଜାଣିଛନ୍ତି କି ଅନୁଭବ ମହାନ୍ତି ରାଜନୀତିରେ ପ୍ରବେଶ କରିଛନ୍ତି ଓ ସମୟ ନ ମିଳିବା କାରଣରୁ ସେ ଫିଲ୍ମ କରି ପାରୁ ନାହାନ୍ତି । କହିବାକୁ ଗଲେ ଅନୁଭବଙ୍କ ଏକ ଫିଲ୍ମ ରଜରେ ରିଲିଜ ହେବାର ଥିଲା କିନ୍ତୁ ଲକଡାଉନ କାରଣରୁ ଫିଲ୍ମ ରିଲିଜ ହୋଇ ନ ଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।