ଦୁନିଆର ସବୁଠୁ ଧନୀ ମ୍ୟୁଜିକ ଡାଇରେକ୍ଟର ହେଉଛନ୍ତି ଏ. ଆର୍. ରେହମାନ, ତାଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ସାରା ଦୁନିଆରେ ନିଜ ଗାୟକି ଓ ସଙ୍ଗୀତ ଦ୍ଵାରା ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍. ରେହମାନ କିଏ ନ ଜାଣିଛି । ତାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ହିନ୍ଦୀ ଓ ତାମିଲ ଫିଲ୍ମ ଗୁଡ଼ିକୁ ତାଙ୍କ ସଙ୍ଗୀତର ଅବଦାନ ଅତୁଳନୀୟ ଅଟେ । ସେଥିପାଇଁ ୨୦୧୦ ମସିହାରେ ଭାରତ ସରକାର ତାଙ୍କୁ ଦେଶର ତୃତୀୟ ସର୍ବୋତ୍ତମ ସମ୍ମାନପଦ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ଏ. ଆର୍. ରେହମାନ ୧୯୯୦ ମସିହାରେ ଏକ ତାମିଲ ଫିଲ୍ମ ରୋଜା ରୁ ନିଜ ସଙ୍ଗୀତ ନିର୍ଦ୍ଦେଶନା କ୍ୟାରିଅର ଆରମ୍ଭ କରିଥିଲେ ।

ତା ପରେ ସେ କେବେ ଅଟକି ଯାଇ ନାହାଁନ୍ତି । ଅନେକ ତାମିଲ ଫିଲ୍ମ ସଙ୍ଗୀତରେ କାମ କରିଥିଲେ । ଫିଲ୍ମ ସ୍ଲମ୍ ଡଗ୍ ମିଲେନିୟର୍ ରେ ସେ ଦେଇଥିବା ସଙ୍ଗୀତ କୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଅନେକ ହଲିଉଡ୍ ସଙ୍ଗୀତକୁ ମଧ୍ୟ ତାଙ୍କ ସଙ୍ଗୀତର ଅବଦାନ ରହିଛି ଓ ଏଥିପାଇଁ ସେ ଅନେକ ବିଶ୍ବସ୍ତରୀୟ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି ।

ଏ. ଆର୍. ରେହମାନଙ୍କ ଜୀବନ କୌଣସି ଫିଲ୍ମ ର କାହାଣୀଠୁ ମଧ୍ୟ କିଛି କମ୍ ନୁହେଁ । ତାଙ୍କ ଭାଗ୍ୟରେ ଯେତେ ବଡ଼ ସଫଳତା ଆସିଛି ତା ଠୁ ମଧ୍ୟ ବଳି କଠିନ ସଂଘର୍ଷ ଆସିଛି । ଏ. ଆର୍. ରେହମାନ ୧୯୬୭ ମସିହାରେ ଗୋଟେ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଛୋଟ ବେଳେ ତାଙ୍କ ନାମ ଦିଲ୍ଲୀପ କୁମାର ରଖା ଯାଇଥିଲା । ଏ. ଆର୍. ରେହମାନଙ୍କ ପିତା ଅଭିନେତା ଦିଲ୍ଲୀପ କୁମାର ଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ, ସେଥିପାଇଁ ସେ ତାଙ୍କ ପୁଅର ନାମ ଦିଲ୍ଲୀପ କୁମାର ଙ୍କ ନାମାନୁସାରେ ରଖିଥିଲେ ।

କିନ୍ତୁ ୨୩ବର୍ଷ ବୟସରେ ଏ. ଆର୍. ରେହମାନ ନିଜ ଗୁରୁ କାଦ୍ରି ଇସଲାମ ଙ୍କ ଦ୍ଵାରା ପ୍ରଭାବିତ ହୋଇ ଇସଲାମ ଧର୍ମ ଗ୍ରହଣ କରି ନେଲେ । ଏ. ଆର୍. ରେହମାନ ଙ୍କ ପୁରା ନାମ ହେଉଛି ଆଲ୍ଲା ରଖା ରେହମାନ । ଏ. ଆର୍. ରେହମାନଙ୍କ ପିତା ଆର୍ କେ ଶେଖର ତାମିଲ ଓ ମାଲାୟଲମ୍ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଥିଲେ । କିନ୍ତୁ ଏ. ଆର୍. ରେହମାନଙ୍କୁ ମାତ୍ର ୯ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇ ଯାଇଥିଲା । ପିତାଙ୍କ ମୃତ୍ୟୁ ପରେ ଏ. ଆର୍. ରେହମାନଙ୍କ ପାଇଁ ସବୁ କିଛି ମୁସ୍କିଲ ହୋଇ ଯାଇଥିଲା ।

ଘରର ଖର୍ଚ୍ଚ ଉଠାଇବା ପାଇଁ ତାଙ୍କ ମା ତାଙ୍କ ପିତାଙ୍କ ବାଦ୍ୟ ଯନ୍ତ୍ର ଭଡ଼ାରେ ଦେବାକୁ ଆରମ୍ଭ କରି ଦେଇ ଥିଲେ । କିନ୍ତୁ ଆଜି ଏ. ଆର୍. ରେହମାନ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ ଏ. ଆର୍. ରେହମାନ ୨୧୫୦ କୋଟି ସମ୍ପତ୍ତିର ମାଲିକ ଅଟନ୍ତି । ଆଉ ତାଙ୍କର ଦୁଇଟି ବିଳାସପୂର୍ଣ୍ଣ ଘର ମଧ୍ୟ ଅଛି । ଗୋଟିଏ ଲସ୍ ଆଞ୍ଜେଲସ୍ ରେ ଓ ଅନ୍ୟଟି କୋଦମ୍ ବକମ୍ ଚେନ୍ନାଇ ରେ । ଆଉ ଏହି ଘର ଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।